Updated: Jan 22, 2024, 10:54 IST

ଆଜିର ଯୁବପିଢି ସାବଧାନ ନହେଲେ ଏମିତି ନେବେ ଅଚଞ୍ଚା କିଳା ସୁନ୍ଦର ଚେହେରା ଦେଖାଇ ଦେଖନ୍ତୁ କେମିତି ଦେଇଦେଲେ ଭୟଙ୍କର ନାମ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବତୀଙ୍କ ପାଇଁ ଚାଲିଛି ବରଖୋଜା। ଯାହାଙ୍କ ନାଁ ହେଉଛି ଦୀପାବଳି ପ୍ରଧାନ। ଘର ପୁରୀ ସଦର ଥାନା ଅଞ୍ଚଳରେ। ବର ଯେମିତି ବି ହେଉ ଚଳିବ। କେବଳ ଯାହା ଭଲ ରୋଜଗାର କରୁଥିବା ଦରକାର।
Marriage deting
ଏପରିକି ବିବାହ ଛାଡ଼ପତ୍ର ପାଇଥିଲେ ବି ଆପତ୍ତି ନାହିଁ। ଏତିକି ଜାଣିବା ପରେ ଯେ କୌଣସି ବ୍ୟକ୍ତି ତାଙ୍କ ହାତ ଧରିବାକୁ ଇଛୁକ ଥିବେ ନିଶ୍ଚୟ। ଯେମିତି ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କ ଇଚ୍ଛା ଥିଲା। ତେବେ ବନ୍ଧୁଗଣ ଦୀପାବଳି ପ୍ରଧାନ ନାଁରେ ଏହି ଅଜଣା ଯୁବତୀଙ୍କ ଫଟୋ ରଖି ମାନସଙ୍କୁ ଲୁଟେରା ଲୁଟିଛନ୍ତି ୩ ଲକ୍ଷ ୧୮ ହଜାର ଟଙ୍କା। 
ପୁରୀ ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳଙ୍କୁ ଲଗାଇଛି ଚୁନା। ଯାହାକୁ ଗିରଫ କରିଛି କମିଶନରେଟ୍ ପୁଲିସ। ନୃସିଂହ ବିଶ୍ୱାଳ ପାଠପଢ଼ିଛି ମାତ୍ର ନବମ ଯାଏଁ। ନବମ ପଢୁଆ ନୃସିଂହ ହିଁ ମ୍ୟାଟ୍ରିମୋନି ସାଇଟରେ ଲଗାଇଥିଲା ଅଜଣା ଯୁବତୀଙ୍କ ଏହି ଫଟୋ।
Viral
ଆଉ ତାକୁ ନାଁ ଦେଇଥିଲା ଦୀପାବଳି ପ୍ରଧାନ। ଫଟୋ ସହ ପ୍ରୋଫାଇଲ୍ ଦେଖି ଭଳିଯାଇଥିଲେ ମାନସ ରଞ୍ଜନ। ଏପରିକି ବାହାଘର ପାଇଁ ଡିଲ୍ ବି ଫାଇନାଲ୍ ହୋଇଗଲା। ତା’ପରେ ଚାଟିଂ ସହ ଜଣେ ମହିଳା ଦୀପା ନାଁରେ କଥା ହେଉଥିଲେ ଫୋନ କଲରେ। 
ଆଉ ବିଶ୍ୱାସ ଜନ୍ମିବା ପରେ ଆରମ୍ଭ ହୋଇଥିଲା ଚୁନାଲଗା ପର୍ବ। ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା। ତେବେ ଟଙ୍କା ପାଇବା ପରେ ନା ଫୋନ୍ ଲାଗିଲା ନା ଆଉ ଯୋଗାଯୋଗ ସମ୍ଭବ ହେଲା।
Viral
ଶେଷରେ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ କରି କମିଶନରେଟ୍ ପୁଲିସ ପୁରୀ ଭାତକୁଡି ଗାଁର ନୃସିଂହକୁ ଗିରଫ କରିଛି। ତା’ସହ ଲକ୍ଷେ ୬୧ ହଜାର ଟଙ୍କା, ୫ଟି ଏଟିଏମ କାର୍ଡ, ୨ଟି ସିମ୍ ଏବଂ ୩ଟି ମୋବାଇଲ୍ ଜବତ କରିଛି। 
ମାଟ୍ରିମୋନି ସାଇଟକୁ ଅସ୍ତ୍ର କରି ଏଭଳି ଠକେଇ କରିବା ନୂଆ ନୁହେଁ। ଏଭଳି ସ୍ଥିତିରେ ସାଇବର୍ ଲୁଟେରାଙ୍କ ଠାରୁ ବର୍ତ୍ତିବେ କେମିତି। ସାଇବର ଏକ୍ସପର୍ଟ କହିଛନ୍ତି ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ମ୍ୟାଚ୍ ପରେ ସମ୍ପର୍କ ବଢ଼ାଇବା ପୂର୍ବରୁ ପ୍ରଥମେ ବ୍ୟକ୍ତିଗତ ଭାବେ ଘରକୁ ଯାଇ ସମସ୍ତଙ୍କ ସହ ସାମ୍ନାସାମ୍ନି କଥାବାର୍ତ୍ତା କରନ୍ତୁ।
ସଠିକ୍ ତଥ୍ୟ ନ ମିଳିବା ଯାଏଁ କୌଣସି ବ୍ୟକ୍ତିଗତ ଚାଟ୍ କିମ୍ବା କଲ୍ କରନ୍ତୁନି। ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ସେୟାର କରିବା ଅନୁଚିତ

Advertisement