ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ତାଳପତ୍ର ଓ ଲେଖନୀ ସାହାଯ୍ୟରେ କଳିଯୁଗର ଭବିଷ୍ୟତର ଘଟଣାବଳୀ ବିଷୟରେ ଆମ ଉତ୍କଳର ପଞ୍ଚସଖା ମାନେ ଯେଉଁ ମାଳିକା ଶାସ୍ତ୍ର ଲେଖି ଯାଇଛନ୍ତି ସେଥିରେ ଯେଉଁ ତଥ୍ୟ ଉଲ୍ଲେଖ କରାଯାଇଛି ତାହାକୁ ମାଳିକା ବଚନ ରୂପେ ବିବେଚନା କରାଯାଏ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି।
ଲୋକ ମାନେ ମାଳିକାରେ ଲେଖା ହୋଇଥିବା ଅନେକ ପ୍ରକାରର ତଥ୍ୟ ବିଷୟରେ ଜାଣିବା ପାଇଁ ଅନେକ ସମୟରେ ଇଚ୍ଛା ପ୍ରକାଶ କରିଥାନ୍ତି। ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକାର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି।
ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ମହାପୁରୁଷ ମାନେ ଯେଉଁ ଲେଖା ମାଳିକାରେ ଲେଖିଯାଇଛନ୍ତି ତାହାର ସତ୍ୟତା ଆଜି ଦେଖିବାକୁ ମିଳୁଛି ଏ କଳି ଯୁଗରେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ସାକ୍ଷାତକାରରେ ଅଛନ୍ତି ମାଳିକା ଗବେଷକ ଦୀପକ ଅଗ୍ରୱାଲ। ସେ କହିଛନ୍ତି ୧୮୫୯ ମସିହାରେ ସବୁଠାରୁ ବଡ଼ ସୋଲାରଷ୍ଟମ ଆସିଥିଲା।
ତାକୁ କ୍ୟାରିଙ୍ଗଟନ୍ ଇଭେଣ୍ଟ କୁହାଯାଏ। ଆଉ ମାଳିକାରେ ମହାପୁରୁଷ ମାନେ ଲେଖିଛନ୍ତି ଯେ ଯେତେବେଳେ ସୌରଝଡ଼ ଆସିବ ସେତେବେଳେ ବନ୍ଦ ହେବ ଇଣ୍ଟରନେଟ୍, ଅଚଳ ହେବ ବ୍ୟାଙ୍କିଙ୍ଗ ସିଷ୍ଟମ, ମୋବାଇଲ୍ ହାତର ଖେଳନା ପାଲଟି ଯିବ।
୧୮୫୯ ମସିହା ଠାରୁ ବହୁତ୍ ବଡ଼ ସୌର ଝଡ଼ ଆସିବ ୨୦୨୫ ମସିହାରେ। ଆଉ ଯେତେବେଳେ ସୌର ଝଡ଼ ହେବ ସେତେବେଳେ ଜଙ୍ଗଲରୁ ଜୀବ ଜନ୍ତୁ ମାନେ ଘରେ ପଶିଯିବେ।
ଋତୁ ପରିବର୍ତ୍ତନ ହେବା ସହିତ ୨୦୩୦ ସୁଦ୍ଧା ଭାରତର ୧୩ ସହର ଜଳମଗ୍ନ ହେବ। ଏବଂ ପୃଥିବୀର ୧୩୦ ସହର ଛୋଟ ଆଉ ବଡ ଜଳମଗ୍ନ ହେବ। ଆଉ ବାର ଫୁଟ ବରଫ ପଡ଼ିବ ସେହି ସମୟରେ ପୁରୀ ଜଗନ୍ନାଥ ମନ୍ଦିର ବନ୍ଦ ରହିବ ଏବଂ ପ୍ରଭୁଙ୍କୁ ଭୋଗ ଲାଗି ପାରିବନାହିଁ।