Updated: Jan 21, 2024, 12:59 IST

୫୦୦ ଟଙ୍କିଆ ନୋଟ୍ ରେ ପ୍ରଭୁ ଶ୍ରୀରାମ ଦେଖନ୍ତୁ ସାରା ଭାରତରେ ଚର୍ଚ୍ଚା ଏବେ ରିଜର୍ଭ ବ୍ୟାଙ୍କ୍ କାଢ଼ିବ ଏମିତି ନୋଟ !! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

500

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଜାନୁୟାରୀ ୨୨ ତାରିଖରେ ମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ।
Reserv
ତେବେ ବନ୍ଧୁଗଣ ପ୍ରଭୁ ରାମଙ୍କ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସୁଥିବାରୁ ରାମ ମନ୍ଦିରର, ପ୍ରଭୁ ରାମଙ୍କ ପ୍ରତିମା ତଥା ଭଗବାନ ଶ୍ରୀରାମଙ୍କ ସହ ଜଡିତ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 
ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ସ୍ୱତନ୍ତ୍ର ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୫୦୦ ଟଙ୍କିଆ ନୋଟ ଅଛି। ଏହି ଭାଇରାଲ ନୋଟରେ ବିଶେଷତ୍ୱ ହେଉଛି ମହାତ୍ମା ଗାନ୍ଧିଙ୍କ ଛବି ବଦଳରେ ଭଗବାନ ଶ୍ରୀରାମଙ୍କ ଛବି ରଖାଯାଇଛି। ଏବଂ ଏହି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସ୍ୱତନ୍ତ୍ର ନୋଟକୁ ମଞ୍ଜୁର କରିଛି ବୋଲି ଦାବି କରାଯାଉଛି।
Noat
ଯାହାକୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ରିଲିଜ କରିବ ଆରବିଆଇ ବୋଲି କୁହାଯାଉଛି। ତେବେ ବନ୍ଧୁଗଣ ଏହିପରି ଏକ ଭୁଲ ଖବର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। 
ଯେଉଁଥିରେ କି ଦେଖିବାକୁ ମିଳୁଛି କି ୫୦୦ ଟଙ୍କିଆ ନୋଟରେ ଏବେ ଲାଲ୍‌ କିଲ୍ଲାର ଫଟୋ ବଦଳରେ ରାମ ମନ୍ଦିର ଫଟୋ ଛପା ଯାଇଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ସଂପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଛି। ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍‌ର ଏକ ଫଟୋ ଦେଖିବାକୁ ମିଳୁଛି।
Reserv
ଯେଉଁଥିରେ ଲାଲ୍‌ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି। ଏହି ଫଟୋ ସହ କିଛି ୟୁଜର୍ସ ଏହା ମଧ୍ୟ ଲଖିଛନ୍ତି କି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ନୂଆ ୫୦୦ ଟଙ୍କିଆ ନୋଟ୍‌ ମଧ୍ୟ ଆସିବାକୁ ଯାଉଛି। 
ତେବେ ଏଭଳି ପୋଷ୍ଟକୁ ମଧ୍ୟ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରିଥିବା ଦେଖିବାକ ମିଳିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବର ସଂପୂର୍ଣ୍ଣ ରୂପେ ଭୁଲ। ଯଦି ଏଭଳି କିଛି ହୋଇଥାନ୍ତା ତାହାଲେ ସରକାରଙ୍କ ପକ୍ଷରୁ ଏନେଇ ପୂର୍ବରୁ ସୂଚନା ଦିଆଯାଇଥାନ୍ତା।
ଏମିତି ରିଜର୍ଭ ବ୍ୟାଙ୍କର ୱେବସାଇଟ ଓ ତାଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ଏମିତି କିଛି ନୋଟ୍‌ ଆସୁଥିବା ସୂଚନା ଦିଆଯାଇନାହିଁ।

Advertisement