Feb 5, 2024, 12:35 IST

ହେ ପ୍ରଭୁ କି ଦେଖିଲା ଏଇ ନେତ୍ର, ନବୀନ ଙ୍କ ନାମ କୁ ନେଇ କରିଦେଲେ ସଙ୍କୀର୍ତ୍ତନ !!!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୃଦଙ୍ଗର ତାଳେ ତାଳେ ବାଜୁଥିଲା ଝାଞ୍ଜ ଆଉ କୀର୍ତ୍ତନ ଗାୟକ ବି ଥିଲେ ଖୁବ ଉତ୍ସାହିତ। ବେଶ ବୁଶା ସହ ଅତି ଚମତ୍କାର ସ୍ଵରରେ ଗୀତ ପରିବେଷଣ କରୁଥିଲେ ଗାୟକ ମାନେ।
Special report
ଆଶ୍ଚର୍ଯ୍ୟର କଥା ଏହା କି ତୁଣ୍ଡରେ ପ୍ରଭୁଙ୍କ ନାମ ବଦଳରେ ଥିଲା ନବୀନ ଙ୍କ ନାମ କୀର୍ତ୍ତନ। ହେଲେ ଏବେ ସାଧାରଣ ଜନତାଙ୍କ ପ୍ରଶ୍ନ ଏହା କି ତାଙ୍କର ସଦା ସର୍ବଦା କୀର୍ତ୍ତନ ପ୍ରତି ସମ୍ମାନ ରହିଛି ହେଲେ କାହିଁକି ପ୍ରଭୁଙ୍କୁ ଅସମ୍ମାନ?
କୃଷ୍ଣ ଙ୍କ ନାମ ଜପିବା ବଦଳରେ ନବୀନ ଙ୍କ ନାମ ଜପୁ ଥିଲେ କୀର୍ତ୍ତନ ଗାୟକ। କୀର୍ତ୍ତନ ଓ ସଙ୍କୀର୍ତ୍ତନ ନାମ ଆସିଲେ ସଙ୍ଗେ ସଙ୍ଗ ପ୍ରଭୁଙ୍କ ନାମ ହିଁ ପାଟିରେ ଚାଲି ଆସେ।
ହେଲେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ମୃଦଙ୍ଗ ଝାଞ୍ଜ ର ତାଳେ ତାଳେ ସେମାନେ ପ୍ରଭୁଙ୍କ ନାମ ଜପ କରୁ ନାହାଁନ୍ତି।
Special report
ବରଂ ସେ ଏହାର ତାଳେତାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଜପ କରୁ ଥିବାର ଦେଖିବାକୁ ମିଳିଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଛନ୍ଦ ପକାଇ ମଧ୍ୟ ଗୀତ ପରିବେଷଣ କରୁଥିଲେ।
ରାଧା କୃଷ୍ଣ ଙ୍କ ନାମ ମୃଦଙ୍ଗ ଓ ଝାଞ୍ଜ ଦ୍ବାରା ବାଜିଲେ ଆମ ମାନଙ୍କ କାନ ଅତ୍ୟନ୍ତ ପବିତ୍ର ହୋଇଯାଏ। କୀର୍ତ୍ତନ ଦଳକୁ ଦେଖିଲେ ତଳେ ଆଣ୍ଠୁ ମାଡି ଲୋକମାନେ ତାଙ୍କୁ ପ୍ରଣାମ କରିଥାଆନ୍ତି।
ହେଲେ ଏବେ ଏଭଳି ଏକ କୀର୍ତ୍ତନ ମଣ୍ଡଳୀ ଦେଖିବାକୁ ମିଳିଛି ଯେଉଁଠାରେ ପ୍ରଭୁଙ୍କ ନାମ ବଦଳରେ ନବୀନ ପଟ୍ଟନାୟକଙ୍କ ନାମ ସଙ୍କୀର୍ତ୍ତନ ଚାଲିଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଏହାକୁ ଅନେକ ଲୋକମାନେ ମଧ୍ୟ ଦେଖି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଆପଣଙ୍କର ଏହି ଭିଡିଓ ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement