ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଯଦି ମର୍ଟନ ଚିକେନ ଖାଉ ଛନ୍ତି ତେବେ ଏବେ ଠାରୁ ସତର୍କ ହୋଇ ଯାଆନ୍ତୁ।କାରଣ ମର୍ଟନ ଚିକେନ ରୁ ବାହାରୁଛି ପୋକ।ଏହା ପୁଣି ସାଧାରଣ ପୋକ ନୁହେଁ।ଚିକେନ ର ହାଡ ଭିତରେ ରହି ଯାଉଛନ୍ତି

ଏହି ପୋକ।ଯାହାକି ସ୍ବାସ୍ଥ୍ୟ ପ୍ରତି ବହୁତ ହାନିକାରକ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଗୋଟିଏ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ରେ।ସେଠାରେ ଥିବା ହଷ୍ଟେଲ ରେ ଏଭଳି ଖାଦ୍ୟ ଛାତ୍ରୀ ମାନଙ୍କୁ ଦିଆ ଯାଉ ଅଛି।
ସୂଚନା ଅନୁସାରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ରେ ଏଭଳି ଘଟଣା ଆଗରୁ ଅନେକ ଥର ଦେଖା ଯାଇଚି।ହଷ୍ଟେଲ ର ଖାଦ୍ୟ ପିଲା ଙ୍କ ଦେହ ବହୁତ ମାତ୍ରା ରେ ଖରାପ କରୁଛି।ପୁଣି ଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହଷ୍ଟେଲ ପରିସର ରୁ।

ସେଠାରେ ଗତ କାଲି ରାତି ରେ ପିଲା ଙ୍କୁ ଖାଇବାକୁ ଦିଆ ଯାଇଥିଲା। ମର୍ଟନ ଓ ଚିକେନ କରା ଯାଇଥିଲା।ହେଲେ ସେଥିରେ ପୋକ ଭାସୁୁ ଥିବାର ଦେଖା ଯାଇଥିଲା।ଏହି ପୋକ ଗୁଡ଼ିକୁ ଆପଣ ମାନେ ଦେଖିଲେ ମଧ୍ୟ ସେହି ଖାଦ୍ୟ କୁ ଖାଇବେ ନାହିଁ।

ଏହା ଛଡ଼ା ଗତ କାଲି ଠାରୁ ଆରମ୍ଭ ହୋଇଛି ପିଲା ଙ୍କ ପରୀକ୍ଷା।ହେଲେ ରାତିରେ ଲାଇନ୍ ମଧ୍ୟ ରହୁ ନାହିଁ।ପାଣି ମଧ୍ୟ ଆସୁ ନାହିଁ।ଏତେ ସବୁ ସମସ୍ୟା ରହି ସୁଦ୍ଧା ପିଲା ମାନେ
ସେଠାରେ କିଭଳି ରହି ପାଠ ପଢି ପାରିବେ।ସେଥିପାଇଁ ସେମାନେ ଆଜି ରାଜ ରାସ୍ତା କୁ ଅବରୋଧ କରିଛନ୍ତି।ତାଙ୍କ ଦାବି କୁ ପୁରଣ କରିବା ପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି।

କିଛି ଛାତ୍ରୀ ମାନେ କହିଛନ୍ତି କି ତାଙ୍କ ହଷ୍ଟେଲ ରେ ଖାଇବାକୁ ଭଲ ଦିଆ ଯାଉ ନାହିଁ।ପିଲା ମାନେ ବହୁତ ସମସ୍ୟା ରେ ଏଠାରେ ଅଛନ୍ତି।
ସେଥିପାଇଁ ସେମାନେ ଆଜି ରାଜ ରାସ୍ତା ରେ ଆନ୍ଦୋଳନ କରୁଛନ୍ତି।ଆଶା କରାଯାଉଛି ଯେ ସରକାର ତାଙ୍କ କଥା କୁ ଶୁଣିବେ।ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବେ।