Nov 2, 2023, 08:44 IST

ପାଇପ ଭିତରେ ଫସି ରହିଥିଲା ସାପ ଦେଖନ୍ତୁ ଜୀବନ ବଞ୍ଚାଇ ଦେଲେ ବନ ବିଭାଗ କର୍ମଚାରୀ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାପର ଜୀବନ ବଂଚାଇଦେଲେ କନେଷ୍ଟବଳ। ସାପର ପାଟିରେ ମୁହଁ ଲଗାଇ ନିଶ୍ୱାସ ପ୍ରଶ୍ୱସ ଦେଇ ସାପକୁ ନୂଆ ଜୀବନ ଦେଇଛନ୍ତି ପୋଲିସ କନେଷ୍ଟବଳ। ଯାହାର ଭିଡ଼ିଓ ଏବେ ଭାଇରଲ ହେବାର ଲାଗିଛି।
Special report
ବନ୍ଧୁଗଣ ମଧ୍ୟପ୍ରଦେଶର ଜଣେ କନେଷ୍ଟବଳ ଏକ ମରଣାପନ୍ନ ବିଷଧର ସାପ ମୁହଁରେ ପାଟି ଲଗାଇ ତାହାକୁ ବଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଦୁଃସାହସିକ କାର୍ଯ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। 
ମଧ୍ୟପ୍ରଦେଶର ନର୍ମଦାପୁରମ୍‌ରେ ଉତ୍ତୋଳିତ ହୋଇଥିବା ଏହି ଭିଡିଓରେ ଏକ ସାପ ଜନବସତିର ଏକ ପାଣିପାଇପ୍‌ରେ ପଶିଯାଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକେ ତାହାକୁ ସେଥିରୁ କାଢ଼ିବା ପାଇଁ ପାଇପ୍‌ରେ କୀଟନାଶକ ମିଶା ପାଣି ଢାଳିଥିଲେ।
Special report
ସାପଟି ସିନା ପାଇପ୍‌ରୁ ବାହାରିଗଲା, ମାତ୍ର ତାହା ଅଚେତ ହୋଇ ପଡ଼ିରହିଲା। ଏହାପରେ ସେମାନେ ଅତୁଲ ଶର୍ମା ନାମକ ଜଣେ କନେଷ୍ଟବଳଙ୍କୁ ଖବର ଦେଇଥିଲେ ଯିଏ କି ଜଣେ ଆତ୍ମଘୋଷିତ ସର୍ପ ବିଶେଷଜ୍ଞ ଭାବରେ ପରିଚିତ। 
ଅତୁଲ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅନୁଧ୍ୟାନ କରିଥିଲେ।ସାପ ଉପରେ କୀଟନାଶକ ପାଣି ଢଳାଯାଇଥିବା ଶୁଣି ସେ ପ୍ରଥମେ ସାଦା ପାଣିରେ ତାହାକୁ ଧୋଇ ଦେଇଥିଲେ। ନିସ୍ତେଜ ହୋଇ ପଡ଼ିଥିବା ସାପଟିର ନିଃଶ୍ବାସପ୍ରଶ୍ବାସ ପ୍ରାୟ ବନ୍ଦ ହୋଇଯାଇଥିବା
Special report
ଅତୁଲ ଜାଣିବାକୁ ପାଇଥିଲେ। ତେଣୁ ସେ ସାପ ପାଟିରେ ନିଜ ପାଟି ରଖି ଫୁଙ୍କିବା ଓ ଶୋଷିବା ସହ ତାହାର ଛାତିକୁ ଚାପିବା ଆରମ୍ଭ କରିଥିଲେ ଯାହାକୁ ଚିକିତ୍ସା ବିଜ୍ଞାନରେ ‘ସିପିଆର୍‌’ କହନ୍ତି। 
ଏହା ପରେ ସାପଟି ଘୁଷୁରିବା ଆରମ୍ଭ କରିଥିଲା। ଉପସ୍ଥିତ ଲୋକେ ଅତୁଲଙ୍କର ଏହି ଦୁଃସାହସିକ ପଦକ୍ଷେପର ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ, ବିଗତ ୧୫ ବର୍ଷ ଭିତରେ ଅତୁଲ ଏପରି ୫୦୦ ସରିକି ସାପକୁ ବଞ୍ଚାଇଥିବା କହିଛନ୍ତି।
ତେବେ ସାପ ଧରିବା କି ତାହାର ଯତ୍ନ ନେବା ପାଇଁ ସେ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ନେଇନାହାନ୍ତି। କେବଳ ଡିସ୍କଭରି ଚ୍ୟାନେଲ୍‌କୁ ଦେଖି ଦେଖି ସେ ଏହି ଜ୍ଞାନ ଆହରଣ କରିଛନ୍ତି।

Advertisement