Updated: Mar 17, 2024, 01:56 IST

୧୪୦କୋଟି ଭାରତବାସୀ ମାନଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ଦେଖନ୍ତୁ କଣ ଲେଖା ଯାଇଛି ଏହି ଚିଠିରେ

Modi

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଆଜି ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ନିର୍ବାଚନ କମିଶନ ଦିନ ୩ ଟାରେ ପ୍ରେସ କନଫେରନ୍ସ ଜରିଆରେ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ। 
Modi
ଏହା ସହ ଓଡ଼ିଶା ସିକିମ୍, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବିଧାନସଭା ତାରିଖ ମଧ୍ୟ ଘୋଷଣା କରିବେ। ଲୋକସଭା ନିର୍ବାଚନର ପ୍ରସ୍ତୁତି ଏପ୍ରିଲ ମଧ୍ୟ ଭାଗରେ ହେବ। ଏବଂ ମେ’ରେ ସରିବା ନେଇ ଆକଳନ କରାଯାଇଛି।
ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତା ଜାରି କରିଛନ୍ତି। ଚିଠିରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଆପଣମାନଙ୍କ ସହ ଆମର ସମ୍ପର୍କକୁ ୧୦ ବର୍ଷ ପୂରିଲା। ଆପଣମାନଙ୍କ ସମର୍ଥନ ଆମକୁ ଲଗାତାର ମିଳିଛି ବିଶ୍ବାସ ରହିଛି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। 
Modi
ରାଷ୍ଟ୍ର ନିର୍ମାଣ ପାଇଁ କଠିନ ପରିଶ୍ରମ କରିବୁ, ଏହା ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।" ଚିଠିର ଆହୁରି ମଧ୍ୟ ଲେଖିଛନ୍ତି ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ତାଙ୍କୁ ବହୁତ ପ୍ରେରଣା ଦେଇଛି। ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି।
"ଏହି ପରିବର୍ତ୍ତନର ପରିଣାମ ଗରିବ, କୃଷକ, ଯୁବକ ଏବଂ ମହିଳାମାନଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ଏକ ଦୃଢ଼ ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ସମସ୍ତଙ୍କ ପାଇଁ ବିଦ୍ୟୁତ, ପାଣି ଏବଂ ଏଲପିଜି ଯୋଗାଇବା। 
ଆୟୁଷ୍ମାନ ଭାରତ ମାଧ୍ୟମରେ ଫ୍ରି ମେଡିକାଲ ଟ୍ରିଟମେଣ୍ଟ, ଚାଷୀଙ୍କୁ ସହାୟତା, ମାତୃ ବନ୍ଦନା ଯୋଜନା ଦ୍ବାରା ମହିଳାଙ୍କୁ ସହାୟତା। ଏବଂ ଏପରି ଅନେକ ଯୋଜନା ଆପଣଙ୍କ ଭରସା ପାଇଁ ସମ୍ଭବ ହୋଇପାରିଛି।
ଜିଏସଟି ଲାଗୁ କରିବା, ଧାରା ୩୭୦ ହଟାଇବା, ତିନି ତଲାକ ରୋକିବାକୁ ଆଇନ୍ ଆଣିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବଢ଼ିବା, ନୂଆ ସଂସଦ ଭବନର ଉଦଘାଟନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।"

Advertisement