May 1, 2024, 02:18 IST

ହ-ସ୍ପି-ଟାଲ ପିଣ୍ଡା ରେ ବସି ମୁଣ୍ଡ ପିଟୁଛି ସ୍ବାମୀ...ସ୍ତ୍ରୀ ସହ ଏମିତି କାଣ୍ତ କରୁଥିଲା ଡାକ୍ତର

Bn

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସେଦିନ ଗ-ର୍ଭ ଯନ୍ତ୍ରଣାରେ ପଡି ଛଟପଟ ହେଉଥାନ୍ତି ପଦ୍ମିନୀ। ପ୍ର-ସ-ବ ର ସମୟ ମଧ୍ୟ ପାଖେଇ ଆସୁଥାଏ। ସେଥିପାଇଁ ଘର ଲୋକ ତାଙ୍କୁ ସାଙ୍ଗରେ ନେଇ ହସ୍ପିଟାଲ ଯାଇ ଥାଆନ୍ତି।
ସ୍ତ୍ରୀ ର ଏଭଳି ଅବସ୍ଥା ଦେଖି ସ୍ୱାମୀ ଏ ଡ଼ାକ୍ତର ପାଖରୁ ସେ ଡ଼ାକ୍ତର ପାଖକୁ ଦୌଡୁ ଥାଏ। ବୁଢ଼ୀ ଶାଶୂ ମଧ୍ୟ ବୋହୂ ର ମୁଣ୍ଡ ଉପରେ ଜଗି ବସିଥାଆନ୍ତି। ହେଲେ କୌଣସି ବି ଡ଼ାକ୍ତର ଆସି ତାଙ୍କର ଚିକିତ୍ସା କରି ନଥିଲେ।
Hy
ଆଉ ଏପଟେ ପରିବାର ଲୋକଙ୍କ ମନରେ ଭୟ ପଶି ଯାଇଥାଏ। ପଦ୍ମିନୀ ମଧ୍ୟ ତାଙ୍କର ଅବସ୍ଥା ଦେଖି ବାରମ୍ବାର କାନ୍ଦି କାନ୍ଦି କହୁଥାନ୍ତି କି ତାଙ୍କର ପେଟରେ ଥିବା ପିଲାକୁ ବଞ୍ଚାଇ ଦେବା ପାଇଁ।
ସେ ବାରମ୍ବାର କହୁଥିଲେ କି ସେ ମରିଯିବେ ହେଲେ ତାଙ୍କର ଏହି କୁନି ଶିଶୁ ଦୁନିଆ ଦେଖିବ ବୋଲି। ହେଲେ ବୋଧ ହୁଏ ଏସବୁ ତାଙ୍କର ଭାଗ୍ୟରେ ନଥିଲା। ଆଉ ହସ୍ପିଟାଲ ରେ ଡ଼ାକ୍ତର ଆସି ପହଞ୍ଚିବା ପୂର୍ବରୁ ସେହି ଛୁଆ ଟି ମାଆ ପେଟ ଭିତରେ ମରିଗଲା।
ଦେଖୁ ଦେଖୁ ପଦ୍ମିନୀ ମଧ୍ୟ ଆଖି ବୁଜି ଦେଇ ସେ ମଧ୍ୟ ଏହି ଦୁନିଆରୁ ବିଦାୟ ନେଇଗଲେ। ହେଲେ ଏପଟେ ଘରେ ଦୁଇ ଦୁଇଟା ପିଲାଙ୍କୁ ଧରି ଅକାଳରେ ଦିନ କାଟୁ ଛନ୍ତି ବାପା ଏବଂ ଜେଜେମା।
Hh
ପୁଅ ମଧ୍ୟ ଏବେ ଏବେ ସ୍କୁଲ୍ ଯାଉଥିଲା ମାଆ ବଞ୍ଚି ଥିବା ବେଳେ ପୁଅକୁ ପ୍ରସ୍ତୁତ କରାଇ ସ୍କୁଲ୍ ପଠାଇ ଦେଉଥିଲା। ହେଲେ ଏବେ ସେହି ପୁଅ ମାଆ ଛେଉଣ୍ଡ ସାଜି ଯାଇଛି। ଘରେ ଏବେ ଦିବ୍ୟାଙ୍ଗ ଝିଅ ମଧ୍ୟ ରହିଛି। ସେ କିଛି ବୁଝି ପାରୁନି କି ଶୁଣି ମଧ୍ୟ ପାରୁନି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା, ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ। ଏହି ଡ଼ାକ୍ତର ଖାନା ପାଇଁ ଏବେ ପୁଅ ଉପରୁ ତାର ମାଆ ର ପଣତକାନି ର ଛାଇ ସବୁଦିନ ପାଇଁ ଉଠି ଯାଇଛି।
ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ପରିବାର ଲୋକମାନେ ମଧ୍ୟ ଦୁଃଖରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Advertisement