Updated: Aug 25, 2023, 12:25 IST

ଏଭଳିଆ ଅଭଦ୍ର ଲୋକ ଗୁଡ଼ା ଓଡ଼ିଶା ପୋଲିସ ରେ କେମିତି ଚାକିରି ପାଆନ୍ତି? ଶୁଣନ୍ତୁ Audio call ରେ କେମିତି ଭାଷା ଖରାପ କରି ଗାଳି କରୁଛନ୍ତି ବଡ଼ ବାବୁ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସାଧାରଣ ଲୋକ ଙ୍କ ର ଯଦି କୌଣସି ଅସୁବିଧା ଥାଏ ସେମାନେ ପୋଲିସ ପାଖକୁ ଯାଇ ଥାନ୍ତି।ସମସ୍ତେ ଭାବନ୍ତି ପୋଲିସ ମାନେ ଆମକୁ ନ୍ୟାୟ ଦେବେ।ସେମାନେ ହିଁ ଆମର ରକ୍ଷା କବଚ।
Viral
ହେଲେ ଯଦି ସେହି ମାନେ ହିଁ ଲୋକଙ୍କ ସହିତ ଖରାପ କରିବେ ତେବେ ଲୋକେ ଯିବେ କାହା ପାଖକୁ ନ୍ୟାୟ ମାଗିବାକୁ।ଆଜି ଆମେ ଆପଣ ଙ୍କୁ ଏଭଳି ଏକ କଥା ବିଷୟ ରେ କହିବାକୁ ଯାଉଛୁ।ଯାହାକି ଘଟିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଫାଣ୍ଡି ରେ।ଜଣେ ପୋଲିସ ସବ ଇନ୍ସପେକ୍ଟର ବୁଧନାଥ ବେହେରା ସାଧାରଣ ଲୋକ ଙ୍କୁ ଗାଳି ଗୁଲଜ ଦେଇଥିଲେ।
ସେ ଏହାକୁ ସହି ନ ପାରି ପୋଲିସ ବାବୁ ଙ୍କ କଥା କୁ ରେକର୍ଡ କରି ସୋସିଆଲ ମିଡିଆରେ ରେ ଛାଡି ଦେଇଥିଲେ।ଏହି ଘଟଣା ଟି ଏବେ ଭାଇରାଲ ହେବାକୁ ଲାଗିଚି।ଏହା ପରେ ତାଙ୍କୁ ନିଲମ୍ବିତ କଲେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି।
Viral
ସୂଚନା ଅନୁସାରେ ମନୋଜ କୁମାର ବେହେରା ନାମକ ଜଣେ ଯୁବକ ଭୁବନେଶ୍ୱର ରେ ରହି ଚାକିରି କରନ୍ତି।ସେଠାରେ ସେ କାମ କରୁଥିବା ବେଳେ ପୋଲିସ ବାବୁ ତାଙ୍କୁ ଫୋନ୍ କଲେ।ଗୁଣ୍ଡା ଙ୍କ ଭଳି ତାଙ୍କୁ ଧମକାଇବା ଆରମ୍ଭ କଲେ।ମନୋଜ ପ୍ରଥମେ ତାଙ୍କ କଲ୍ କାଟି ଦେଇଥିଲେ।
ଓ ପରେ ଉଠାଇ କଲ ରେକର୍ଡିଂ କଲେ।ସେଥିରେ ମନୋଜ ଅନେକ ଥର ତାଙ୍କ ଦୋଷ କଣ ବୋଲି ପଚାରିଲେ ଓ କାହିଁକି ତାଙ୍କୁ ଥାନା କୁ ଡାକୁଛ ବୋଲି ପଚାରି ଥିଲେ।କିନ୍ତୁ ପୋଲିସ ବାବୁ କିଛି କହି ନ ଥିଲା।
ଏହା ବଦଳ ରେ ସେ ମନୋଜ ଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିଥିଲେ।ସେ ଭୁବନଶ୍ଵର ରେ ଚାକିରି କରି ସାରିଛନ୍ତି ବୋଲି କହିଲେ।ଓ ତୋତେ ମୁ ଘରୁ ଉଠାଇ ଆଣି ବି ବୋଲି କହିଥିଲେ।ମୁ ଜମା ବି ଭଲ ଲୋକ ନୁହେଁ।ମୁ ଅନେକ ଲୋକ ଙ୍କୁ ହାଣିଚି।ତୋତେ ବି ହାଣି ଦେବି ବୋଲି କହିଥିଲେ।
ଏହାକୁ ମନୋଜ ରେକର୍ଡ କରି ରଖିଥିଲେ।ସୋସିଆଲ ମିଡିଆରେ ପୋଲିସ ବାବୁ ଙ୍କ ଏଭଳି କାରନାମା ସବୁ ସେ ଅପଲୋଡ଼ କଲେ।ଏହା ପରେ କଟକ ଗ୍ରାମାଞ୍ଚଳ ଏସପି ତାଙ୍କୁ ତାଙ୍କ କାର୍ଯ୍ୟ ରୁ ନିଲମ୍ବିତ କରୁଛନ୍ତି।ଜଣେ ପୋଲିସ ବାବୁ ଙ୍କ ଏଭଳି କାର୍ଯ୍ୟ ଲୋକ ଙ୍କ ପାଇଁ କେତେ ଦୂର ଠିକ୍ ତାହା ଆପଣ ମାନେ ବିଚାର କରନ୍ତୁ।

Advertisement