Updated: Mar 11, 2024, 21:35 IST

ଓଡ଼ିଆ କମେଡିଆନ ଜୋଜୋଙ୍କ ଘର ପରିବାର,ସମ୍ପତି ଏବଂ ଜୀବନଶୈଳୀ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ତ ସମ୍ବଲପୁରୀ ଗୀତ ଶୁଣିଥିବେ ।
ଆଉ ଏହାସହ ସମ୍ବଲପୁର ଅଞ୍ଚଳର ଅଭିନେତା ଆଉ ଅଭିନେତ୍ରୀଙ୍କୁ ଜାଣିଥିବେ । ଆପଣମାନେ ସମସ୍ତେ କମେଡିଆନ୍ ଜୋଜୋଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ଜଣେ ୟୁଟ୍ୟୁବର ଅଟନ୍ତି । 
Jojo
ଏହି ଭିଡିଓ ମାଧ୍ୟମରେ ଆପଣମାନେ କମେଡିଆନ୍ ଜୋଜୋଙ୍କ ଘର, ସ୍ତ୍ରୀ, ପରିବାର ଏବଂ ଧନ ସମ୍ପତ୍ତି ଆଉ ତାଙ୍କ ବିଷୟରେ ଅନେକ ଖବର ଜାଣିପାରିବେ । ୧୦ ଜାନୁଆରୀ ୧୯୯୩ ମସିହାରେ ସମ୍ବଲପୁର ଜିଲ୍ଲାର ରସାପଲ୍ଲି ଠାରେ କମେଡିଆନ୍ ଜୋଜୋ ଜନ୍ମଗ୍ରହଣ କରିଥିଲେ ।
ଜୋଜୋଙ୍କ ପ୍ରକୃତ ନାମ ହେଉଛି ଜଗଦୀପ ଜୋଜୋ । ସେ ଓଲିଉଡ ଜଗତର ଅଭିନେତା ଆଉ ଏହାସହ କଣ୍ଠଶିଳ୍ପୀ ଆଉ ନିର୍ମାତା ମଧ୍ୟ । ସେ ଜଣେ ପ୍ରସିଦ୍ଧ ସମ୍ବଲପୁରୀ ହାସ୍ୟ ଅଭିନେତା ।
Jojo
ଏହି ଅଭିନେତା ଜଣଙ୍କର ବାପାଙ୍କ ନାମ ଧନ୍ଵ ଓଗର ଆଉ ମାତାଙ୍କ ନାମ ଜୟନ୍ତୀ ଓଗର । ସେ କଲେଜ ସମୟରେ ଜଣଙ୍କୁ ଭଲ ପାଇଥିଲେ ଆଉ ସେ ତାଙ୍କୁ ବିବାହ କରିଛନ୍ତି । କମେଡିଆନ୍ ଜୋଜୋଙ୍କ ସ୍ତ୍ରୀଙ୍କ ନାମ ହେଉଛି ଆରବୀ ଅଞ୍ଜୁ ।
ସେ ରସାପଲ୍ଲୀ ବିଦ୍ୟାଳୟରେ ପାଠ ପଢିବା ପରେ ସେ କଳା ଶିକ୍ଷା ପାଇଁ ସମ୍ବଲପୁର ଡିପି କଲେଜରେ ପାଠ ପଢିଥିଲେ । ସେ ପାଠ ପଢ଼ିବା ପରେ ଏକ ପେଟ୍ରୋଲ ପମ୍ପରେ କାମ କରିଥିଲେ । 
ମାନିନୀ ପ୍ରଜ୍ଞାନଙ୍କୁ ଭେଟିବା ପରେ ଜୋଜୋଙ୍କ ଜୀବନ ବଦଳି ଯାଇଥିଲା । ଏହିପରେ ସେ ଅଭିନୟ କରିଥିଲେ । ସେ ୧୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି । ତାଙ୍କର ୟୁଟ୍ୟୁବରେ ଚ୍ୟାନେଲ ମଧ୍ୟ ଅଛି ଆଉ ସେ ସେଥିରେ କମେଡି ଭିଡିଓ ପୋଷ୍ଟ କରନ୍ତି ।
ସେ କମେଡି ଦରବାର ନାମକ ଶୋ ରେ ଡେବ୍ୟୁ କରିଥିଲେ । ସେ ଦର୍ଶକମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ତାଙ୍କର ଦୁଇ ତିନୋଟି କାର ରହିଛି । ତାଙ୍କର ପରିବାରରେ ତାଙ୍କ ବାପା, ମାଆ ଆଉ ସ୍ତ୍ରୀ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ହେବ ।

Advertisement