ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁ ଅଞ୍ଚଳର ଖବର ପ୍ରସାରିତ ହୋଇଥାଏ । ଆପଣମାନେ ସମସ୍ତେ ଏହି ଖବର ସବୁ ଜାଣିବାକୁ ପାଇଥାନ୍ତି ।

ପବିତ୍ର ରଥଯାତ୍ରା ପ୍ରାୟ ସମସ୍ତ ସ୍ଥାନରେ ପାଳିତ ହୋଇଥିଲା । ଆଉ ଏହି ପବିତ୍ର ରଥଯାତ୍ରାକୁ ନେଇ ଏଭଳି କିଛି ଖବର ଆସିଛି ଯାହା ଆପଣମାନେ ଏହି ଖବର ମାଧ୍ୟମରେ ଜାଣିପାରିବେ । ପ୍ରଭୁ ଜଗନ୍ନାଥଙ୍କ ସେବା କରିବା ପାଇଁ ଅନେକ ସେବାୟତ ରହିଥାନ୍ତି ।
ସେବାୟତମାନେ ଭଗବାନଙ୍କ ସେବା କରିଥାନ୍ତି । ଏବେ ଜଣେ ସେବାୟତଙ୍କୁ ନେଇ କିଛି ଏଭଳି ଖବର ଆସିଛି ଯାହା ଏହି ସୂଚନା ଦ୍ଵାରା ଆପଣମାନେ ଜାଣିପାରିବେ ।
ଆପଣମାନେ ତ ଜାଣିଥିବେ ନୟାଗଡ଼ ଜିଲ୍ଲା ସ୍ଥିତ ରଣପୁର ଠାରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି । ଆଉ ସେଠାରେ ରଥଯାତ୍ରା ପରଦିନ ସେବାୟତ ଜଣକ ଏଭଳି କାମ କରିଥିଲେ ଏବେ ଯାହାକୁ ନେଇ ଚର୍ଚ୍ଚା ହେଉଛି । ସମସ୍ତ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ଯେତିକି ଭକ୍ତି କରନ୍ତି ରଥ ନନ୍ଦିଘୋଷକୁ ମଧ୍ୟ ସେତିକି ଭକ୍ତି କରିଥାନ୍ତି ।

ରଣପୁର ଅଞ୍ଚଳରେ ପାରମ୍ପରିକ ଭାବରେ ଗୁଣ୍ଡିଚା ଯାତ୍ରା ହୋଇଥିବା ବେଳେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ରଥଯାତ୍ରାର ଦ୍ଵିତୀୟ ଦିନ ପ୍ରାୟ ରାତି ୯ ଘଟିକା ସମୟରେ ଠାକୁରଙ୍କୁ ରଥରୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିରକୁ ନିଆ ଯାଇଥିବା ସମୟରେ ଜଗନ୍ନାଥଙ୍କ ସେବାୟତ ପ୍ରସନ୍ନ କୁମାର ନନ୍ଦ ନନ୍ଦିଘୋଷ ରଥ ପଛରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା ।
ଯାହାର ଫଟୋଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି । ଆଉ ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥ ପ୍ରେମୀମାନଙ୍କ ଭାବାବେଗକୁ ଆଘାତ ହୋଇଛି । ଏ ସମ୍ପର୍କରେ ଜଗନ୍ନାଥ ସେନା ପକ୍ଷରୁ ରଣପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ।
ରଣପୁର ଦେବୋତ୍ତର ଅଧିକାରୀ ଏବଂ ତହସିଲଦାର ଇପ୍ସିତ ସାହୁଙ୍କ ନିର୍ଦ୍ଦେଶର ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ସେବାୟତ ଶ୍ରୀ ନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କିନ୍ତୁ ତାଙ୍କ କାରଣ ସନ୍ତୋଷ ଜନକ ନଥିଲା ।

ସେଥିପାଇଁ ଶ୍ରୀ ନନ୍ଦଙ୍କୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି । ସେବାୟତ ଜଣକ ୬ ମାସ ପାଇଁ ନିଲମ୍ବିତ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି ଆଦେଶ ଲାଗି ରହିବ । ଏହାକୁ ନ ମାନିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।