ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ବାବୁଶାନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ ଫିଲ୍ମ ମାଧ୍ୟମ ରେ ସେ ଦର୍ଶକ ମାନଙ୍କୁ ବହୁତ ହସାଇ ଥାଆନ୍ତି।ତାଙ୍କର ଦମନ ଚଳଚ୍ଚିତ୍ର ରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରି ଥିଲା।

ଓ ଏଥିପାଇଁ ସେ ଅନେକ ପ୍ରଶଂସା ମଧ୍ୟ ପାଇଛନ୍ତି।ନିକଟ ରେ ତାଙ୍କର ଆଉ ଏକ ଫିଲ୍ମ ରିଲିଜ୍ ହୋଇଛି।ଏଥିରେ ଅମ୍ଳାନ,ବାବୁଶାନ୍ ଓ ଶିବାନୀ ଏକ ଚମତ୍କାର ଭୂମିକା ରେ ଅଭିନୟ କରିଛନ୍ତି।ଏହି ଫିଲ୍ମ ର ନାମ ହେଉଛି ମାଲ୍ୟଗିରି।
ଏହି ଦୁଇ ଜଣ ହିରୋ କୁ ନେଇ ଏହି ଫିଲ୍ମ ଟି ବହୁତ ଚମତ୍କାର ହୋଇଛି ବୋଲି ଏବେ ଲୋକ ମାନେ କହୁଛନ୍ତି।ସମସ୍ତ ଙ୍କ ର ଆଶା ରହିଛି। ଏହା ଦଶହରା ବଜାର କୁ ଅଧିକ ରୁ ଅଧିକ ଜମାଇବ ।

କିଛି ଗଣ ମାଧ୍ୟମ ବାବୁଶାନ୍ ଙ୍କୁ ତାଙ୍କ ପତ୍ନୀ ତୃପ୍ତି ଙ୍କ ବିଷୟ ରେ ପଚାରି ଥିଲେ।ସେ କହିଥିଲେ ତାଙ୍କ ପତ୍ନୀ ହେଉଛନ୍ତି ତାଙ୍କ ଘର ର ଲକ୍ଷ୍ମୀ।ଆଜି ସେ ତାଙ୍କରି ପାଇଁ ସଫଳତା ର ପାହାଚ ଚଢି ଚଢ଼ି ଯାଉଛନ୍ତି।ତାଙ୍କ ଲକ୍ଷ୍ମୀ ଏବେ ସଜ ହେବାକୁ ପାର୍ଲର କୁ ଯାଇଛନ୍ତି।
ସୂଚନା ଅନୁସାରେ କିଛି ଦିନ ତଳେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ଭିତରେ ପ୍ରେମ ସଂପର୍କ ରହିଥିଲା।ଏହାକୁ ଖୁବ୍ ବିରୋଧ କରିଥିଲେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି।ରାସ୍ତା ମଝିରେ ରେ ସେ ପ୍ରକୃତି ଙ୍କୁ ପିଟି ଥିଲେ।ଏହା ପରେ ଏହି ବିବାଦ ବଢିବାରେ ଲାଗିଥିଲା।

ସମସ୍ତେ ଭାବି ଥିଲେ ବାବୁଶାନ୍ ଙ୍କ କ୍ୟାରିୟର ଏହି ଠାରେ ହିଁ ଶେଷ ହୋଇ ଗଲା।କିନ୍ତୁ ପୁଣି ଥରେ ତୃପ୍ତି ତାଙ୍କ ଜୀବନ କୁ ସଜାଡି ଦେଇଛନ୍ତି।ସେ ସବୁବେଳେ ଗୋଟିଏ ଭଲ ପତ୍ନୀ ର ଭୂମିକା ନିର୍ବାହ କରିଛନ୍ତି।
ତୃପ୍ତି ଅନେକ କଠିନ ପରିସ୍ଥିତି ରେ ବାବୁଶାନ୍ ଙ୍କ ସାଥ ଦେଇଛନ୍ତି।ଏଭଳି ପତ୍ନୀ ପାଇ ବାବୁଶାନ୍ ବହୁତ ଖୁସି ଅଛନ୍ତି ବୋଲି ନିଜେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ।ତାଙ୍କର ମାଲ୍ୟଗୀରି ଫିଲ୍ମ କୁ ଦେଖିବା ପାଇଁ ତୃପ୍ତି ହଲ କୁ ମଧ୍ୟ ଆସି ଥିଲେ।ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।