Updated: Oct 6, 2023, 18:09 IST

ଅନୈତିକ କାମ କରୁଥିଲା ବେଳେ ପ୍ରେମିକ ର ହୋଇଥିଲା ମୃତ୍ୟୁ.. ପରେ ପ୍ରେମିକା କୁ ୩୦୨ ଧାରା ରେ ବାନ୍ଧିଲା ପୋଲିସ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ବନ୍ଧା ହୋଇଛନ୍ତି ଦେବରାଜ ଙ୍କ ସେହି ବାନ୍ଧବୀ। ଯେତେବେଳେ ଯୁବକଙ୍କ ମୃ-ତ୍ୟୁ ହୋଇଥିଲା ସେତେବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
Special report
ସେପ୍ଟେମ୍ବର ୪ ତାରିଖରେ ଭଦ୍ରକ ଜିଲ୍ଲା , ଚରମ୍ପା ଷ୍ଟେସନ ନିକଟରେ ଯୁବକ ଓ ଯୁବତୀ ଏକା ସହ ରହିଥିବା ବେଳେ ଯୁବକ ମୃ-ତ-ଦେହ ମିଳିବା ମାମଲାରେ ଯୁବତୀ ଙ୍କୁ ବର୍ତ୍ତମାନ ଉଠାଇ ନେଇ ଯାଇଛି ପୋଲିସ୍।
ସୁଚନା ମୁତାବକ ହୋଟେଲ୍ ରେ ଏକା ସହ ରହିଥିଲେ ପ୍ରେମୀ ଯୁଗଳ ଦୁଇ ଜଣ। ହେଲେ ହଠାତ୍ ରାତି ଅଧରେ ନିଜର ଜୀବନ ହାରି ଦେଇଥିଲେ ଯୁବକ ଜଣକ।
ଭଣ୍ଡାରିପୋଖୀ ବ୍ଲକ୍ ର ଜଳହରି ଗ୍ରାମର ଦେବରାଜ ସାମଲ ଚରମ୍ପା ଷ୍ଟେସନ ନିକଟରେ ଏକ ହୋଟେଲ୍ ରେ ରହିଥିଲେ। ରାତିରେ କୌଣସି କାରଣ ନେଇ ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରିଥିବା କଥା ସାଙ୍ଗରେ ଥିବା ଯୁବତୀ ଜଣକ ଜଣାଇ ଥିଲେ।
Special report
ପୋଲିସ୍ ରୁମ ରେ ପହଞ୍ଚିବା ପରେ କିଛି ଆପତ୍ତି ଜନକ ସାମଗ୍ରୀ ମଧ୍ୟ ସେଠାରୁ ଜବତ ମଧ୍ୟ କରିଥିଲେ। ଏଭଳି ଘଟଣା ଘଟି ଥିବାର ଜାଣି ହୋଟେଲ୍ ର ମାଲିକ ନିକଟରେ ଥିବା ଚିକିତ୍ସାଳୟ କୁ ଯୁବକ ଜଣକୁ ନେବା ସହ ଏନେଇ ଟାଉନ ଥାନା ରେ ମଧ୍ୟ ଅଭିଯୋଗ କରିଥିଲେ।
ପରେ ଡାକ୍ତରଖାନା ରେ ଯୁବକ ଙ୍କୁ ମୃ-ତ ବୋଲି ଘୋଷଣା କରାଯାଇ ଥିଲା। ହେଲେ ଯୁବକଙ୍କ ପରିବାର ଲୋକେ ଯୁବତୀ ଜଣକ ତାଙ୍କ ପୁଅ କୁ ହ-ତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ।
ହେଲେ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା। ଏବେ ପୋଲିସ୍ ଦେବରାଜ ଙ୍କ ବାନ୍ଧବୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସୋସିଆଲ ମିଡ଼ିଆରେ ଏହି ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ତଦନ୍ତ ପରେ ହିଁ ଘଟଣାର ପୁରା ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement