ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଦେଖିବାକିୁ ମିଳିଛି ଅଭାବନୀୟ ଘଟଣା। ଶ-ବ ସ-ତ୍କା-ର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ପ୍ରକାଶ ପାଇଛି ଉତ୍ତେଜନା।

ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଟକ ୨ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି।
ସୂଚନା ଅନୁଯାୟୀ ଗ୍ରାମରେ ଜଣେ ୨୫ ବର୍ଷିୟ ଝିଅର ଶ-ବ-ଦା-ହ ଭୂମିରେ ଚାଲିଥିଲା। ଥାନାରେ ଅଟକ ରହିଥିବା ଏହି ଦୁଇ ଜଣ ଅ-ଭି-ଯୁ-କ୍ତ ଅଧା ଜଳି ଯାଇଥିବା ମୃ-ତ ଦେହର କିଛି ଅଂଶ ନେଇ ଯାଇଥିଲେ। ପରେ, ସେମାନେ ଏହାକୁ ଖାଇବା ଆରମ୍ଭ କରି ଦେଇଥିଲେ।

ତେବେ ବନ୍ଧୁଗଣ ଘଟଣା ଟି ହେଉଛି, ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ମୃ-ତ ଘୋଷଣା କରିବା ପରେ ପୋଲିସ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା।
ସେଠାରୁ ଶ-ବ ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ। ଶ-ବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶ-ବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ। ଏହା ଦେଖି ପରିବାର ଲୋକେ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ।
ନେଇ ଉତ୍ୟକ୍ତ ଲୋକେ ଉଭୟଙ୍କୁ ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଜବତ କରିଥିଲେ। ଯାହାଫଳରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା। ସେମାନେ ନିଶାସକ୍ତ ଅବସ୍ଥାରେ ଏଭଳି କାର୍ଯ୍ୟ କରିଥିଲେ।
ଅ-ଭି-ଯୁ-କ୍ତଙ୍କ ମଧ୍ୟରୁ ସୁନ୍ଦର ମୋହନ ସିଂହ ଜଣେ ଗୁଣିଆ। ମ-ଦ ପ୍ରଭାବରେ ସେ ଏପରି କାମ କରିଥିଲେ। ନିଜେ କରିଥିବା ଏଭଳି କାର୍ଯ୍ୟକୁ ସେ ସ୍ୱୀକାର କରିଛନ୍ତି।

ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ଆଇଆଇସି ସଞ୍ଜୟ କୁମାର ପରିଡା କହିଛନ୍ତି, ଲୋକଙ୍କ ଅଭିଯୋଗକୁ ନେଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ନି-ଶା-ଶ-କ୍ତ ଅବସ୍ଥାରେ ଦୁଇ ଜଣ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।