ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଜନସଂଖ୍ୟା ବୃଦ୍ଧି ଏକ ବଡ ସମସ୍ୟା ହୋଇ ସାରିଛି।ଜନସଂଖ୍ୟା ବଢିବା ଯୋଗୁ ପ୍ରଦୂଷଣ ର ମାତ୍ରା ବଢିବାରେ ଲାଗିଚି।ଏହା ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି।ତେଣୁ ପ୍ରାୟ କିଛି ଦେଶ ଚାହୁଁଛନ୍ତି କି ଜନସଂଖ୍ୟା କୁ କମାଇବା ପାଇଁ।
କିନ୍ତୁ ଏହା ଯେଉଁ ପରି ଭାବେ ବଢି ଚାଲିଛି କମିବାର ନାଆଁ ନେଉ ନାହିଁ।କିନ୍ତୁ ଏପରି କିଛି ଦେଶ ଅଛି ଯେଉଁ ଠାରେ କି ଲୋକ ସଂଖ୍ୟା ବହୁତ କମ୍।ଯାହାକି ତାଙ୍କ ପାଇଁ ଏକ ସମସ୍ୟା ହୋଇଛି।ସେ ଦେଶ ଗୁଡ଼ିକ ନିଜ ଜନସଂଖ୍ୟା ବଢ଼ାଇବା ପାଇଁ ଚାହୁଁଛନ୍ତି।

ସରକାର ମଧ୍ୟ ଏଥିପାଇଁ ବହୁତ ନିୟମ ପ୍ରଣୟନ କରୁଛନ୍ତି।ଏମିତି ଏକ ଦେଶ ହେଉଛି ସାଉଥ୍ କୋରିଆ।ସେଠାକାର ସରକାର ପାଇଁ ଏହା ଏକ ଆହ୍ୱାନ ପାଲଟିଛି।ଏଠାରେ ଏକ ବ୍ଲାଇଣ୍ଡ ଡେଟିଂ ନିୟମ ପ୍ରଣୟନ କରା ଯାଇଚି।
ଦୁନିଆ ରେ ଏପରି ଅନେକ ଦେଶ ଅଛି ଯାହାର ଲୋକ ସଂଖ୍ୟା ବହୁତ କମ୍।ସେମାନେ ସମସ୍ତେ ଚାହୁଁ ଛନ୍ତି ତାଙ୍କ ଲୋକ ସଂଖ୍ୟା କୁ ବଢ଼ାଇବା ପାଇଁ।ଲୋକ ସଂଖ୍ୟା ବଢାଇବା ପାଇଁ ଦକ୍ଷିଣ କୋରିଆ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଚି।ଯାହାକୁ କି ବ୍ଲାଇଣ୍ଡ ଡେଟିଂ ନାମ ରେ ନାମିତ କରା ଯାଇଛି।

ଏହା ଛଡା ଜାପାନ ଓ ଇଟାଲୀ ମଧ୍ୟ ଜନସଂଖ୍ୟା ହ୍ରାସ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ଏହାର ମୁଖ୍ୟ କାରଣ ହେଉଛି ଲୋକ ମାନେ ବିବାହ କରିବାକୁ ଇଛା କରୁ ନାହାନ୍ତି।ତାଙ୍କ ଭିତରେ ବିବାହ କରିବାକୁ ଇଛା କରାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
୨୦୨୦ ମସିହା ରେ ଦକ୍ଷିଣ କୋରିଆ ରେ ମାତ୍ର ୩୮ ଜଣ ବିବାହ କରିଥିଲେ।ଯାହାକି ସମସ୍ତ ଙ୍କ ପାଇଁ ଚିନ୍ତା ର ବିଷୟ।ଏହାକୁ ସମାଧାନ କରିବା ପାଇଁ ସରକାର ଜୋର୍ ସୋର ରେ ଲାଗି ପଡ଼ି ଛନ୍ତି।

ଏହି ବ୍ଲାଇଣ୍ଡ ଡେଟିଂ କାର୍ଯ୍ୟକ୍ରମ କୁ ନେଇ ଅନେକ ଲୋକ ଭିନ୍ନ ମତ ଦେଇଛନ୍ତି।କିଛି ଲୋକ କହିଛନ୍ତି କି ଏହା ଲୋକ ମାନଙ୍କ ର ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା।ଏଥିରେ ସରକାର ହସ୍ତକ୍ଷେପ କରିବା ଠିକ୍ ନୁହେଁ।ଏହା ଛଡା ସେହି ଦେଶ ରେ ସରକାରୀ ଚାକିରୀ ବହୁତ କମ୍ ଦିଆ ଯାଉଚି।ଲୋକ ମାନେ ସମସ୍ତେ ଘରୋଇ କମ୍ପାନୀ ରେ ଚାକିରି କରିଛନ୍ତି।
ଏବଂ ସେମାନଙ୍କୁ ଅଧିକ ସମୟ ଘରୋଇ କମ୍ପାନୀ ରେ କାମ କରିବାକୁ ପଡ଼ୁଚି।ସେଥିପାଇଁ ଘର ଲୋକ ଙ୍କ ପାଇଁ ସମୟ ଦେବା ତାଙ୍କ ପାଇଁ ଅଧିକ କଠିନ ହେଇ ଯାଉଚି।ବିବାହ କରିବାର ଇଚ୍ଛା ତାଙ୍କ ଭିତରେ କମି କମି ଯାଉଛି।ସେଥିପାଇଁ ଲୋକ ସଂଖ୍ୟା କମି ଯାଉଛି।