ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଯାଜପୁର ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଦୀକୁ ଟାଣି ନେଇ ଏବେ ମହିଳାଙ୍କୁ ଖାଇ ଦେଇଛି କୁମ୍ଭୀର।
ବରି ବ୍ଲକ୍ ର ଅନାମ ଜେନା ଙ୍କ ପତ୍ନୀ ନଦୀ କୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିଲା। ଏବଂ ଭିତରକୁ ମଧ୍ୟ ଟାଣି ନେଇ ଖାଉ ଥିବାର ଦେଖା ଯାଇଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ।
ମାତ୍ର ସେତେବେଳକୁ କୁମ୍ଭୀର ଟି ମହିଳାଙ୍କ ଶରୀରର ଅଳ୍ପ କିଛି ଅଂଶ ଛାଡ଼ି ପ୍ରାୟ ଶରୀରର ସମସ୍ତ ଅଂଶ କୁ ଖାଇ ଦେଇଥିଲା।ସ୍ଥାନୀୟ ଅଞ୍ଚଳରେ ପାଣିର ବ୍ୟବସ୍ଥା ନଥିବାରୁ ଲୋକମାନେ ବିରୂପା ନଦୀ ଉପରେ ଭରଷା କରୁଥିଲେ।
ଲୁଗା ସଫା କରିବାକୁ ଯାଇଥିବା ବେଳେ ହିଁ ନଦୀ କୁ ଟାଣି ନେଇ ଖାଇ ଦେଇଛି କୁମ୍ଭୀର। ଏନେଇ ଏବେ ଗାଆଁ ଲୋକ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଭୟଭୀତ ହୋଇ ଅଛନ୍ତି। କାରଣ ତାଙ୍କୁ ଲାଗୁଛି କି ତାଙ୍କ ସହ ମଧ୍ୟ ଏଭଳି ଘଟି ପାରେ।
ମହିଳା ଜଣକ ନାମ ହେଉଛି ଜୋଷ୍ଣା ଜେନା। ଦୁଇଜଣ ମହିଳା ଏହି ନଦୀ କୁ ଯାଇଥିଲେ। ଲୁଗା ସଫା କରୁଥିବା ସମୟରେ ହଠାତ୍ ନଦୀ ପଠା ଉପରକୁ କୁମ୍ଭୀର ଟି ଉଠି ଆସିଥିଲା।
ଏହାପରେ ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣକୁ ସେଠାରୁ ନେଇ ଯାଇଥିଲା। ପାଖରେ ଥିବା ମହିଳା ଜଣକ ଯେତେବେଳେ ଚିତ୍କାର କରିଥିଲେ ସେତେବେଳେ କୁମ୍ଭୀର ଟି ସାଙ୍ଗେ ସାଙ୍ଗ ମହିଳା ଜଣକୁ ଧରି ପାଣି ଭିତରକୁ ଚାଲି ଯାଇଥିଲା।
ଏହି ନଦୀ ଟି ଗାଆଁ କୁ ଲାଗିଥିବା ବେଳେ ସେଠାରେ ଗାଆଁ ଲୋକମାନେ ମଧ୍ୟ ଆସି ସାଙ୍ଗେ ସାଙ୍ଗ ପହଞ୍ଚି ଥିଲେ। ସେତେ ବେଳକୁ କୁମ୍ଭୀର ଟି ମହିଳାଙ୍କୁ ପାଖାପାଖି ୭୦ ରୁ ୮୦ ପ୍ରତିଶତ ଖାଇ ସାରିଥିଲା।
ଆଉ ଏହାପରେ କୁମ୍ଭୀର ଟି ମଧ୍ୟ ପାଣି ଭିତରକୁ ଚାଲି ଯାଇଥିଲା। ଏହି ଲୋକ ମାନେ ବିରୂପା ନଦୀ ଉପରେ ଭରଷା କରୁଥିବା ବେଳେ ବର୍ତ୍ତମାନ୍ ସମୟରେ ସେମାନେ ଚିନ୍ତାରେ ଅଛନ୍ତି କି କିଭଳି ସେମାନେ ନଦୀକୁ ଯିବେ।