Mar 30, 2024, 19:41 IST

ବ୍ରେକଅପ୍ ହେବା କାରଣରୁ ପ୍ରେମିକ କଲା ଏମିତି ଶେଷରେ ପ୍ରେମିକା ମଧ୍ୟ ଛାଡିଲାନି ଗୋଡେଇ ଗୋଡେଇ ....

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Latin
ବନ୍ଧୁଗଣ ବ୍ରେକଅପ୍ ହେବାରୁ ରାଗିଯାଇ ପାଇଖାନା ଖୋଲି ନେଇଗଲା ପ୍ରେମିକ। ଉଭୟ ପ୍ରେମିଯୁଗଳଙ୍କ ମଧ୍ଯରେ ବ୍ରେକପ ହେବା ପରେ, ପ୍ରେମିକ ଜଣଙ୍କ ପ୍ରେମିକା ଶୋଇଥିବା ସମୟରେ ପ୍ରେମିକାକୁ ହଇରାଣ କରିବାକୁ ଯାଇ, ପ୍ରେମିକ ଜଣଙ୍କ ବାଥରୁମକୁ ଯାଇ ଟଇଲେଟ ପ୍ୟାନ ଖୋଲି ନେଇଯାଇଥିବା ଜଣାପଡିଛି।
ଯାହାକୁ ନେଇ ନିଜେ ସେହି ପ୍ରେମିକା ଜଣଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା କି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି। ମହିଳାଙ୍କ ବୟଫ୍ରେଣ୍ଡ ଜଣେ ଲାଇସେନ୍ସ ପ୍ରାପ୍ତ ପାଣି ପାଇପ ମିସ୍ତ୍ରୀ। 
Viral
ବ୍ରେକପ୍ ପରେ ତାଙ୍କ ଶୌଚାଳୟ ପ୍ୟାନଟିକୁ ନେଇ ପଳେଇଥିବା କଥା ମହିଳା ଜଣଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ମହିଳାଙ୍କ କହିବା ଅନୁସାରେ ତାଙ୍କ ବୟଫ୍ରେଣ୍ଡ ବହୁତ କଞ୍ଜୁସ ଅଟନ୍ତି।
ଏପରିକି କୌଣସି ହୋଟେଲ ବା ରେଷ୍ଟୁରାଣ୍ଟକୁ ଗଲେ କର୍ମଚାରୀ ମାନଙ୍କୁ ଫିସ ମଧ୍ୟ ଦିଅନ୍ତି ନାହିଁ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଏବଂ ଯୁକ୍ତିତର୍କ ଲାଗି ରହୁଥିଲା। ଶେଷରେ ସେହି ଝଗଡା ଅଧିକ ହେବାରୁ ବାଧ୍ୟ ହୋଇ ଉଭୟ ପ୍ରେମୀଯୁଗଳ ବ୍ରେକପ କରିଥିଲେ। ଆଉ ବ୍ରେକପ ପରେ ମହିଳା ଜଣଙ୍କ ରାଗି ଯାଇ ନିଜ ବେଡ଼ରୁମ ଶୋଇପଡିଥିଲେ। 
ଆଉ ସେପଟେ ମହିଳାଙ୍କ ବୟଫ୍ରେଣ୍ଡ୍ ତାଙ୍କ ଜିନିଷ ବନ୍ଧାବନ୍ଧି କରି ସେଠାରୁ ବାହାରି ଯାଇବାକୁ ପ୍ରସ୍ତୁତି କରିଥିଲେ। ଆଉ ଏହି ସମୟରେ ମହିଳା ଜଣଙ୍କ ଆଖି ଲାଗି ଯାଇଥିଲା। ମହିଳା ଜଣଙ୍କ ଶୋଇ ଯାଇଥିବାର ସୁଯୋଗ ନେଇ ପ୍ରେମିକ ଜଣଙ୍କ ମହିଳାଙ୍କ ବାଥରୁମରୁ ପ୍ୟାନ ଉଠାଇ ଚାଲିଯାଇଥିବା କଥା ନିଜେ କହିଛନ୍ତି ମହିଳା ଜଣଙ୍କ।
ଆଉ ସେପଟେ ମହିଳାଙ୍କ ନିଦ ଭାଙ୍ଗି ଦେଖିଲା ବେଳକୁ ଶୌଚାଳୟରେ ଟଇଲେଟର ପ୍ୟାନ ନଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Advertisement