ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ପୁଣି ଆକ୍ସନ ମୋଡ଼କୁ ଆସିଛି ବାଲାଙ୍ଗିର ଟାଉନ ଥାନା ପୋଲିସ। ସହର ଭିତରେ ଚାଲିଥିବା ସେକ୍ସ ରାକେଟ୍ କାବୁ କରି ଚର୍ଚ୍ଚାକୁ ଆସିଛି। ସହରର ୨୧ ନମ୍ବର ୱାର୍ଡ଼ ଶାନ୍ତିପଡ଼ା ଛକରୁ ଖର୍ସେଲ୍ପଡାକୁ ଯିବା ରାସ୍ତାରେ ଏକ ଭଡ଼ାଘର ରହିଛି।
ସେଠାରେ ଦୀର୍ଘ ମାସ ଧରି ଏହି ସେକ୍ସ ରାକେଟ୍ କାରବାର ଚାଲୁଥିବା ସୂଚନା ପାଇଥିଲା ପୋଲିସ। ସୂଚନାକୁ ଆଧାର କରି ତେବେ ଗତ ରାତିରେ ଏସ୍ଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟାଉନ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧ ଓ ଅନ୍ୟ ଅଧିକାରୀଙ୍କ ସହିତ ଲକ୍ଷ୍ମୀଜୋର ଥାନା ପୋଲିସ୍ ମିଳିତ ଭାବରେ ଚଢ଼ାଉ କରିଥିଲା।
ଘର ଭିତରେ ସଂପୃକ୍ତ ଯୁବକ ଯୁବତୀମାନେ ଅସଂଯତ ଅବସ୍ଥାରେ ଥିବା ବେଳେ ମାଡ଼ିବସିଥିଲା ପୋଲିସ୍।ଏହି ମାମଲାରେ ୪ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୪ ଜଣ ଯୁବକଙ୍କୁ ଅଟକ କରିଛି ପୋଲିସ୍ ବଲାଙ୍ଗିର ସହରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିବାର ଜଣା ପଡ଼ିଛି।
ତେବେ ଅଭିଯୋଗ ଆସୁଥିବା ବେଳେ ଏହି ସେକ୍ସ ରାକେଟ୍ରୁ ତାହା ସ୍ପଷ୍ଟ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣାଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।