Dec 26, 2023, 17:37 IST

ଗାଁ ରେ ପଶିଲା ପାଗଳ ଷଣ୍ଢ ଦେଖନ୍ତୁ ହଠାତ୍ କଣ ହେଲା ଲୋକମାନଙ୍କ ମଧ୍ୟରେ - Exclusive Visual

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଆପଣ ଏହି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଘଟଣା ହେଉଛି ଗାଁରେ ମାତିଛି ପାଗଳ ଷଣ୍ଢ, ଆଉ ଏହି ଷଣ୍ଢକୁ ଦେଖି ସମସ୍ତେ ଡରି ଯାଉଛନ୍ତି । ଏହି ଷଣ୍ଢକୁ ଦେଖିଲେ ଯିଏ ଯୁଆଡେ ପାରୁଛି ଦୌଡ଼ି ପଳେଇ ଯାଉଛି । ରକ୍ତ ମୁଖା ହୋଇ ଏହି ଷଣ୍ଢ ଗାଁରେ ଘୁରି ବୁଲୁଛି ।
Special Report
ଏହି ପାଗଳ ଷଣ୍ଢ ଲୁଚି କରି ରହୁଛି ଆଉ ଲୋକଙ୍କୁ ଦେଖିଲେ ଦୌଡ଼ି ଆସି ତାଙ୍କୁ ଫିଙ୍ଗି ଦେଉଛି । ଖେଳେଇ ଖେଳେଇ ଲୋକଙ୍କୁ ମାରି ଲହୁ ଲୁହାଣ କରିଦେଉଛି ଏହି ପାଗଳ ଷଣ୍ଢ । ହିଂସ୍ର ଜନ୍ତୁ ଭଳି ଏହି ଷଣ୍ଢ ଲୋକଙ୍କୁ ଆକ୍ରମଣ କରୁଛି । 
ଦିନ ଦ୍ବିପ୍ରହର ସମୟରେ ଗାଁର ଲୋକମାନଙ୍କ ଘରେ ତାଟି କବାଟ ପଡ଼ି ଯାଉଛି । ଷଣ୍ଢ ଗାଁରେ କାଳ ହୋଇ ଜଗି ବସୁଛି । ଯିଏ ଘରୁ ବାହାରୁଛି ସିଏ ମେଡିକାଲ ବେଡ଼ରେ ପଡୁଛି । ପୁରା ଗାଁରେ ହଇଚଇ ପକାଇ ଦେଇଛି ଏହି ପାଗଳ ଷଣ୍ଢ ।
Special Report
କେବଳ ମଣିଷମାନଙ୍କୁ ଏହି ଷଣ୍ଢ ଆକ୍ରମଣ କରୁନାହିଁ ଗାଁରେ ଥିବା ଗାଇ ବାଛୁରୀମାନଙ୍କୁ ଆକ୍ରମଣ କରୁଛି । ଏବଂ ଘରଦ୍ୱାର ଭାଙ୍ଗି ଦଉଛି । ଯିଏ ବି ଘରୁ ବାହାରୁଛି ସେ ହାତରେ ବାଡି ନେଇ ଯାଉଛି । ଏମିତି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।
ଏହି ଷଣ୍ଢ ମାରିବା ଦ୍ଵାରା ୧୨ ଜଣ ଲୋକ ଆହତ ହୋଇ ସାରିଲେଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ । ଏକ ବୁଲା ଷଣ୍ଢ ଗାଁ ଗାଁ ବୁଲି ଲୋକମାନଙ୍କୁ ଆକ୍ରମଣ କରୁଛି । ଅନେକ ଲୋକ ଏହି ଷଣ୍ଢ ଆକ୍ରମଣରେ ଆହତ ହୋଇ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ଏଥିରୁ ବାଦ୍ ପଡ଼ି ନାହାଁନ୍ତି ଗାଁରେ ବନ୍ଧା ହୋଇ ରହୁଥିବା ଗାଇ ବାଛୁରୀ । ଗ୍ରାମବାସୀ ବନ ବିଭାଗକୁ ଜଣାଇଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଗାଁ ଲୋକେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Advertisement