Jan 16, 2024, 18:10 IST

ପ୍ଲେନ ଭିତରେ ହଠାତ୍ ହେଲା ମହା ଭାରତ ଦେଖନ୍ତୁ ପାଇଲଟଙ୍କୁ ପିଟିଲେ ଯାତ୍ରୀ ଭିଡିଓ ହେଲା VIRAl

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆକୁ ଏବେ ଗୋଟିଏ ଭିଡିଓ ଆସିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ଯାତ୍ରୀ ଉଡାଜାହାଜରେ ଯାତ୍ରା କରିବାକୁ ବସିଥିଲେ । ଆଉ ସେହି ଯାତ୍ରୀ ଜଣକ ବିମାନର ପାଇଲଟଙ୍କୁ ପିଟିଥିଲେ । 
ବିମାନ ଭିତରେ ହାଇ ଡ୍ରାମା ଚାଲିଥିଲା । ଏହି ଯାତ୍ରୀ ଜଣକ ପାଇଲଟଙ୍କୁ କାହିଁକି ଚାପୁଡ଼ା ମାରିଲେ ସେହି ବିଷୟରେ ଆପଣମାନେ ଜାଣିପାରିବେ । ବିମାନରେ ପାଇଲଟଙ୍କୁ ପିଟିଲେ ଯାତ୍ରୀ । ଆଉ ଏବେ ସେ ଜେଲ ଗଲେ ।
Special Report
ଉଡାଣ ବିଳମ୍ବ ପାଇଁ ଯାତ୍ରୀ ଜଣକ ରାଗି ଯାଇଥିଲେ । ଆଉ ସେ ସେଥିପାଇଁ ପାଇଲଟ ଜଣଙ୍କୁ ପିଟି ଦେଇଥିଲେ । ଦେଢ଼ ଘଣ୍ଟା ଧରି ଧର୍ଯ୍ୟ ଧରିଥିଲେ ଯାତ୍ରୀ । ତାପରେ ରାଗି ଯାଇ ଏହି ଯାତ୍ରୀ ଜଣକ ପାଇଲଟଙ୍କୁ ଚାପୁଡ଼ା ମାରିଥିଲେ । 
ଏହି ବିମାନଟି ଦିଲ୍ଲୀରୁ ଗୋଆ ଯିବା ପାଇଁ ଉଡ଼ାଣ ଭରିଥାନ୍ତା । ହେଲେ ଉଡାଣ ଭାରିବାରେ ବିଳମ୍ବ ହେବାରୁ ଯାତ୍ରୀ ଜଣକ କ୍ଷୁବ୍ଧ ହୋଇ ଯାଇଥିଲେ । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଥିଲା ଆଉ ଏହି ଘନ କୁହୁଡ଼ି ପାଇଁ ବିମାନ ଉଡାଣ ଭରିବା ପାଇଁ ଲେଟ ହୋଇଥିଲା ।
Special Report
ବିମାନ ୧୩ ଘଣ୍ଟା ବିଳମ୍ବ ଥିଲା । ବିମାନ ବିଳମ୍ବ ଥିବାରୁ ଯାତ୍ରୀ ଜଣଙ୍କ ପ୍ରବଳ ରାଗି ଯାଇଥିଲେ । ଆଉ ସେ ରାଗି ଯାଇ ଏଭଳି କାମ କରିଥିଲେ । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ଆଉ ସେ ହିଁ ପାଇଲଟ ଜଣଙ୍କୁ ମାଡ ମାରିଛନ୍ତି । ଇଣ୍ଡିଗୋର ୬E୨୧୭୫ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ସାହିଲ କୋଟାରିଆ । ପାଇଲଟଙ୍କୁ ଏବେ ମାରିବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଅନେକ ମାମଲା ରୁଜ୍ଜୁ ହୋଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement