Updated: Mar 4, 2024, 19:25 IST

ଅନନ୍ତ ଅମ୍ବାନୀଙ୍କ ହାତ ଘଣ୍ଟା ଦେଖି କିଛି ଏମିତି କହିଲେ ଫେସବୁକ୍ ମାଲିକ Mark Zuckerberg ଙ୍କ ପତ୍ନୀ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Mark

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁପୁତ୍ର ଅନନ୍ତ ଅମ୍ବାନୀ ଓ ଶିଳ୍ପପତି ବୀରେନ୍ ମର୍ଚାଣ୍ଟଙ୍କ କନ୍ୟା ରାଧିକା ମର୍ଚାଣ୍ଟ ଗୁଜରାଟର ଜାମନଗରରେ ସେମାନଙ୍କ ପ୍ରି ୱେଡିଂ ସେରିମନି ପାଳନ କରୁଛନ୍ତି।
ଅନନ୍ତ-ରାଧିକାଙ୍କ ପ୍ରିୱେଡିଂରେ ବହୁ ବଲିଉଡ୍ ତାରକା ସାମିଲ ହୋଇ ସେମାନଙ୍କ ଜଲୱା ଦେଖାଇଛନ୍ତି। ତେବେ ବନ୍ଧୁଗଣ ଗୁଜରାତର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍- ବିବାହ ଉତ୍ସବ ଲଗାତର ଚର୍ଚ୍ଚାରେ ରହିଛି।
Viral
ଦେଶ ବିଦେଶରୁ ଆସୁଥିବା ଅତିଥିଙ୍କ ଉପରେ ଗଣମାଧ୍ୟମର ନଜର ରହିଛି। ୩ ଦିନର ଏହି ପ୍ରାକ୍-ବିବାହ ଉତ୍ସବ ରବିବାର ଶେଷ ହେଲା। ଶେଷ ଦିନ ଏହି କାର୍ଯ୍ୟକ୍ରମରେ ବିଲ୍ ଗେଟ୍ସ, ଇଭାଙ୍କା ଟ୍ରମ୍ପ୍, ଲକ୍ଷ୍ମୀ ମିତ୍ତଲ, ଗୁଗଲର ସିଇଓ ସୁନ୍ଦର ପିଚାଇ ଭଳି ନାମୀ ଦାମୀ ଲୋକ ପହଞ୍ଚିଥିଲେ।
ଏହା ମଧ୍ୟରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ ନିଜ ପତ୍ନୀଙ୍କ ସହିତ ନଜର ଆସୁଛନ୍ତି।
Mark
ମାର୍କ ଏବଂ ତାଙ୍କ ପତ୍ନୀ ପ୍ରିନ୍ସଲା, ଅନନ୍ତଙ୍କ ସହିତ ଆଲୋଚନା କରୁଥିବା ନଜର ଆସୁଛି। ଏହି ସମୟରେ ଅଚାନକ ଜୁକରବର୍ଗଙ୍କ ପତ୍ନୀଙ୍କ ନଜର ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ଉପରେ ପଡୁଛି। ଏବଂ ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ସେ ଏହି ଘଡି ସମ୍ପର୍କରେ ଅନନ୍ତ ଅମ୍ବାନୀଙ୍କୁ ବହୁତ ପଚରାଉଚରା କରୁଛନ୍ତି। ତେବେ ବନ୍ଧୁଗଣ ଅନନ୍ତ ଅମ୍ବାନୀ ପିନ୍ଧିଥିବା ସେହି ଘଡିର ଦାମ୍ ୧୪ କୋଟିରୁ ଅଧିକ।
ଏଥିରେ ହୀରା ଏବଂ ବିଭିନ୍ନ ପ୍ରକାର ଦାମୀ ରତ୍ନ ଖଞ୍ଜାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆଜିକାଲି ଜାମନଗରରେ ସେଲିବ୍ରିଟିଙ୍କ ଭିଡ ଲାଗିଛି। ସିନେମା, କ୍ରିକେଟ୍ ଏବଂ ରାଜନୀତିର ଭେଟେରାନମାନେ ଦେଶ ତଥା ବିଦେଶରୁ ଏଠାକୁ ଆସୁଛନ୍ତି।
ଏଥିରେ ପପ୍ ଷ୍ଟାର୍ ରିହାନ୍ନା ଠାରୁ ମହେନ୍ଦ୍ର ସିଂ ଧୋନି, ରଣବୀର ସିଂ, ଶାହାରୁଖ ଖାନ୍, ଆମୀର ଖାନ୍, ସଲମାନ ଖାନ, ରଣବୀର କପୁର ପର୍ଯ୍ୟନ୍ତ ସମସ୍ତ ବଡ ନାମ ସାମିଲ୍ ରହିଛି।

Advertisement