ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିଗ୍ ବସ୍ ଓଟିଟି ସିଜିନ ୨ ଦେଖିଥିବେ।ଏଥିରେ ଅନେକ ଲୋକ ଅଂଶ ଗ୍ରହଣ କରିଥିଲେ।ଏହି ସିଜିନ ଟି ଶେଷ ହୋଇ ଯାଇଚି।ଲୋକ ମାନେ ଏଲଭିଶ ଯାଦବ ଙ୍କୁ ଅଧିକ ଭୋଟ ରେ ଜିତାଇ ଦେଇଛନ୍ତି।ସେ ହେଉଛନ୍ତି ବିଗ୍ ବସ୍ ଓଟିଟି ସିଜିନ ୨ ର ବିଜେତା।
ତାଙ୍କର ଭାରତ ରେ ଅନେକ ପ୍ରଶଂସକ ରହିଛନ୍ତି।ସେ ଜିତିବା ପରେ ତାଙ୍କ ପାଖକୁ ଅନେକ ଶୁଭେଚ୍ଛା ର ସୁଅ ଛୁଟି ଆସୁଛି।ଏହି କିଛି ଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ।ହେଲେ ସେ ସେଠାକୁ କାହିଁକି ଯାଇଥିଲେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ପ୍ରକୃତି ମିଶ୍ର ଏଲଭିଶ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘର କୁ ଆସିଥିଲେ।ତାଙ୍କ ସହିତ ଅନେକ ଭିଡିଓ ମଧ୍ୟ କରିଥିଲେ।ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଚି।ଦର୍ଶକ ମାନେ ଏଲଭିଶ ଯାଦବ ଙ୍କ ବ୍ୟକ୍ତିତ୍ୱ କୁ ଖୁବ୍ ପ୍ରଶଂସା କରନ୍ତି।
ପ୍ରକୃତି ମିଶ୍ର ଖୁବ୍ ଶୀଘ୍ର ଏଲଭିଶ ଙ୍କ ପାଇଁ ଏକ ସରପ୍ରାଇଜ ପ୍ଲାନ୍ କରିଛନ୍ତି।ଯାହାକୁ କି ସେ ଖୁବ୍ ଶୀଘ୍ର ତାଙ୍କ ପ୍ରଶଂସକ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି।ଆପଣ ମାନେ ଜାଣି ଥିବେ ଯେ ପ୍ରକୃତି ମିଶ୍ର ଜଣେ ଭଲ ଅଭିନେତ୍ରୀ ହେବା ସହିତ ସେ ଜଣେ ଗୀତିକାର ଅଟନ୍ତି।
ବିଗ୍ ବସ୍ ସିଜନ୍ ରେ ସଲମାନ୍ ଖାଁ ଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଆ ଯାଇଥାଏ।ଏହି ବିଗ୍ ବସ୍ ଶୋ ରେ ଏଲଭିଶ ଯାଦବ ୱାଇଲ୍ଡ କାର୍ଡ ମାଧ୍ୟମ ରେ ପ୍ରବେଶ କରିଥିଲେ।ସେ ଜଣେ ଭଲ ଖେଳାଳି ଅଟନ୍ତି।
ସେ ଜଣେ କୋଟି ପତି ଅଟନ୍ତି।ଏହି ଶୋ ଜିତିବା ପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଉପହାର ଦିଆ ଯାଇଥିଲା।ଯାହାକି ତାଙ୍କ ସମ୍ପତି ପାଖରେ ବହୁତ କମ୍ ଥିଲା।ସେ ଯାହା ବି ହେଉ ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।ଯେଉଁଥିପାଇଁ ସେ ଆଜି ବିଗ୍ ବସ୍ ସିଜନ୍ ୨ ର ବିଜେତା ହୋଇଛନ୍ତି।
ତାଙ୍କୁ ସେଥିପାଇଁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରା ଯାଇଚି।ଆଜି ସେ ଘରେ ଘରେ ପରିଚିତ।ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।ବହୁତ ଜଲଦି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କୁ ଏକ ବଡ ସରପ୍ରାଇଜ ଦେବେ ବୋଲି କୁହା ଯାଉଚି।