ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ସ୍ତ୍ରୀ ଶ-ବ ସହ ୩ ଦିନ ବିତାଇଲା ସ୍ୱାମୀ। ଭୁବନେଶ୍ୱର ମୈତ୍ରୀ ବିହାର ହ-ତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍। ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହ-ତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ହ-ତ୍ୟା ପରେ ମୃ-ତ-ଦେ-ହକୁ ଘର ଭିତରେ ରଖିଥିଲା ସ୍ୱାମୀ। ସେହି ଘରେ ସ୍ତ୍ରୀ ମୃ-ତ-ଦେ-ହ ସହ ଅଭିଯୁକ୍ତ ସ୍ୱାମୀ ତିନି ଦିନ ସମୟ ବିତାଇଥିଲା। ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ। ଏହାପରେ ମାମଲା ଉପରୁ ପରଦା ହଟିଛି।
ସବୁବେଳେ ସ୍ତ୍ରୀ ଅତ୍ୟଧିକ ମ-ଦ ପିଉଥିବାରୁ ଧାରୁଆ ଅସ୍ତ୍ର ଓ ପଥରରେ ଛେଚି ହ-ତ୍ୟା କରିଛି ସ୍ୱାମୀ ଗୋଲଖ ଜେନା ଓରଫ ବାବୁଲି। ଗଞ୍ଜାମରୁ ଆସି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାଲିଆସାହି ତାରିଣୀ ନଗର ସ୍ଥିତ ଏକ ଘରେ ଗୋଲଖ ନିଜ ସ୍ତ୍ରୀ ଓ ୩ଟି ପିଲାଙ୍କ ସହ ରହୁଥିଲେ।
ତେବେ ସ୍ତ୍ରୀ ପ୍ରବଳ ମ-ଦ ପିଉଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହୁଥିଲା। ୩ ଦିନ ତଳେ ଅଭିଯୁକ୍ତ ନିଜେ ପିଇବା ସହ ରାଗରେ ଜର୍ଜରିତ ହୋଇ ନିଜ ସ୍ତ୍ରୀକୁ ପଥରରେ ଛେଚି ହ-ତ୍ୟା କରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି।
ଆଶ୍ଚର୍ଯ୍ୟର କଥା ହେଉଛି ସ୍ତ୍ରୀକୁ ମାରିବା ପରେ ସେହି ଘର ବନ୍ଦ କରି ତିନିଦିନ ରହିଥିଲା ଅଭିଯୁକ୍ତ। ଜୋର ଜବରଦସ୍ତ ୩ ଛୁଆଙ୍କୁ ମଧ୍ୟ ସେହି ଘରେ ରଖିଥିଲା।ପଚାସଢା ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଁଚି ଅଭିଯୁକ୍ତକୁ କାବୁ କରିଥିଲା।
କିନ୍ତୁ ଅଭିଯୁକ୍ତଙ୍କ ମନରେ ସ୍ତ୍ରୀକୁ ମାରିବା ନେଇ ଟିକେ ମଧ୍ୟ ପଶ୍ଚାତାପ ନଥିଲା। ସେ ଯାହା କରିଛି ଠିକ କରିଛି ବୋଲି ପୋଲିସ ଆଗରେ ବୟାନ ରଖିଛି। ସେପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। କେବଳ ନିଶା ନାଁ ହ-ତ୍ୟା-କା-ଣ୍ଡ ନା ଆଉ କିଛି କାରଣ ରହିଛି ସେ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ।