Updated: Mar 5, 2024, 20:27 IST

ଓଡ଼ିଶାରେ ଏକାଠି ହେଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏଥର ଓଡ଼ିଶାର ହେବ ଏମିତି ବିକାଶ

Viral news

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଣ୍ଡୀଖୋଲ ସଭାସ୍ଥଳରେ ଆସି ପହଞ୍ଚିଲେ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟରରେ ଚଣ୍ଡିଖୋଲ ଆସିଥିଲେ ମୋଦୀ। ୪ଟା ୧୫ରେ ସାଧାରଣ ସଭାରେ ଉଦବୋଧନ ଦେବେ ମୋଦୀ।
ଯେଉଁଥିରେ କି ବିଜେପି ବିଧାୟକ, ସାଂସଦ ନେତା ସମସ୍ତେ ଉପସ୍ଥିତ ରହିବେ। ଏବଂ ଏସବୁ ଭିତରେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ କି ନେତା ମଧ୍ୟ ବେଶ ରାଜ୍ୟ ବିଜେପି ଉତ୍ସାହିତ ଅଛନ୍ତି। 
Viral
ଭୁବନେଶ୍ଵରରୁ ଚଣ୍ଡିଖୋଲ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରଯାଇଛି। ବିମାନ ବନ୍ଦରରୁ ରାଜଭବନ ଯାଏଁ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖାଯାଇ।
ଗୋଟିଏ ପେଟ ଆଜି ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜୟନ୍ତୀ। ଆଉ ଗୋଟେ ପଟେ ଭରତ ରତ୍ନକୁ ନେଇ କିଛି ଘୋଷଣା କରିପାରନ୍ତି କି ମୋଦୀ ଏଭଳି କଳ୍ପନା ପ୍ରକାଶ ପାଉଛି। ଆଜି ସକାଳୁ ମଧ୍ୟ ସୋସିଆଲ ମିଡିଆରେ ବିଜୁ ବାବୁଙ୍କୁ ଜୟନ୍ତୀକୁ ନେଇ ଟୁଇଟି କରିଛନ୍ତି ମୋଦୀ। 
୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳନ୍ୟାସ କରିବେ ଯାହା ବର୍ତ୍ତମାନ ସମୟରେ ସୂଚନା ମିଳିଛି। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ।
Modi
ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପ ଭେଟି ଦେଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଥିଲେ। ଜୟ ଜଗନ୍ନାଥ କହି ଚଣ୍ତିଖୋଲରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 
ମୋଦୀ କହିଛନ୍ତି, ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଯାଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ। ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ।
ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ। ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ। ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦି।

Advertisement