Nov 5, 2023, 11:16 IST

ଲାଗୁଛି ଓଲିଉଡ ରେ ସବୁ ଏବେ ପରସ୍ପର କାମୁଡ଼ା କାମୁଡ଼ି ରେ ବ୍ୟସ୍ତ : କିଏ ଜାଣେ ଅଭିନେତ୍ରୀ ଆସି ମନୋଜ ଙ୍କ ନାଆଁ ରେ କଲେ କେସ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ପ୍ରଯୋଜିକା ସାନଲିଶା ଏହା ଅଭିଯୋଗ ଆଣିଛନ୍ତି କି ମନୋଜ୍ ମିଶ୍ର ଙ୍କୁ ଗିରଫ କରାଗଲେ ହିଁ ଓଡିଆ ସିନେମା କୁ ନ୍ୟାୟ ମିଳିବ ବୋଲି। ସେ କହିଥିଲେ କି ମାଇଣ୍ଡ ଗେମ୍ ଖାଲି ସିନେମା ନୁହେଁ ଯେଉଁଥିରେ କି ପଇସା ଖର୍ଚ୍ଚ ହୋଇଛି।
Special report
ଏଭଳି ଅନେକ ସିନେମା ରହିଛି ଯେଉଁଥିରେ କି ଅନେକ ପଇସା ଖର୍ଚ୍ଚ ହୋଇଛି। ସେ କହିଛନ୍ତି କି ଦର୍ଶକ ମାନେ ନ ନ ଦେଖିବା ଆଗରୁ ହିଁ ତାଙ୍କ ସିନେମା ପୋଷ୍ଟର କୁ ଚିରି ଦିଆ ଯାଇଥିଲା।
ସାନଲିଶା କହିଛନ୍ତି କି ତାଙ୍କର ଘର ଲୋକ ତାଙ୍କୁ ଏହି ଲଢେଇ ଭିତରେ ପଶିବା ପାଇଁ ମନା କରିଛନ୍ତି। ଆଉ କାହା ପାଇଁ ମଧ୍ଯ ଲଢିବାକୁ ତାଙ୍କୁ ମନା କରିଛନ୍ତି। କାରଣ ବଲିଉଡ ରେ ତାଙ୍କର ଅନେକ ଚିହ୍ନା ଜଣା ରହିଛି।
ସେଠାରେ ମଧ୍ୟ ତାଙ୍କୁ ଖୁବ ସମ୍ମାନ ମିଳୁଛି। ହେଲେ ଓଡିଆ ସିନେମା ପ୍ରତି ତାଙ୍କର ଏତେ ମାତ୍ରାରେ ଭଲ ପାଇବା ଅଛି କି ସେ ସମସ୍ତଙ୍କ ମୁହଁ ବନ୍ଦ କରି ଓଡିଆ ସିନେମା ପାଇଁ ଲଢ଼ୁଛନ୍ତି।
Special report
ଏହା ତାଙ୍କର ଏକ ଲଢେଇ। ଏଭଳି ଲଢ଼ିବା ପାଇଁ ତାଙ୍କୁ କେହି ହେଲେ ମଧ୍ୟ କହି ନାହାଁନ୍ତି। ସେ ଏହା ଦାବୀ କରିଛନ୍ତି କି ଓଡିଆ ସିନେମା କୁ ନ୍ୟାୟ ମିଳୁ ଓ ପ୍ରଶାସନ ତାଙ୍କର କଥା ଶୁଣନ୍ତୁ।
ଏବେ ସେ ନିଜ ସିନେମା ପ୍ରଥା ପାଇଁ ଲଢେଇ କରୁ ଥିବାର କହିଥିଲେ। ଏହା କହୁ କହୁ ତାଙ୍କ ମନରେ ଥିବା କୋହକୁ ସେ ସମ୍ଭାଳି ପାରି ନଥିଲେ। କାରଣ ଏହା କହୁ କହୁ ସେ କାନ୍ଦି ପକାଇ ଥିଲେ। ଆଉ ଆଖିର ଲୁହରୁ ତାଙ୍କର ଦୁଃଖ ଜଣାପଡି ଯାଉଥିଲା।
ଯେତେବେଳେ ପୋଷ୍ଟର ଫଡା ଯାଇଥିଲା ସେତେବେଳେ ସେମାନେ କହିଥିଲେ କି ସେମାନେ ହେଉଛନ୍ତି ମନୋଜ୍ ମିଶ୍ର ଙ୍କ ସମର୍ଥକ। ସେଥିପାଇଁ ଏବେ ଏହି ପ୍ରାଯୋଜିକା ଜଣକ ମନୋଜ୍ ମିଶ୍ର ଙ୍କ ଗିରଫ ହେବା ନେଇ ଦାବୀ କରିଛନ୍ତି।
ଆଉ ସେ ଗିରଫ ହେଲେ ହିଁ ଓଲିଉଡ଼ କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ତେବେ ଏହା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement