Updated: Aug 28, 2023, 20:25 IST

ସରିଲା ମାଟି ପରୀକ୍ଷା ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଖନ୍ତୁ ଖବର ଦେଲା ବିକ୍ରମ

Moon

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତର ‘ଚନ୍ଦ୍ରଯାନ-୩’ର ରୋଭର ଚନ୍ଦ୍ରପୃଷ୍ଠର ମାଟି ପରୀକ୍ଷଣ ଆରମ୍ଭ କରିଦେଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ମାଟିକୁ ଯାଞ୍ଚ କରିଛି ରୋଭର। ଇସ୍ରୋ ରବିବାର ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛି।
ଇସ୍ରୋ କହିଛି ଯେ ‘ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ଯାଞ୍ଚ କରିଛି। ଭୂପୃଷ୍ଠ ତଳେ ୧୦ ସେଣ୍ଟିମିଟର ଯାଏ ତାପମାତ୍ରାରେ ପାର୍ଥକ୍ୟ ରହିଥିଲା’। 
Viral
ଇସ୍ରୋ କହିଛି, ପ୍ରଥମ ଥର ଦକ୍ଷିଣ ମେରୁ ଆଖାପାଖରେ ଚନ୍ଦ୍ରପୃଷ୍ଠ ମାଟିର ତାପମାତ୍ରା ପ୍ରୋଫାଇଲିଂ କରାଯାଉଛି। କାରଣ, ପ୍ରଥମ ଥର କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି।
ମାଟିର ତାପମାତ୍ରା ଉପରେ ଏକ ଗ୍ରାଫ୍‌ ମଧ୍ୟ ସେୟାର କରିଛି ଇସ୍ରୋ। ଏଥିରେ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌ରୁ ୫୦ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଦେଖାଯାଉଛି। ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଚନ୍ଦ୍ର ସର୍ଫେସ୍‌ ଥର୍ମୋଫିଜିକାଲ୍‌ ଏକ୍ସପେରିମେଣ୍ଟ ଜରିଆରେ ମାଟି ଯାଞ୍ଚ କରାଯାଇଛି। 
ଚେଷ୍ଟ ଚନ୍ଦ୍ରର ଉପର ପୃଷ୍ଠଭୂମି ତାପମାତ୍ରାର ପ୍ରୋଫାଇଲ୍‌ ପ୍ରସ୍ତୁତ କରିଛି। ଚେଷ୍ଟ୍ ମାଧ୍ୟମରେ ସଂଗୃହିତ ବୈଜ୍ଞାନିକ ସୂଚନା ଚନ୍ଦ୍ରପୃଷ୍ଠର ପରିବର୍ତ୍ତିତ ଆଚରଣ ବିଷୟରେ ବୈଜ୍ଞାନିକମାନଙ୍କୁ ଏକ ଉତ୍ତମ ତଥ୍ୟ ପ୍ରଦାନ କରିବ।
ଚନ୍ଦ୍ରଯାନ-୩ ଅଧୀନରେ ଚନ୍ଦ୍ରକୁ ପଠାଯାଇଥିବା ଚେଷ୍ଟରେ ତାପମାତ୍ରା ଯାଞ୍ଚ ଉପକରଣ ଲାଗିଛି। ଏହା ଜରିଆରେ ଚନ୍ଦ୍ରର ଭୂମିକୁ ୧୦ ସେମି ପର୍ଯ୍ୟନ୍ତ ଖୋଳାଯାଇପାରିବ। କେବଳ ଏଥିରେ ଭୂମିରେ ଗାତ ସୃଷ୍ଟିକାରୀ ଯନ୍ତ୍ରାଂଶ ଲାଗିନାହିଁ, ବରଂ ୧୦ଟି ତାପମାତ୍ରା ସେନ୍ସର ମଧ୍ୟ ଲାଗିଛି।
Viral
ଏଵଂ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ଆଉ ରୋଭର ସବୁ କିଛି ଠିକ୍ ଠାକ୍ ଚାଲିଛି। ଏଥିରେ ଲଗାଯାଇଥିବା ସମସ୍ତ ୫ ଟି ଉପକରଣ ଅତି ସୁନ୍ଦର ଭାବେ ବିଭିନ୍ନ ପ୍ରକାର ଡାଟା ପଠାଇଚାଲିଛି। ସେ ଆହୁରି କହୁଛନ୍ତି ଯେ ପ୍ରଜ୍ଞାନ ର ଜୀବନ କାଳ ସମାପ୍ତ ହେବ ପୂର୍ବରୁ ଏହା ନିଜ ମିଶନ ପୁରା କରିନେବ। ସେପ୍ଟେମ୍ବର ୩ ପୂର୍ବରୁ ଯେଉଁ ସବୁ ପରୀକ୍ଷଣ ପାଇଁ ଚନ୍ଦ୍ରଯାନ-୩ କୁ ପାଠଯାଇଥିଲା ତାହା ପୁରା ହୋଇଯିବ।

Advertisement