Updated: Sep 1, 2023, 13:50 IST

ଓଡ଼ିଶା ରେ ଗୁଣ୍ଡା ରାଜ୍ ଚାଲିଚି, ଯାହା ପ୍ରତି ନବୀନ ବାବୁ ଙ୍କ ବିପଦ, ସେ ରାତାରାତି ହେଉଛି ଗାୟବ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରଫୁଲ୍ଲ ସାମନ୍ତରାୟ ଙ୍କୁ କିଭଳି ଭାବରେ ଅପହରଣ କରି ନିଆ ଯାଇଥିଲା। ଆଉ ଏହାପରେ ତାଙ୍କୁ ଛାଡି ଦିଆ ଯାଇଥିଲା ମଧ୍ୟ।
ଲୋକଶକ୍ତି ଅଭିଯାନ ର ଅଧ୍ୟକ୍ଷ ଓ ବିଶିଷ୍ଟ ପରିବେଶବିତ୍ ଓ ଓଡ଼ିଶା ସହ ଭାରତର ତମାମ ଜନ ଆନ୍ଦୋଳନ ର ସାଥୀ ଭାବରେ ଜଣା ଯାଉଥିବା ପ୍ରଫୁଲ୍ଲ ସାମନ୍ତରାୟ ଙ୍କୁ ଯେଭଳି ନାଟକୀୟ ଭାନେରେ ଅପହରଣ କରା ଯାଇଥିଲା।
Viral
ରାଜ୍ୟ ବ୍ୟାପି ପ୍ରତିକ୍ରିୟା ପରେ ତାଙ୍କୁ ପୁଣି ଆଣି ଛାଡ଼ି ଦିଆ ଯାଇଥିଲା। ଏଥିରୁ ଜଣା ପଡ଼ୁଛି କି ଜନ ସାଧାରଣ ଙ୍କ ସ୍ୱର କୁ ସରକାର କିଭଳି ଭାବରେ ଭୟ କରୁଛନ୍ତି।
କୋରାପୁଟ ଓ ରାୟଗଡା ଜିଲ୍ଲାରେ ନିୟମଗିରି ସ୍ୱାୟତ୍ତ ସମିତି ଓ ମାଳି ସୁରକ୍ଷା ସମିତି ଏବଂ କାଶିପୁର ଅଞ୍ଚଳରେ କୁଟୁରପୁର ସୁରକ୍ଷା ସମିତି ଓ ସିଯିରି ମାଳି ସୁରକ୍ଷା ସମିତି ଯେଉଁ ସମିତି ନେତୃତ୍ୱ ରେ ଆଦିବାସୀ ମାନେ ତାଙ୍କର ଜଳ ଜମି ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିଲେ ।
Viral news
ସେହି ସ୍ୱର କୁ ଦମନ କରିବା ପାଇଁ ଗତକାଲି ପ୍ରଫୁଲ୍ଲ ସାମନ୍ତରାୟ ଙ୍କୁ ଅପହରଣ କରା ଯାଇଥିବା ବୋଲି କୁହା ଯାଉଛି।
ଏବଂ କାଲି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ଅପହରଣ ପରେ ପରେ ଯେଭଳି ଭାବରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ତାଙ୍କ ସାଥୀ ମାନେ ପୋଲିସ୍ ମାନଙ୍କୁ ଫୋନ କରି ତାଙ୍କ ସଂପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ। ରାତି ୯:୪୦ ପର୍ଯ୍ୟନ୍ତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ଫୋନ୍ ବ୍ଯବହାର କରିବାର ସୁଯୋଗ ମଧ୍ଯ ନଥିଲା।
ସାମ୍ବାଦିକ ସମ୍ମିଳନୀ ରେ ଯେତେବେଳେ ତାଙ୍କୁ ଖୋଜା ପଡିଥିଲା ସେତେବେଳ ଦୁର୍ବୃତ୍ତ ମାନେ ତାଙ୍କୁ ଅପହରଣ କରି ଆଣିଲେ ଆଉ ମୋହନା ଚେକ୍ ଗେଟ୍ ନିକଟରେ ତାଙ୍କୁ ଗାଡ଼ି ଭିତରେ କିଛି ଲୋକ ଦେଖିଥିଲେ। ଆଉ ଦେଖିଥିଲେ କି ତାଙ୍କର ମୁହଁ ବନ୍ଧା ଯାଇଛି। ସେତେବେଳେ ମଧ୍ଯ ବିଭିନ୍ନ ଗଣ ମାଧ୍ୟମରେ ଏହାର ଖୁବ ପ୍ରଚାର ଚାଲି ଥିଲା। ଏହାପରେ ତାଙ୍କୁ ମଧ୍ଯ ଛାଡ଼ି ଦିଆ ଯାଇଥିଲା। ଆଉ ଏବେ ଏନେଇ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଛି।

Advertisement