ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଇଞ୍ଜିନିୟର ଏମ. ଭିସଭିଷବରାୟ ମହାନଦୀରେ ଡ୍ୟାମ ତିଆରି କରିବା ପାଇଁ ପ୍ରଥମେ ପ୍ରସ୍ତାବ ଆଣିଥିଲେ। ୧୯୪୫ରେ ଡକ୍ଟର ବି. ଆର. ଆମ୍ବେଦକର ଚେୟାରମ୍ୟାନ ଥିବାବେଳେ ମହାନଦୀରେ ଡ୍ୟାମ ହୋଇପାରିବ କି ନାହିଁ ରିସର୍ଚ୍ଚ କରିବା ପାଇଁ ଅନୁମତି ଦେଇଥିଲେ।
ଡ୍ୟାମ ହେଲେ ଲୋକଙ୍କର କଣ ଫାଇଦା ହେବ ତା’ ଉପରେ ଅଧିକ ଜୋର ଦେଇଥିଲେ। ୧୫ ମାର୍ଚ୍ଚ ୧୯୪୬ରେ ଓଡିଶା ଗଭର୍ଣ୍ଣର ସାର୍ ହାର୍ଥନ ଲୁଇସ ହୀରାକୁଦ ଡ୍ୟାମ ନିର୍ମାଣର ଭାର ନେଇଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୨ ଏପ୍ରିଲ ୧୯୪୮ରେ ହୀରାକୁଦ ଡ୍ୟାମର ଶୁଭାରମ୍ଭ କରିଥିଲେ।
ଡ୍ୟାମର ସାଉଣ୍ଡ ଏବଂ ଟେକ୍ନିକାଲ ଚେକ୍ ପାଇଁ ଏକ ମଜୁମଦାର କମିଟି ନିଯୁକ୍ତ କରା ଯାଇଥିଲା। ମୁଖ୍ୟ ବନ୍ଧର ଲମ୍ବ ରହିଛି ୪.୮ କିମି, ଯାହାକି ଦୁଇ ପାହାଡ ଲକ୍ଷ୍ମୀ ଡୁବୁରି ଓ ଚଣ୍ଡେଲ ଡୁବୁରିକୁ ଲଗାଇ ତିଆରି କରାଯାଇଛି। ଓଡିଶାର ସମ୍ବଲପୁରର ୧୫କିମି ଦୂରରେ ରହିଛି ଏହି ହୀରାକୁଦ ଡ୍ୟାମ।
ଓଡିଶାର ସବୁଠୁ ବୃହତ୍ତମ ଏହି ଡ୍ୟାମ ଏସିଆର ସବୁଠୁ ଲମ୍ବା ଡ୍ୟାମ ଭାବରେ ମଧ୍ୟ ପରିଚିତ। ୪.୮ କିମି ଲମ୍ବା ବିଶିଷ୍ଟ ଏହି ଡ୍ୟାମର ଉଚ୍ଚତା ୨୦୦ ଫୁଟ୍ ରହିଛି। ଏହି ଡ୍ୟାମରେ ସମୁଦାୟ ୯୮ଟି ଗେଟ୍ ରହିଛି ତନ୍ମଧ୍ୟରୁ ୬୪ଟି ସ୍ଲୁଇସ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍।
ଇଣ୍ଟରନେଟ ଏବଂ ଗଭର୍ଣ୍ଣମେଣ୍ଟ ରିପୋର୍ଟ ଅନୁଯାୟୀ ହୀରାକୁଦ ଡ୍ୟାମ ଏସିଆର ସବୁଠୁ ବଡ ମାନବନିର୍ମିତ ଡ୍ୟାମ ବୋଲି କୁହାଯାଏ। ବିଦ୍ୟୁତ ଉତ୍ପନ୍ନ ଓ ପଶ୍ଚିମ ଓଡିଶାର ଚାଷଜମିକୁ ଜଳସେଚନ କରିବା ଏହି ଡ୍ୟାମର ମୁଖ୍ୟ ଲକ୍ଷ୍ୟ ଥିଲା।
ଏହି ଡ୍ୟାମର ଜଳସେଚନରୁ ଏକ ଲକ୍ଷ ୫୯ ହଜାର ୧୦୬ ହେକ୍ଟର ଖରିଫ ଫସଲ ଓ ସେହିପରି ଏକ ଲକ୍ଷ ଆଠ ହଜାର ତିନି ଶାହ ପଞ୍ଚାଅଶୀ ହେକ୍ଟରର ରବି ଫସଲ ହୋଇଥାଏ।
ହୀରାକୁଦ ଡ୍ୟାମ ନହେଉ ବୋଲି ୩୦ ହଜାରରୁ ଅଧିକ ସଂଖ୍ୟକ କୃଷକ ଆନ୍ଦୋଳନ ମଧ୍ୟ କରିଥିଲେ। ଏହି ଡ୍ୟାମ ନିର୍ମାଣ ଦ୍ଵାରା ପ୍ରାୟ ୧୫ ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ପ୍ରାୟ ୨୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ।
୧୯୫୬ ଠାରୁ କ୍ଷତିପୂରଣ ନଦେଇ ବହୁତ ପରିବାରଙ୍କୁ ସେଠରି ସ୍ଥାନାନ୍ତରିତ କରା ଯାଇଥିଲା। ସେହି ସମୟରେ ହୀରାକୁଦ ଡ୍ୟାମ ନିର୍ମାଣ ହେବା ପାଇଁ ସେହି ସମୟରେ ୯୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
୧୯୫୬ ଜୁନରେ ଡ୍ୟାମ କାର୍ଯ୍ୟ ଶେଷ ହୋଇଥିଲା ଓ ୪୮ ହଜାର କିଲୋୱାଟ ଇଲେକ୍ଟ୍ରିକ ବାହାରିବା ପାଇଁ ଟର୍ବାଇନ ଲଗାଯାଇଥିଲା। ଡ୍ୟାମରୁ ୩୪୭.୫ ମେଗାୱାଟର ପାୱାର ବାହାରିବା ଭଳି ପାୱାର ହାଉସ ମଧ୍ୟ ବନାଯାଇଛି। ହୀରାକୁଦ ଡ୍ୟାମର ପାଣି ଯୋଗୁଁ ବହୁତ ଗୁଡିଏ ମନ୍ଦିର ମଧ୍ୟ ବୁଡି ଯାଇଥିଲା। ହେଲେ ସେହି ମନ୍ଦିର ଗୁଡିକ ଗ୍ରୀଷ୍ମଋତୁରେ ଦେଖା ଯାଇଥାଏ।