Updated: Jan 21, 2024, 13:09 IST

ମାଡ଼ି ଆସିଲା ଭୟଙ୍କର କୁହୁଡି ଦେଖନ୍ତୁ ୩ ଦିନ ଏହି ସବୁ ଜିଲ୍ଲା ମାନଙ୍କରେ ପଡ଼ିବ ପ୍ରବଳ କୁହୁଡି ସାବଧାନ ରୁହ ଏହିସବୁ ଜିଲ୍ଲା

Kuhudi

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର, ଦେଶ ବିଦେଶର ଏବଂ ସବୁ ଅଞ୍ଚଳର ଖବର ପାଇବା ସହ ପାଣିପାଗ ବିଷୟରେ ମଧ୍ୟ ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣିପାରିବେ ।
ଏହି ଖବର ଆପଣଙ୍କୁ ସତର୍କ କରାଇ ଦେଉଛି । ଏବେ ତ ସାରା ରାଜ୍ୟରେ ସକାଳେ ଘନ କୁହୁଡି ହେଉଛି ଆଉ ଏହି କଥା ତ ସମସ୍ତେ ଜାଣିଥିବେ ।
Kuhudi
ଏତେ ମାତ୍ରାରେ କୁହୁଡି ହେଉଛି ଯେ କିଛି ଦେଖା ଯାଉ ନାହିଁ । ଆସନ୍ତା ତିନିଦିନରେ ଭୟଙ୍କର କୁହୁଡି ହେବ । ଏହି ତିନିଦିନ ପାଗ ଭୟଙ୍କର ହେବ । ଘନ କୁହୁଡି ହେବ ଆଉ ଯେଉଁ କାରଣରୁ ରାସ୍ତାଘାଟ ଦେଖା ଯିବ ନାହିଁ ।
ସକାଳୁ ସକାଳୁ ସବୁ ଅଞ୍ଚଳରେ ଘନ କୁହୁଡ଼ି ଢାଙ୍କି ରହିବ । ରାଜ୍ୟରେ ଏବେ ଘନ କୁହୁଡିର ଆଶଙ୍କା । ୨୦,୨୧ ଆଉ ୨୨ ତାରିଖରେ ଘରୁ ବାହାରନ୍ତୁ ନାହିଁ । ଏହି ତିନିଦିନ ବହୁତ ଭୟଙ୍କର କୁହୁଡି ହେବ ବୋଲି ସୂଚନା ମିଳିଛି ।
ଏହି ତିନି ଦିନ ଘନ କୁହୁଡି ଜାରି ରହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶା ଉପକୂଳ ସମେତ ଉପକୂଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଜାରି ରହିବ ।
Kuhudi
ନୟାଗଡ଼ ଅଞ୍ଚଳରେ ଘନ କୁହୁଡି ହୋଇଥିଲା ଆଉ ଯାହାର ଦୃଶ୍ୟମାନ ଦୂରତା ୫୦ ମିଟର ରୁ କମ୍ ଥିଲା । ଖୋର୍ଦ୍ଧା, ଭୁବନେଶ୍ୱର, ଢେଙ୍କାନାଳ, ଚାନ୍ଦବାଲି, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ କଟକରେ ମଧ୍ୟ ଘନ କୁହୁଡି ହୋଇଥିଲା । ଆଉ ଯାହାର ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ଥିଲା । 
ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ଆଶଙ୍କା କରାଯାଇଛି । ଏଥିପାଇଁ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ୧୮ଟି ଜିଲ୍ଲାର ପ୍ରଶାସନଙ୍କୁ ସତର୍କ କରାଯାଇଛି । ପ୍ରବଳ ଘନ କୁହୁଡି ହେବ ଆଉ ଦୃଶ୍ୟମାନ ଦୂରତା ହ୍ରାସ ପାଇବ ।
ଏଥିପାଇଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ସେଥିପାଇଁ ଏହି ତିନି ଦିନ ସକାଳୁ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି । ୨୪ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର ଏବଂ ବାଲେଶ୍ଵର ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Advertisement