Oct 1, 2023, 10:45 IST

ପେଟରୁ ବାହାରିଲା ନଟ ବୋଲ୍ଟ ସହ କାନଫୁଲ , କଙ୍କଡା କ୍ଲିପ୍ ଭଳି ଏମିତି ଆଶ୍ଚର୍ୟ୍ଯ ଜନକ ୪୦ ପ୍ରକାର ଜିନିଷ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦ୍ଵାରା ଜାଣିପାରିବେ କି ଗୋଟିଏ ବ୍ୟକ୍ତିର ପେଟରୁ ଏଭଳି କିଛି ଜିନିଷ ବାହାରିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମାର୍ବଲ ଖଣ୍ଡ ଠାରୁ କଙ୍କଡା କ୍ଲିପ୍ ସବୁ ରହିଥିଲା ଏହି ବ୍ୟକ୍ତିଙ୍କ ପେଟରେ । ଡାକ୍ତର ଦେଖି ଏହା ବେହୋସ୍ ହୋଇଗଲେ । ଅପରେସନ ହେବା ପରେ ଏହି ସବୁ ବାହାରିଥିଲା । ପେଟରୁ ଷ୍ଟୋନ ବାହାରିବା କଥା ତ ଆପଣମାନେ ଜାଣିଥିବେ ।
Special report
କିନ୍ତୁ ଏହି ବ୍ୟକ୍ତି ଜଣକ ପେଟରୁ ମୁଣ୍ଡ ବାଳ କ୍ଲିପ୍, ଇୟରଫୋନ, ଲକେଟ୍ ଭଳି ୪୦ ପ୍ରକାରର ଜିନିଷ ବାହାରିଛି । ଏହି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ ଅଟେ । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଏହିଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ମେଡିସିଟି ହସ୍ପିଟାଲରେ । କ୍ଲିପ୍ ଠାରୁ ଆରମ୍ଭ କରି ନଟ ବୋଲ୍ଟ, ଲକେଟ୍, ଇୟରଫୋନ ଭଳି ଅନେକ ଜିନିଷ ପେଟ ଭିତରୁ ବାହାର କରାଯାଇଛି । ଆପଣ ଏହି ଭିଡିଓରେ ଫଟୋ ମାଧ୍ୟମରେ ଏହି ଜିନିଷର ଫଟୋ ଦେଖିପାରିବେ ।
Special report
ଏହି ଫଟୋ ଡାକ୍ତରମାନେ ଉଠାଇଛନ୍ତି । ଖବର ମୁତାବକ ଏହି ବ୍ୟକ୍ତି ଜଣଙ୍କର ପେଟ ଦୁଇବର୍ଷ ହେଲା ଯନ୍ତ୍ରଣା ଦେଉଥିଲା । ଆଉ ସେ ମେଡିକାଲ ଯାଇଥିଲେ । ସେଠାରେ ଏକ୍ସ- ରେ ହେବା ପରେ ଏହି କଥା ସାମ୍ନାକୁ ଆସିଥିଲା ।
Special report
ବ୍ୟକ୍ତି ଜଣକର ପେଟରେ ଏହିସବୁ ଜିନିଷ ଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ସଂଗେସଂଗେ ଡାକ୍ତର ତାଙ୍କୁ ଅପରେସନ କରିବାକୁ କହିଥିଲେ । ଆଉ ଏହି ଅପରେସନ ହେବା ପରେ ୪୦ ରୁ ଅଧିକ ସାମଗ୍ରୀ ବ୍ୟକ୍ତିଙ୍କ ପେଟରୁ ବାହାରିଥିଲା । ଅପରେସନ ପରେ ଏବେ ବ୍ୟକ୍ତି ଜଣଙ୍କର ଅବସ୍ଥା ଗୁରୁତର ଅଛି ।
ଏହି ବ୍ୟକ୍ତି ଜଣକ ମାନସିକ ସମସ୍ୟାରେ ଥିଲେ । ଏହି ବ୍ୟକ୍ତି ଜଣକ ଏହିସବୁ ଜିନିଷ କେତେବେଳେ ଖାଇଥିଲେ ତାହା ଜଣାପଡି ନାହିଁ । ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ସବୁ ଜିନିଷ ପାଟିରେ ପୁରାଇ ଦେଉଥିଲେ ।

Advertisement