Updated: Mar 21, 2024, 13:30 IST

ଦେଖନ୍ତୁ ଚାହୁଁ ଚାହୁଁ ବିତିଗଲା ବର୍ଷେ ଏବେ ଏମିତି ଅଛନ୍ତି ପିଣ୍ଟୁ ନନ୍ଦଙ୍କ ବିନା ପରିବାର - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଓଲିଉଡ ଜଗତର କଳାକାରମାନଙ୍କ ବିଷୟରେ ଆପଣମାନେ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଓଲିଉଡ ଜଗତର କଳାକାରମାନଙ୍କ ବିଷୟରେ ସବୁ ଖବର ଜାଣିବା ସହ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଜାଣିଥିବେ । 
Viral
ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି । ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଏକ ବର୍ଷ ହେଲା ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ବିୟୋଗ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।
ଆଜି ମଧ୍ୟ ତାଙ୍କୁ ସାରା ଓଡ଼ିଶାବାସୀ ମନେ ପକାଉଛି । ସାରା ଓଡ଼ିଶାବାସୀ ତାଙ୍କୁ ଖୋଜୁଛି । ଅଭିନେତା ପିଣ୍ଟୁ ନନ୍ଦଙ୍କ ବାର୍ଷିକ ଉତ୍ସବରେ ତାଙ୍କୁ ସମସ୍ତେ ମନେ ପକାଇଛନ୍ତି । ଆଉ ଅଭିନେତାଙ୍କ ଭାଇ ଅନେକ କିଛି କହିଛନ୍ତି ।
Viral
ଅଭିନେତା ପିଣ୍ଟୁ ନନ୍ଦଙ୍କ ଭାଇ କହିଛନ୍ତି ଭାଇ ଯଦି ସାଙ୍ଗରେ ଥାଏ ତାହେଲେ ବଳ ଅଧିକ ଲାଗିଥାଏ । ତାଙ୍କ ଭାଇ ତାଙ୍କ ସାଙ୍ଗରେ ନାହାଁନ୍ତି ଆଉ ସେ ଆଜି ବଳ ଶୂନ୍ୟ ହୋଇ ଯାଇଛନ୍ତି । ଘରର ମୁଖ୍ୟ ଲୋକ ଥିଲେ ପିଣ୍ଟୁ ନନ୍ଦ । ସେ ଘରର ସବୁ ଦାୟିତ୍ଵ ନିଭାଇ ଥାଆନ୍ତି ଆଉ ଏବେ ତାଙ୍କ ଭାଇ ସବୁ କାମ କରୁଛନ୍ତି । ସେ ଘରର ସବୁ ଦାୟିତ୍ଵ ବୁଝୁଛନ୍ତି ।
ଏହି ଅଭିନେତା ଜଣଙ୍କର ଭାଇ ତାଙ୍କ ଠାରୁ ୪ ବର୍ଷ ସାନ । ଆଉ ସେ ସବୁବେଳେ ତାଙ୍କୁ ଗେଲ କରନ୍ତି । ତାଙ୍କୁ ଦେଖିଲେ କୁଣ୍ଢାଇ ଦିଅନ୍ତି । ଏବେ ତାଙ୍କ ବିୟୋଗ ପରେ ସେ ଏକୁଟିଆ ହୋଇ ଯାଇଛନ୍ତି । 
ଆଜି ତାଙ୍କ ଘର ଶ୍ରୀହୀନ ଭଳି ଲାଗୁଛି । ତାଙ୍କ ଭାଇ ତାଙ୍କୁ ଛୋଟ ପିଲା ବା ନିଜ ପୁଅ ଭଳି ଭାବିଥାଆନ୍ତି । ଆଗକୁ ସେମାନେ କେମିତି ଚଳିିବେ ସେମାନେ ଜାଣି ନାହାଁନ୍ତି । ତାଙ୍କ ବାପା ମା ଆଉ ତାଙ୍କ ପିଲାଛୁଆ ଏବେବି ତାଙ୍କୁ ଖୋଜୁଛନ୍ତି 
ଅଭିନେତା ପିଣ୍ଟୁ ନନ୍ଦ ତାଙ୍କ ପାଖରେ ଅଛନ୍ତି ଆଉ ଏହା ସେ ସବୁବେଳେ ଭାବୁଛନ୍ତି ବୋଲି ତାଙ୍କ ଭାଇ କହିଛନ୍ତି । ଅଭିନେତା ପିଣ୍ଟୁ ନନ୍ଦଙ୍କ ଶ୍ରାଦ୍ଧରେ ତାଙ୍କ ସ୍ତ୍ରୀ ଆସିଥିଲେ ଆଉ ସବୁ କାମ ମଧ୍ଯ ହେଲା । ପରିବାରରେ ଯାହାର ବି କିଛି ହେଲେ ସେ ଯେତେ ବଡ ଲୋକ ହୋଇଥିଲେ ବି ମାନସିକ ସ୍ତରରେ ଦୁର୍ବଳ ହୋଇଯିବ । ଏହିସବୁ ତାଙ୍କ ଭାଇ କହିଛନ୍ତି ।

Advertisement