ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ ଭକ୍ତ ପାଇଁ ଭଗବାନ ଯେକୌଣସି ରୂପରେ ବି ଆସିପାରନ୍ତି । ଯଦି ମନରେ ଦୃଢ ଭକ୍ତିସହ ଅଗାଢ ବିଶ୍ୱାସ ଥାଏ । ତେବେ ପଥର ବି ଭଗବାନ ବନିଯିବେ। ସେହିଭଳି ଏକ ଚତ୍ମକାର ଓ ଆଶ୍ଚର୍ଯ୍ୟକର ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି।

ପ୍ରଜାପତି ପିଠିରେ ଅବିକଳ ମହାପ୍ରଭୁ ଜଗନ୍ନାଥ ରୂପ ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ସ୍ଥାନୀୟ ଅଞ୍ଚଳ ରେ ବେସ୍ ଭିଡ ଜମିଛି।
ପ୍ରଜାପତି ରୂପରେ ଦର୍ଶନ ଦେଇଛନ୍ତି ଜଗତର ନାଥ ଜଗନ୍ନାଥ। କାଳିଆ ଠାକୁର ଆଜି ଭକ୍ତଙ୍କ ଦର୍ଶନ ଦେଇଛନ୍ତି ବିରଳ ପ୍ରଜାପତି ରୂପ ନେଇ। ଯାହାଙ୍କୁ ଦର୍ଶନ କରିବାକୁ ବହୁତ ଲୋକଙ୍କ ଭିଡ ଜମିଛି। ମହାପ୍ରଭୁ ଜଗନ୍ନାଥ ପ୍ରଜାପତି ରୂପରେ ଦର୍ଶନ ଦେଇଛନ୍ତି ତାଙ୍କ ଭକ୍ତ ମାନଙ୍କୁ।

ଠାକୁର ଆଳତୀ କରିବା ବେଳେ ଜଗନ୍ନାଥ୍ ବଳଭଦ୍ର ସୁଭଦ୍ରା ପୂଜା ପାଉଥିବା ଫଟୋ ଉପରେ ଜଗନ୍ନାଥ ମୁଖ ମଣ୍ଡଳ ଆକୃତିର ଏକ ବିରଳ ପ୍ରଜାପତି ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପରିବାର ଲୋକେ।
ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଅଧୀନ ଖପୁରିଆପଦା ଗ୍ରାମରେ। ଆଳତି କରିବାକୁ ଠାକୁର ଘରକୁ ଯାଇଥିଲେ ହଠାତ୍ ଠାକୁରଙ୍କ ଆଳତୀ କରିବା ସମୟରେ

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୂଜା ପାଉଥିବା ଫୋଟ ଉପରେ ଜଗନ୍ନାଥ ମୁଖମଣ୍ଡଳ ଆକୃତିର ଏକ ବିରଳ ପ୍ରଜାପତି ବସିଥିବାର ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ତା'ପରେ ପରିବାର ଲୋକଙ୍କୁ ଡ଼ାକିଥିଲେ।

ତା'ପରେ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ପରିବାରର ସମସ୍ତ ସଦସ୍ୟ ଏହିଭଳି ବିରଳ ପ୍ରଜାପତିକୁ ଦେଖି ପ୍ରଭୁ ଏହି ରୂପରେ ଦର୍ଶନ ଦେବାକୁ ଆସିଥିବା ଭାବିବି ଠାକୁର ଘରେ ପୂଜାପାଠ ଆରମ୍ଭ କରି ଦେଇଛନ୍ତି।
ଏହିଭଳି ବିରଳ ଘଟଣା ସମସ୍ତେ ଜାଣିବାକୁ ପାଇବା ପରେ ଅନେକ ଶ୍ରଦ୍ଧାଳୁ ସଦାନନ୍ଦଙ୍କ ଘରକୁ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ। ପ୍ରଭୁ ଏହି ପ୍ରଜାପତି ଦେହରେ ଚକା ନୟନ ଆଉ କଳାବଦନ ରୂପ ନେଇ ଦର୍ଶନ ଦେଇଛନ୍ତି। ଏହି ଘଟଣାଟି ଗ୍ରାମର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।