ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତ୍ରୀକୋଣୀୟ ପ୍ରେମରେ ବଳିପଡିଯାଇଥିଲେ ନିରୀହ ଅଞ୍ଜନ। ଦୁଇ ଦିନ ପୁର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିଶ୍ୱର୍ ରେ ଅଞ୍ଜନଙ୍କୁ ନୃଶଂସ ହତ୍ୟା କରିଥଲେ ପିଙ୍କୁ , ନିହାରିକ ଓ ଚାରିଜଣ ସହଯୋଗୀ।
ତେବେ ଆଜି ନିହାରିକା ଓ ପିଙ୍କୁ କୁ ଶାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ। ଏହାସହ ଅଞ୍ଜନକୁ ହାଣିଥିବା ଖଣ୍ଡା କୁ ମଧ୍ୟ ଜବଦ କଲା ପୋଲିସ।
ଗିରଫ ପରେ ସାମ୍ନାକୁ ଆସିଲା ଆଉ ଏକ ନୁଆଁ କଥା। ଯାହାକି ଜଣାପଡିଲା ଗୌତମ କୁଆଡେ ପ୍ରେମିକା ନିହାରିକାର ପିଛା ଛାଡ଼ୁନଥିଲା। ଯାହାକୁ ନେଇ ରାଗୁଥିଲା ପ୍ରେମିକା।
ଫଳରେ ନୁଆଁ ପ୍ରେମିକ କାହ୍ନାକୁ ଜଣାଇଥିଲା ପ୍ରେମିକା। ଏହାପରେ କାହ୍ନା ଓ ନିହାରିକା ବନାଇଥିଲେ ବଡ଼ ପ୍ଲାନ। ଗୌତମକୁ ଡାକି ଧମକାଇବେ ଯେମିତି ସେ ଆଉ ପଛରେ ପଡ଼ିବନି ଆଉ। ଆଉ ଠିକ ପ୍ଲାନ ମୁତାବିକ ଗୌତମକୁ ଡାକିଥିଲା ନୁଆଁ ପ୍ରେମିକ କାହ୍ନା।
ସେପଟେ ଗୌତମ ସହ ଆସିଥିଲା ମୃତ ଅଞ୍ଜନ। କଥା କଥାରେ ଚାଲିଥିଲା ଗଣ୍ଡଗୋଳ। ମୃତ ଅଞ୍ଜନ କହିଥିଲା ସମସ୍ତଙ୍କୁ ଆଣ୍ଠେଇବାକୁ। ଏହାପରେ ନିହାରିକା କାହ୍ନାକୁ କହିଲା ଖଣ୍ଡାରେ ହାଣିବାକୁ। ଏହାପରେ କାହ୍ନା ଅଞ୍ଜନକୁ ହାଣି ଦେଲା।
ସେପଟେ ଗୌତମ ଦୌଡ଼ି ଯାଇ ଟ୍ରକ ତଳେ ଲୁଚିଯାଇଥିଲା। କିନ୍ତୁ ଅଞ୍ଜନ ମେଡିକାଲ ଗଲାବେଳକୁ ଅଧିକ ରକ୍ତସ୍ରାବ ଯୋଗୁଁ ତାହାର ଜୀବନ ଚାଲିଗଲା। ତେବେ ବନ୍ଧୁଗଣ ଯାହାକୁ ପୁରୁଣା ପ୍ରେମିକ ବୋଲି କହୁଥିଲେ ସେ ପ୍ରେମିକ ନୁହେଁ।
କୁଆଡେ ଗୌତମ ସ୍କୁଲ ସମୟରୁ ଏକତାରଫା ପ୍ରେମ କରି ଆସୁଥିଲା। ଆଉ ବିରକ୍ତ ହୋଇ ନିହାରିକା ତାହାର ପ୍ରେମିକ କାହ୍ନାକୁ ଜଣାଇଥିଲା। ତେବେ ଗୌତମ ଆଉ ନିହାରିକା କହିଥିବା କଥାରେ ଭଲରେ ତାଳମେଳ ହେଉନାହିଁ।
ଗୌତମ ଆଉ ନିହାରିକାର ସମ୍ପର୍କ କଣ ଏବେବି ଭଲ ଭାବରେ ସାମ୍ନାକୁ ଆସିନାହିଁ। କାରଣ ଗୌତମ ଏପଟେ କହୁଛନ୍ତି ସେ ନିହାରିକା ସହିତ କଥା ହେଉଥିଲେ କିନ୍ତୁ ଏବେ ମାସେ ହେବ କଥା ହେଉନାହାନ୍ତି।