ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସମ୍ବଲପୁରର ଜଳ ଭଣ୍ଡାର ୧୯୪୭ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା। ଆଉ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବାରେ। ୧୯୫୭ରେ ଏହି ବନ୍ଧର ନିର୍ମାଣ କାମ ବି ସରିଥିଲା। ଯଦି ଦେଖିବା ତେବେ ଏହି ହୀରାକୁଦ ଡ୍ୟାମ କ୍ରମଶ ପୁରୁଣା ହୋଇ ଆସୁଛି।
ଆଉ ଏହି ବନ୍ଧ ଉପରେ ଅନେକ ଚାପ ମଧ୍ୟ ପଡୁଛି। ଅନେକ ମତ ଦେଇଥାନ୍ତି ହୀରାକୁଦ ଡ୍ୟାମର ଉପରେ ଏହି ଜଳ ଅଧିକ ପ୍ରଭାବ ପକାଉଛି। ବନ୍ଧର କିଛି ଅଂଶରେ ଫାଟି ବି ଦେଖା ଗଲାଣି ଯାହାକ ନେଇ ଗଣମାଧ୍ୟମରେ ଅନେକ ଖବର ସାମ୍ନାକୁ ଆସୁଛି।
କିନ୍ତୁ ମାଳିକା ଯାହା କହିଛି ତାହା ହୋସ ଉଡାଇ ଦେବ। ମାଳିକାରେ ଲେଖା ଥିବା ପଦରେ ଲେଖା ଯାଇଛି ଯେ ହୀରାକୁଦ ବନ୍ଧ ଭାଙ୍ଗିଯିବ। ସମୁଦ୍ରରୁ ବାହାରି ଆସିବ ଏକ ଚିତଳ ମାଛ ଆଉ ବଉଳା କୁମ୍ଭୀର।
ଏହି ବିଶାଳ ମାଛର ଆଉ ବଉଳା କୁମ୍ଭୀରର ଅସ୍ଥିରେ ତିଆରି ହେବ ନୂଆ ବନ୍ଧ ଆଉ କବାଟ। ଏବେ ଏସବୁ ଲେଖାର ଉଦ୍ଦେଶ୍ୟ ହେଉଛି ଆଗକୁ ଆସୁଛି ମହା ପ୍ରଳୟ। ଆଉ ସମୁଦ୍ର ଗର୍ଭରୁ ଏତେ ବଡ ବଡ ତରଙ୍ଗମାନ ଥିବ ଯାହା ଦ୍ଵାରା ସବୁ କିଛି ସମାପ୍ତ ହୋଇଯିବ।
ମହାପ୍ରଳୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିବ। ବଙ୍ଗଳାଦେଶରେ ଦେଖିବାକୁ ମିଳିଥାଏ ଚିତଳ ମାଛ ଯାହା ଏହି ବହିରେ ବର୍ଣ୍ଣନା କରାଯାଇଛି ଯେ ଏକ ବିଶାଳ ଚିତଳ ମାଛ ସମୁଦ୍ର ଗର୍ଭରେ ରହିବ। ତେବେ ବନ୍ଧୁଗଣ ୨୦୨୪ ଭିତରେ ଭାଙ୍ଗିବ ହୀରାକୁଦ ବନ୍ଧ ବୋଲି ମାନେ କାରାଯାଉଛି।
ତେଣୁ ହୀରାକୁଦ ବନ୍ଧ ଭାଙ୍ଗିଲେ ଅନେକ କ୍ଷୟକ୍ଷତି କରିବ। ବହୁତ୍ ଜିଲ୍ଲା ଜଳ ମଗ୍ନ ହେବ ଆଉ ବହୁତ୍ ଲୋକ ମୃତ୍ୟୁ ବରଣ କରିବେ। ଏହି ସମୟରେ ବଉଳା କୁମ୍ଭୀର ଆଉ ଚିତଳ ମାଛ ମଧ୍ୟ ଆସିକି ପହଞ୍ଚିବେ।
ତେବେ ସେହି ବଉଳା କୁମ୍ଭୀର ଭିତର କନିକାରେ ଅଛି। ଯାହାର ଲମ୍ବ ହେଉଛି ୩୫ ଫୁଟରୁ ଉର୍ଦ୍ଧ। ସେହି ବଉଳା କୁମ୍ଭୀର ହାଡ଼ରେ ମଧ୍ୟ ହୀରାକୁଦ ବନ୍ଧ ତିଆରି ହେବ। ଆଉ ଚିତଳ ମାଛ ରହିଛି ଢେଙ୍କାନାଳ ଜିଲ୍ଲାରେ। ତେବେ ଏହି ଦୁଇ ଜଣଙ୍କ ମିଳନ ହେବ ଛାତିଆରେ। ଆଉ ଛତିଆର ବାଇଶି ପାହାଚରେ ଚିତଳ ମାଛ ଆଉ ବଉଳା କୁମ୍ଭୀରର ମୃତ୍ୟୁ ହେବ। ଚିତଳ ମାଛ ଆଉ ବଉଳା କୁମ୍ଭୀରର ମୃତ୍ୟୁ ବରଣ କଲା ପରେ ତାଙ୍କର ହାଡ଼ ଆଉ କଣ୍ଟାରେ ବନ୍ଧ ତିଆରି ହେବ।