Feb 9, 2024, 12:38 IST

ପ୍ରେମ ନାଆଁ ରେ କଳଙ୍କ : ନିଜ ପ୍ରେମିକ ର ସୁପାରି ଦେଇ ଜୀବନ ନେଲା ପ୍ରେମିକା...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକ କୁ ହ-ତ୍ୟା କରିଥିଲା ପ୍ରେମିକା।ହ-ତ୍ୟା ର ବ୍ଲୁ ପ୍ରିଣ୍ଟ ମଧ୍ୟ ଏହି ସୈତାନି ପ୍ରେମିକା ଜଣକ ପ୍ରସ୍ତୁତ କରିଥିଲା।
Special report
ମାଷ୍ଟର ଡମ୍ବରୁ ଧର ଙ୍କ ଜଘନ୍ୟ ହ-ତ୍ୟା-କାଣ୍ଡ ଉପରୁ ବର୍ତ୍ତମାନ୍ ସମୟରେ ସଂପୂର୍ଣ୍ଣ ଭାବରେ ପରଦା ଉଠି ସାରିଛି। ପ୍ରଚୁର ମଦ ପିଆଇବା ପରେ ଶେଷରେ ତାଙ୍କୁ ଧାରୁଆ ଅସ୍ତ୍ର ରେ ହାଣି ହ-ତ୍ୟା କରି ଦେଇଥିଲେ। ଅନ୍ୟ ଝିଅ ସହ ସମ୍ପର୍କ ଥିବା ସନ୍ଦେହରେ ହ-ତ୍ୟା କରିଛନ୍ତି।
ପ୍ରେମିକ ଥିଲା ପ୍ରସିଦ୍ଧ ବାଦ୍ୟ ଗୁରୁ। ପ୍ରେମିକା ଥିଲା ଡାନ୍ସର। ଗୁରୁ ଙ୍କ ସହ ସୁର ଲୟ ତାଳ ରେ ଡାନ୍ସ କରିବା ସହ ପ୍ରେମ ଜାଲରେ ଛନ୍ଦି ହୋଇ ଯାଇଥିଲେ ପ୍ରେମିକା। ଏକାଠି ମିଶି ସବୁ କାର୍ଯ୍ୟକ୍ରମ କୁ ଯାଉଥିଲେ।
ଏହାପରେ ତାଙ୍କର ସମ୍ପର୍କ ଧୀରେ ଧୀରେ ମଧ୍ୟ ବଢ଼ିବାକୁ ଲାଗିଲା। ଗୁରୁ ଙ୍କ ପ୍ରେମ ଅନ୍ଧାରରେ ଡାନ୍ସର କାଜଲ ସମ୍ପୁର୍ଣ୍ଣ ଭାବରେ ହଜି ଯାଇଥିଲେ। ଦିନ ଗଡିବା ସଙ୍ଗେ ସଙ୍ଗେ ତାଙ୍କର ସମ୍ପର୍କ ମଧ୍ୟ ଆଗକୁ ବଢ଼ିବାରେ ଲାଗି ଥାଏ।
Special report
ହେଲେ ଏହି ଗୁରୁ ଶିଷ୍ୟ ମଧ୍ୟରେ ଏଣ୍ଟ୍ରି କରିଥିଲା ଜଣେ ଲେଡୀ ଭିଲିଆନ। ଗୁରୁ ମଧ୍ୟ ଦୁହିଁଙ୍କ ଆଡେ ଢଳି ପଡିଥିଲେ ଆଉ ଦୁହିଁଙ୍କୁ ଅଲଗା ଅଲଗା ସମୟ ମଧ୍ୟ ଦେଉଥିଲେ। ହେଲେ କାଜଲ ଏହାକୁ ଆଦୌ ହେଲେ ମଧ୍ୟ ସହ୍ୟ କରି ପାରି ନଥିଲେ।
ଏହି ଲେଡୀ ଜଣକୁ ଧରିବା ପରେ ସେ ଖୁବ ଜୋରେ ରାଗି ଯାଇଥିଲେ। ଦିନେ ପ୍ରେମିକ ପାଇଁ ଯିଏ ନିଜ ଜୀବନ ଦେବା ପାଇଁ ବାହାରି ପଡୁଥିଲା , ସେ କିନ୍ତୁ ତାକୁ ସବୁଦିନ ଶେଷ କରିବାକୁ ଶପଥ ନେଲା।
ଏହାପରେ ପ୍ରେମିକା କାଜଲ ଭାବିଥିଲା କି ଯଦି ତାର ପ୍ରେମିକ ତାର ହେବନି ତ ସେ ଆଉ କାହାକୁ ମଧ୍ୟ ହେବାକୁ ଦେବନି। ଏହାପରେ ସୁପାରି ଦେଇ ନିଜ ପ୍ରେମିକ କୁ ହ-ତ୍ୟା କରିବାକୁ କାଜଲ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଦେଇଥିଲା।
ସୁବର୍ଣ୍ଣପୁର ର ଏହି ମାମଲା ଉପରୁ ଏବେ ପରଦା ଉଠିଛି । ଆଉ ପରଦା ପଛରେ ଥିବା ପ୍ରେମିକାର ଏହି ସତ ଏବେ ସମସ୍ତଙ୍କ ସାମ୍ନା କୁ ଆସି ଯାଇଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement