Mar 20, 2024, 18:23 IST

ମିଳିଲା ସତର୍କ ସୂଚନା ଦେଖନ୍ତୁ ଘରୁ ବାହାରନ୍ତୁ ନାହିଁ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବଡ ଖବର

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପାଣିପାଗକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଏବେ କାଳବୈଶାଖୀର ପ୍ରଭାବ ସବୁ ଜିଲ୍ଲାରେ ଦେଖିବାକୁ ମିଳୁଛି ।
Viral video
ଏହି କାଳବୈଶାଖୀ ପ୍ରଭାବରେ ହେଇଥିବା ବର୍ଷା ଯୋଗୁଁ ଅନେକ ଲୋକ ହଇରାଣ ହେଲେଣି । ଆଉ ଏବେ ଏହି ବର୍ଷାକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଛି ।
ମଧ୍ୟରାତ୍ରୀରୁ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେଉଛି । ସବୁଠାରୁ ଅଧିକ ବର୍ଷା ଯାଜପୁର ଜିଲ୍ଲାରେ ରେକର୍ଡ କରାଯାଇଛି । ଯାଜପୁର ଜିଲ୍ଲାରେ ୬୦ ମିମି ବର୍ଷା ରେକର୍ଡ କରାଯାଇଛି ।
ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବକୁ ମିଳୁଛି । ଆଉ ଏହାସହ ଆଭ୍ୟନ୍ତର ଓଡ଼ିଶାରେ ସମ୍ବଲପୁର, ଦେବଗଡ଼, ଏବଂ ବରଗଡ ଜିଲ୍ଲାରେ ବର୍ଷା ହେବ ବୋଲି ଜଣାପଡିଛି । ପୁରା ରାଜ୍ୟରେ ଏବେ ମେଘୁଆ ପାଗ ଲାଗି ରହିଛି । 
Viral
ଗୁରୁଚାପ ପ୍ରଭାବରେ ଜଳୀୟବାସ୍ପପୂର୍ଣ୍ଣ ବାୟୁ ପରସ୍ପର ସହ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହୋଇ ଏହି ପାଗ ସୃଷ୍ଟି କରିଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ସହ ପବନ ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା । ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ । 
ଅଧିକ ମାତ୍ରାରେ ବର୍ଷା ସହ କୁଆପଥର ବର୍ଷା ହେବ ବୋଲି ସୂଚନା ମିଳିଛି । ୭ ରୁ ୧୧ ସେମି ବର୍ଷା ଯାଜପୁର, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ ଆଉ କନ୍ଧମାଳ ଜିଲ୍ଲାରେ ହେବ ।
କୁଆପଥର ବର୍ଷା ପାଇଁ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର , ଢେଙ୍କାନାଳ ଆଉ ଅନୁଗୁଳ ଜିଲ୍ଲାରେ ହୋଇପାରେ । ୧୮ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲାରେ ଭାରି ବର୍ଷା ହେବ ବୋଲି ଜଣାପଡିଛି । ସମସ୍ତେ ସତର୍କ ରୁହନ୍ତୁ ବୋଲି କୁହାଯାଇଛି ।

Advertisement