Mar 11, 2024, 09:01 IST

ହେ ପ୍ରଭୁ..ଦୁବାଇ ରେ ଚାକିରି କରି ଦେବାକୁ କହି...୬୦ ହଜାର ଲେଖାଏଁ ଟଙ୍କା ଲୁଟି ନେଲେ ଠକ

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ଅନେକ ଲୋକମାନେ ଠକାମୀ ର ଶିକାର ହେଉଛନ୍ତି।
ବର୍ତମାନ ମଧ୍ୟ ସେହିଭଳି ଏକ ଘଟଣା ଘଟିଛି।ଜଣେ କି ଦୁଇ ଜଣ ନୁହେଁ,ପୁରା ୭୮ ଜଣ,ହଜାର କି ଦୁଇ ହଜାର ନୁହେଁ ପୁରା ୬୦ ହଜାର ଲେଖାଏଁ ଟଙ୍କା। ଆବୁ ଡାବି ରେ ଚାକିରି କରିବେ ବୋଲି ସ୍ବପ୍ନ ଦେଖିଥିଲେ।
Hh
ଶେଷ ରେ କାନ ନାକ ମୋଡ଼ି ହୋଇ ଗାଁ କୁ ଫେରିଛନ୍ତି ୭୮ ଜଣ ଯୁବକ।ଏମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁ ଗାଁ ଅଞ୍ଚଳ ର ୭୮ ଜଣ ଯୁବକ।ଯେଉଁ ମାନେ ଗତ ରାତି ରେ ଗାଁ କୁ ଫେରିଛନ୍ତି।
ଏହି ମାନଙ୍କ ଭିତରୁ ଦୁବାଇ ରେ ଚାକିରି କରିବା ପାଇଁ କିଏ ଜମି ବିକିଛି,ଆଉ କିଏ ଗାଡ଼ି।ନିଜର ସର୍ବସ୍ବ ଦେଇଥିଲେ ହେଲେ ଶେଷ ରେ ଠକାମୀ ରେ ଶିକାର ହୋଇଥିବା ଯୁବକ ମାନେ ଖାଲି ହାତ ରେ ଘର କୁ ଫେରିଛନ୍ତି।
Hj
ସୂଚନା ଅନୁସାରେ ଏହି ୭୮ ଜଣ ଯୁବକ ଙ୍କୁ ଚାକିରି କରେଇ ଦେବାର ସ୍ବପ୍ନ ଦେଖଇ ସମସ୍ତଙ୍କ ଠାରୁ ୬୦ ହଜାର ଲେଖାଏଁ ଟଙ୍କା ଆନ୍ଦ୍ର ର ବିଜୟ ନଗର ଠାରେ ଥିବା ଲାଇଫ ଲାଇନ୍ ଟ୍ରାଭେଲ ଏଜେନସି ରେ ଥିବା ମାଲିକ।ପରେ ସମସ୍ତଙ୍କ ପାଖକୁ ୭ ତାରିଖ ପାଇଁ ଟିକେଟ ଓ ଭିଜା ଚେନ୍ନାଇ ରୁ ଆବୁ ଡାବି ପାଇଁ ଆସିଥିଲା।
ଏହା ଦେଖି ସମସ୍ତେ ସଂପୃକ୍ତ ଟ୍ରାଭେଲ ଏଜେନସି ଙ୍କ ପାଖକୁ ପହଞ୍ଚିଲା ବେଳକୁ ସେଠାରେ ଆଉ ତାର ଅଫିସ ନାହିଁ କି କାହାର ଦେଖା ବି ନାହିଁ।ଏପରିକି ଟିକେଟ ମଧ୍ୟ କ୍ୟାନ୍ସେଲ ହୋଇ ଯାଇଛି ବୋଲି ସମସ୍ତେ ଜାଣିବାକୁ ପାଇଲେ।ଶେଷରେ କିଛି ଉପାୟ ନ ପାଇ ଏମାନେ ଥାନା ରେ ଅଭିଯୋଗ କରିଥିଲେ।
ଶେଷ ରେ ସେମାନେ ସେମାନଙ୍କର ପାସପୋର୍ଟ ଫେରି ପାଇଛନ୍ତି।କିନ୍ତୁ ଟଙ୍କା ନ ପାଇ ଖାଲି ହାତରେ ଫେରିବା ପରେ ଟଙ୍କା ଫେରି ପାଇବା ପାଇଁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି

Advertisement