Updated: Mar 8, 2024, 09:56 IST

ଓଡ଼ିଶା କୁ ଆସି ମୋଦୀ ଙ୍କ ବଡ଼ ଘୋଷଣା...ସମସ୍ତଙ୍କୁ ମିଳିବ ମାଗଣା ରେ ବିଜୁଳି...

Tt

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମୋଦି ଙ୍କ ବଡ଼ ଘୋଷଣା।ସମସ୍ତଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।ମୋଦି ଙ୍କ ବଡ଼ ନିଷ୍ପତି।ବର୍ତମାନ ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି।
ଯାଜପୁର ସଭା ରେ ମୋଦି ଙ୍କ ଏମିତି ଦମଦାର ଭାଷଣ ପରେ ଖୁସି ରେ ପୁରା ରାଜ୍ୟ ବାସୀ।ନିର୍ବାଚନ ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେମିତି ଭାବରେ ନିଷ୍ପତି ନେଇଛନ୍ତି ତାହାକୁ ନେଇ ବର୍ତମାନ ଚର୍ଚ୍ଚା ହେବାରେ ଲାଗିଛି।
Yh
କାରଣ ରାଜ୍ୟ ରେ ବିଜୁଳି ଚଢ଼ା ଦର ରେ କିଣୁଛନ୍ତି ଜନତା।ଏନେଇ ତେଜି ବାରେ ଲାଗିଥିଲା ଅସନ୍ତୋଷ।ହେଲେ ଏତିକି ବେଳେ ମୋଦି ଯେପରି ମାଗଣା ବିଜୁଳି ଦେବାର ନିଷ୍ପତି ନେଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ନିର୍ବାଚନ ପୂର୍ବରୁ ଦିନିକିଆ ଗସ୍ତ ରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ମୋଦି ଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।କାରଣ ରାଜ୍ୟ ଉଦ୍ଦେଶ୍ୟ ରେ ପ୍ରାୟ ୨୦ ହଜାର କୋଟି ଟଙ୍କା ର ପ୍ରକଳ୍ପ ଭେଟି ଦେଇଛନ୍ତି। 
Vv
ବିଶେଷ କରି ରେଳ ଓ ଜାତୀୟ ରାଜପଥ ରେ ସର୍ବାଧିକ ବଜେଟ୍ ଦିଆଯାଇଛି।ଚଣ୍ଡିଖୋଲ ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥ,ଜୟ ମା ବିରଜା,ଜୟ ଶ୍ରୀ ରାମ କହି ବକ୍ତବ୍ୟ ଆରମ୍ଭ କରିଥିଲେ।
ଖାଲି ଏତିକି ନୁହେଁ ବରଂ ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତା ଙ୍କ ଭୂମି ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି କହିବା ସହିତ ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ ଏବଂ ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ମୋଦି ଆହୁରି କହିଛନ୍ତି ଯେ ଓଡ଼ିଶା ର ସଂକଳ୍ପ କଣ ତାହା ସ୍ପଷ୍ଟ ଭାବରେ ଜଣାପଡୁଛି।ଏହି ଖବର ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement