Feb 2, 2024, 11:48 IST

ହେ ଭଗବାନ ! ପାରାଦୀପ ରୁ ମିଳିଲା ବିରଳ ମାଛ, ଲୋକେ କହିଲେ ଏଇ ମାଛ ନୁହେଁ ଗୋଟେ ଏଲିଅନ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମୁଦ୍ର କୂଳ ରୁ ମିଳିଲା ଏକ ବିରଳ ଏବଂ ଭୟଙ୍କର ମାଛ। ଏହି ମାଛ ମଧ୍ୟ ଦେଖିବାକୁ ଏଲିଏନ ପରି। ସୋସିଆଲ ମିଡିଆରେ ଏହି ମାଛ ର ଫଟୋ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।
Special report
ପ୍ରକୃତରେ ଏହା ଏଲିଏନ ନା ଏହା ପଛରେ ଅନ୍ୟ କୌଣସି ସତ ରହିଛି ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ସମୁଦ୍ରରେ ଭିନ୍ନ ଭିନ୍ନ ବିଶାଳକାୟ ଜୀବ ରହୁଥିବା କଥା ଆପଣ ମାନେ ଜାଣିଥିବେ।
ହେଲେ କିଛି ଜୀବ ଏପରି ଅଛନ୍ତି ଯେଉଁ ମାନଙ୍କୁ ଦେଖିଲେ ଆପଣ ମାନେ ମଧ୍ଯ ଡରି ଯିବେ। କାରଣ ଏହା କେବଳ ଆକାରରେ ବଡ଼ ନଥାନ୍ତି ଏମାନଙ୍କର ଶରୀରର ଗଠନ ଶୈଳୀ ମଧ୍ୟ ସଂପୂର୍ଣ୍ଣ ଭାବରେ ଭିନ୍ନ ହୋଇଥାଏ।
ଏଭଳି ଏକ ଭୟଙ୍କର ଜୀବ ଆମେରିକାର ସମୁଦ୍ର କୂଳରୁ ଉଦ୍ଧାର ହୋଇଛି। ଏହା ଏଲିଏନ ଭଳି ଦେଖା ଯାଉଥିବା ଏକ ଭୟଙ୍କର ଜୀବ ଅଟେ। ଏହା କୌଣସି ବଡ଼ ଜୀବକୁ ମଧ୍ୟ ଗିଳି ଦେଇ ପାରିବ।
Special report
ଏହି ଜୀବ କୁ ସ୍ପିସିଫିକ ଫୁଟବଲ ଫିଶ୍ କୁହା ଯାଉଛି । ଏହାର ରଙ୍ଗ ମଧ୍ୟ କୋଇଲା ଭଳି ହିଁ କଳା ରହିଛି। ଏହାର ଦାନ୍ତ ଏତେ ତୀକ୍ଷ୍ଣ ରହିଛି କି ଏହା ଲୁହା କୁ ମଧ୍ୟ ଭାଙ୍ଗି ଦେଇ ପାରିବ। ମାଛ ଟି ଖୁବ ଭୟଙ୍କର ଦେଖା ଯାଉଛି।
ବର୍ତ୍ତମାନ ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହା ପରେ କି ଏହାର ଆତଙ୍କ ମଧ୍ୟ ସମ୍ପୂର୍ଣ ଇଣ୍ଟରନେଟ୍ ରେ ଖେଳି ଯାଇଛି। ଆମେରିକାରେ ଏହି ମାଛ ଦେଖିବାକୁ ମିଳିଛି।
ଏହି ମାଛ ଟି ୨୪ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହାର ମୁଣ୍ଡରେ ମଧ୍ୟ ମଣିଷର ହାତ ଭଳି ଏକ ଅଙ୍ଗ ରହିଛି। ଏହା ଦେଖିବା ପାଇଁ ମଧ୍ୟ ଖୁବ ଭୟଙ୍କର ଲାଗିଥାଏ।
କିନ୍ତୁ ପୁରୁଷ ମାଛର ଲମ୍ବା ମାତ୍ର ୨୧ ଇଞ୍ଚ ହୋଇପାରେ ବୋଲି ଜଣା ପଡିଛି। ଏହି ମାଛ କିପରି ସମୁଦ୍ର କୂଳରେ ପହଞ୍ଚିଲା ତାକୁ ନେଇ ଏବେ ଖୁବ୍ ଚିନ୍ତା ଦେଖା ଦେଇଛି। ଏହି ମାଛ ଗୁଡିକ ପ୍ରାୟତଃ ସମୟରେ ଗଭୀର ସମୁଦ୍ର ଭିତରେ ହିଁ ଦେଖିବାକୁ ମିଳିଥାଏ।

Advertisement