Oct 15, 2023, 14:07 IST

ମୋ ନମ୍ବର୍ କଣ ପାଇଁ ବ୍ଲକ କଲୁ କହି ପ୍ରେମିକା ର ଜୀବନ ନେଲା ପ୍ରେମିକ... ଦେଖନ୍ତୁ ଭୟାବହ ଘଟଣା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ବିଚ୍ ରାସ୍ତାରେ ତେର ଥର ଛୁରୀ ଭୂଷିଛି ପ୍ରେମିକ। ଜୀବନ ମରଣ ସହ ଏବେ ମଧ୍ଯ ଲଢେଇ କରୁଛି ପ୍ରେମିକା।
Special report
ତାର ଭୁଲ ଏତିକି ଥିଲା କି ସେ କଥା ହେବା ପାଇଁ ମନା କରି ଦେଇଥିଲା।ବାସ ଏଇ କଥା ରେ ରାଗିଯାଇ ନିଜ ପ୍ରୀମିକା କୁ ତେର ଥର ଛୁରା ମାଡ଼ କରିଛି ପ୍ରେମିକ। ଏବେ ଡାକ୍ତରଖାନା ରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛି ପ୍ରେମିକା।
ଦିଲ୍ଲୀ ରେ ଘଟି ଯାଇଥିବା ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ପ୍ରାଚୀ ନାମକ ପ୍ରେମିକା ଉପରକୁ ଛୁରୀରେ ଆକ୍ରମଣ କରିଛନ୍ତି ତାଙ୍କର ପ୍ରେମିକ ଗୌରବ।
ଦୁଇଜଣ ଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ବଢିବାରୁ ଦୁହେଁ ଦୁହିଁଙ୍କ ସହ କଥା ବାର୍ତ୍ତା ବନ୍ଦ କରି ଦେଇଥିଲେ। ଏଭଳି କି ପ୍ରାଚୀ ତାଙ୍କୁ ଫୋନ୍ ରୁ ବ୍ଲକ୍ ମଧ୍ଯ କରି ଦେଇଥିଲେ। ଏହାପରେ ପ୍ରାଚୀ ଏକ ଇଣ୍ଟରଭିଉ କୁ ଯିବା ସମୟରେ ତାଙ୍କର ଗୌରବ ସହ ଭେଟ ହୋଇଥିଲା।
Special report
ଆଉ ସେହି ସମୟରେ ମଧ୍ୟ ସେମାନଙ୍କ ଭିତରେ ଖୁବ୍ ଜୋରେ ଝଗଡ଼ା ଲାଗିଥିଲା। ଏହାପରେ ଗୌରବ ରାଗିଯାଇ ପ୍ରାଚୀ ଙ୍କ ମୋବାଇଲ କୁ ଛଡାଇ ନେଇ ଯାଇଥିଲେ।
ଏହାପରେ ପ୍ରାଚୀ ଏକ କ୍ୟାବ ବୁକ୍ କରି ସେଠାରୁ ମଧ୍ୟ ଚାଲି ଯାଉଥିଲେ। ଆଉ ଠିକ ଏହି ସମୟରେ ହିଁ ଗୌରବ ପ୍ରାଚୀ ଙ୍କୁ ଛୁରା ମାଡ଼ କରିଥିଲେ। ଥରେ କି ଦୁଇ ଥର ନୁହେଁ ବରଂ ତାଙ୍କୁ ତେର ଥର ପର୍ଯ୍ୟନ୍ତ ଛୁରା ମାଡ଼ ମଧ୍ଯ କରିଥିଲେ।
ଘଟଣା ସ୍ଥଳରେ ଅନେକ ଲୋକ ଥିବାରୁ ଲୋକମାନେ ତାଙ୍କୁ ଅଟକ ରଖିବା ପରେ ପୋଲିସ କୁ ହସ୍ତାନ୍ତର କରିଥିଲେ। ପଚରା ଉଚୁରା ପରେ ଏହା ଜାଣିବାକୁ ମିଳିଛି କି ଗତ ସେପ୍ଟେମ୍ବର ୧୦ ତାରିଖରେ ପ୍ରାଚୀ,ଗୌରବ ଙ୍କ ନାମରେ ଅଭିଯୋଗ ମଧ୍ଯ ଆଣିଛନ୍ତି।
ଗୌରବ ତାଙ୍କୁ ହଇରାଣ କରୁଥିବା ନେଇ ସେ ପୋଲିସ ଆଗରେ ଅଭିଯୋଗ ମଧ୍ଯ କରିଥିଲେ। ପ୍ରାଚୀ ଙ୍କ ଦାଦା ଏହା କହୁଛନ୍ତି କି ଗୌରବ ଦୁଇ ବର୍ଷ ହେବ ତାଙ୍କୁ ହଇରାଣ କରିବା ସହ ବିବାହ କରିବାକୁ ବାଧ୍ୟ କରୁଥିଲେ।

Advertisement