ନମସ୍କାର ପାଠକ ବନ୍ଧୁ।ଆପଣମାନେ ସମସ୍ତେ ବାବା ଦିବାକର ଦାସ ଙ୍କୁ ଜାଣି ଥିବେ।ସେ ମାଳିକା ବିଷୟ ରେ ବର୍ଣ୍ଣନା କରି ଥାଆନ୍ତି।ସେ କୁହନ୍ତି ମାଳିକା ରେ ମହା ପୁରୁଷ ମାନେ ଯାହା ଲେଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହୁଏ।ଏମିତି ଅନେକ ଘଟଣା ଆପଣ ମାନଙ୍କୁ ପ୍ରମାଣ ସ୍ୱରୂପ ମିଳି ସାରିଛି।
ତଥାପି ଲୋକ ମାନେ ବୁଝୁ ନାହାନ୍ତି।ସବୁବେଳେ ଖରାପ କାମ ରେ ଲିପ୍ତ ରହୁଛନ୍ତି।ମହା ପୁରୁଷ ମାନେ ମାଳିକା ରେ ଲେଖିଛନ୍ତି ଯଦି ଭଗବାନ ଙ୍କ ନାମ ଜପି ହେବ ତେବେ ସବୁ କିଛି ଦୁଃଖ ଦୂର ହୋଇ ଯିବ।ଆମେ ଆଜି ସେହି ମାଳିକା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଆପଣ ମାନେ ଜାଣି ଥିବେ ଯେ ଏବେ ପ୍ରତ୍ୟେକ ବ୍ୟକ୍ତି ନିଶା ର ଆସକ୍ତ ହେଉଛନ୍ତି।ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନେ ସମସ୍ତେ ଏବେ ନିଶା ସେବନ କରୁଛନ୍ତି।ମହାପୁରୁଷ ମାନେ କହିଛନ୍ତି କଳିଯୁଗ ର ଶେଷ ସମୟ ରେ ମଣିଷ ମାନେ ମଦ ଗଞ୍ଜେଇ, ଚରଖ,ଆଦି ସେବନ କରି ମୃ-ତ୍ୟୁ ବରଣ କରିବେ।
ତାଙ୍କୁ ଯେତେ ବୁଝାଇ ବାକୁ ଗଲେ ମଧ୍ୟ ସେମାନେ ବୁଝିବେ ନାହିଁ।ସେମାନେ ବୁଝି ପାରୁ ନାହାଁନ୍ତି ଯେ ଏପରି କଲେ କେବଳ ତାଙ୍କ ଶରୀର ଉପରେ ପ୍ରଭାବ ପଡ଼ିବ ତାହା ନୁହେଁ।ସେମାନଙ୍କ ପରିବାର ମଧ୍ୟ ଅନେକ ଦୁଃଖ କଷ୍ଟ ସହ୍ୟ କରୁଛନ୍ତି।
ସମସ୍ତେ ଜାଣି ଛନ୍ତି ଚିନ୍ତା ଆସିଲେ ସମସ୍ତେ ମଦ ପିଅନ୍ତି।ହେଲେ ମଦ ପିଇଲେ କଣ ସବୁ ଚିନ୍ତା ଦୂର ହୋଇ ଯିବ।ଏବେ ଠୁ ସମସ୍ତେ ସଚେତନ ହୁଅନ୍ତୁ।ନିଜ ପରିବାର ଓ ନିଜ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ।ଆହୁରି ମଧ୍ୟ ମହାପୁରୁଷ ମାନେ କହିଛନ୍ତି କି ପାପ ର ପରିମାଣ ବଢି ଚାଲିବ।
୮୦ ବର୍ଷ ର ବୁଦ୍ଧ ବଞ୍ଚି ଥାଉ ଥାଉ ଅଳ୍ପ ବୟସ ର ପିଲା ମାନେ ମୃ-ତ୍ୟୁ ବରଣ କରିବେ।ପ୍ରତିବର୍ଷ ବାତ୍ୟା ଓ ପବନ ମାଡ଼ି ଆସିବ ଓଡ଼ିଶା ଉପରେ।ଆପଣ ମାନେ ବି ଦେଖିଥିବେ ଓଡ଼ିଶା ରେ ସବୁ ବର୍ଷ ବାତ୍ୟା ହେଉଛି।ଅନେକ ଲୋକ ଏଥିରେ ମରୁଛନ୍ତି।
ଏହା ଛଡ଼ା ଆଜିର ମଣିଷ ମାନେ ନିଜ ଧର୍ମ ରେ ରହିବେନି।ସବୁ ଅନ୍ୟ ଧର୍ମ କୁ ଗ୍ରହଣ କରିବେ।ସେଥିପାଇଁ ମହା ପୁରୁଷ ମାନେ ପରାମର୍ଶ ଦେଇଛନ୍ତି ଯେତେବେଳେ ବି ଅଶୁଭ ଲକ୍ଷଣ ଦେଖିବ ଭଗବାନ ଙ୍କ ନାମ ସ୍ମରଣ କରିବ।କାରଣ ସେହି ଭଗବାନ ହିଁ ତମକୁ ଏହି ଭବ ସାଗର ରୁ ପାର କରିବେ।