Jan 17, 2024, 17:49 IST

ପୁରୀରୁ ସିଧା ପ୍ରସାରଣ - ଦେଖନ୍ତୁ ପରିକ୍ରମା ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ ଦେଖି ସମସ୍ତେ ହେଲେ ଆଶ୍ଚର୍ୟ୍ଯ!!!

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୂଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ।
Special Report
ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେଲେ ପୂର୍ଣ୍ଣାହୁତି। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। 
ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି।
Special Report
ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି। ୩ଦିନ ଧରି ଚାଲିଥିବା ମହାଯଜ୍ଞଙ୍କରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି। ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥି ମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। 
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ବଧୁବେଶରେ ସଜେଇ ହୋଇଛି। କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ପୁଣିଥରେ ଉଜ୍ଜୀବିତ କରିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହୋଇଥିବା ମଠ, ମନ୍ଦିରକୁ ବି ଆଲୋକମାଳାରେ ସଜାଯାଇଛି।
Special Report
ମଠ, ମନ୍ଦିରର କାରୁକାର୍ଯ୍ୟ ଫୁଟି ବାହାରୁଛି। ଲୋକାର୍ପଣ ଲାଗି ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜାରେ ଝଟକୁଛି ଶ୍ରୀମନ୍ଦିର ସହ ଲୋକାର୍ପଣ ଅପେକ୍ଷାରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଚାରିଦ୍ବାରକୁ ଆଲୋକମାଳାରେ ଏଭଳି ଭରି ଦିଆଯାଇଛି ଯେ ଭକ୍ତ କ୍ଷଣିକ ପାଇଁ ଅଟକିଯାଉଛି।
Special Report
ପୁଣି ଶ୍ରୀମନ୍ଦିରର ଚାରିଦ୍ବାରରେ ଫୁଲର ବ୍ୟାପକ ସାଜସଜା କରାଯାଇଛି। ମଠ, ମନ୍ଦିରକୁ ବି ଫୁଲରେ ପୁଣି ସଜାଯାଇଛି। ଚାରିଦ୍ବାରେ ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ସଜ୍ଜିତ କରାଯାଇଛି। ଏହା ସାଙ୍ଗକୁ ସବୁଜ ବଳୟ ଆଧ୍ୟାତ୍ମିକତାର ମହକ ଭରି ଦେଉଛି।
ଆଜି ବି ମହାଯଜ୍ଞ ସାଙ୍ଗକୁ ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ। ଭକ୍ତିପୂତ କରିଛି ଝାଞ୍ଜ, ସଂକୀର୍ତ୍ତନ ସାଙ୍ଗକୁ ସଂକୀର୍ତ୍ତନିଆଙ୍କ ଜୟ ଜଗନ୍ନାଥ ଡାକ। ଯଜ୍ଞ ଆହୂତି ସହ ବେଦମନ୍ତ୍ର ବିଶ୍ବ ମଙ୍ଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ।

Advertisement