Mar 8, 2024, 21:50 IST

ପୁଣି ମାତିଲା ମଣିଷଖିଆ କୁମ୍ଭୀର ଦେଖନ୍ତୁ ସିଧା ପରିବାର ଲୋକଙ୍କ ଆଖି ସାମ୍ନାରେ ଭିଡ଼ି ନେଇ ଖାଇଗଲା

Viral

ନମସ୍କାର ପାଠକ ବନ୍ଧୁ। କୁମ୍ଭୀରମାନଙ୍କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଯାହା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି। ବନ୍ଧୁଗଣ ଦେଶରେ ତଥା ରାଜ୍ୟରେ କୁମ୍ଭୀରର ଆତଙ୍କ ହଇଚଇ ସୃଷ୍ଟି କରିଦେଇଛି।
ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାରେ ଏହି କୁମ୍ଭୀରମାନଙ୍କ ଆତଙ୍କ ବେଶୀ। ଗତ କିଛି ମାସରେ ବୃଦ୍ଧ, ଶିଶୁ ଏବ ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଡାକିନେବା ବେଳେ ନିକଟରେ ଜଣେ ମହିଳାଙ୍କୁ ତୁଠରୁ ଟାଣି ନେଇ କଚାଡି କଚାଡି ଖାଇଥିଲା କୁମ୍ଭୀର।
Viral
ଆଉ ଗ୍ରାମବାସୀମାନଙ୍କ ସାମ୍ନାରେ ଘଟିଥିଲା ଏଭଳି ଅଘଟଣ। ତେବେ ଏଭଳି ଭୟଙ୍କର ଦୃଶ୍ୟ ଲୋକମାନଙ୍କ ମନରୁ ନଲିଭୁନୁ ବର୍ତ୍ତମାନ ଏକ ଖବର ଲୋକମାନଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି। ଆପଣମାନେ କୁମ୍ଭୀର ଗୁଡିକୁ ସାଧାରଣତଃ ନଦୀ କିମ୍ବା ସମୁଦ୍ରରେ ଦେଖିଥାନ୍ତି।
କେବେ କେବେ ଏହା ନଦୀ ଆଖପାଖ ଅଞ୍ଚଳରେ ବୁଲୁଥିବାର ମଧ୍ୟ ନଜର ଆସିଥାନ୍ତି। ତେବେ ବନ୍ଧୁଗଣ ପୁଣି କୁମ୍ଭୀର ଆକ୍ରମଣର ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ସ୍ତ୍ରୀ ସାମ୍ନାରୁ ଜଣେ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର।
Crocodile
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁ ଏହି ଅଘଟଣ ଘଟିଛି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ନିମାଇଁ ମଳିକ। ନିମାଇଁଙ୍କୁ ନଦୀରେ ଖୋଜାଖୋଜି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।
ସକାଳେ ନିମାଇଁ ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ କାମରେ ସାହାଯ୍ୟରେ କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ନଦୀରୁ ଆସି ନିମାଇଁଙ୍କୁ ଟାଣି ନେଇ ପଳାଇଥିଲା।
ନିମାଇଁକୁ କୁମ୍ଭୀର ନିକଟରୁ ବଞ୍ଚାଇବାକୁ ସ୍ତ୍ରୀ ଯେତେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। କୁମ୍ଭୀର ନିମାଇଁଙ୍କୁ ନଦୀକୁ ଟାଣିନେଇଥିଲା।
ପରେ ନିମାଇଁଙ୍କ ସ୍ତ୍ରୀ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ନଦୀରେ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisement