Updated: Sep 29, 2023, 11:14 IST

ହେ ଭଗବାନ, ସକାଳୁ ସକାଳୁ ମହାନଦୀ କୁ ଡେଇଁଲେ ଯୁବତୀ ହେଲେ ଭାଗ୍ୟ ଭଲ , ମାଛ ଜାଲ ରେ ଲାଖି ବଞ୍ଚିଗଲା ଜୀବନ

Special report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ପୁଣି ନଦୀ କୁ ଡେଇଁ ଆ-ତ୍ମ-ହ-ତ୍ୟା ପାଇଁ ଉଦ୍ୟମ କରିଥିଲେ ଜଣେ ମହିଳା।ମହିଳା ଜଣକ ଙ୍କ ର ପାରିବାରିକ କଳହ ଥିବା ଯୋଗୁଁ ସେ ଏପରି କରିଛନ୍ତି ବୋଲି କୁହା ଯାଉଚି।ଏହି ଘଟଣା ଟି ଘଟିଛି କଟକ ମାଲ ଗୋଦାମ ଥାନା ଅଞ୍ଚଳ ରେ।
Special report
ଏଠାରେ ଜଣେ ମହିଳା ହଟାତ ମହାନଦୀ କୁ ଡେଇଁ ପଡି ଥିଲେ।ଏହାକୁ ଦେଖି ସାଙ୍ଗେ ସାଙ୍ଗେ ଅନ୍ୟ ଜଣେ ବ୍ୟକ୍ତି ମହିଳା ଙ୍କୁ ବଞ୍ଚାଇବା ପାଇଁ ନଦୀ କୁ ଡେଇଁ ପଡ଼ି ଥିଲେ।ଶେଷ ରେ ତାଙ୍କୁ ବଞ୍ଚାଇବା ରେ ସକ୍ଷମ ହୋଇ ଥିଲେ।ଘଟଣା ସମ୍ପର୍କରେ ଏବେ ତଦନ୍ତ କରା ଯାଉଛି।
ସୂଚନା ଅନୁସାରେ କଟକ ଅଞ୍ଚଳ ରେ ଜଣେ ମହିଳା ହଟାତ ଆସି କିଛି ସମୟ ନଦୀ ପାଖରେ ଠିଆ ହୋଇ ଥିଲେ।ଏହା ପରେ ସେ ସେଠାରେ ଥିବା ଟ୍ରାଫିକ ପୋଲିସ ଙ୍କ ସହିତ କଥା ହେଇ ଥିଲେ।କୌଣସି କାରଣ ପାଇଁ ତାଙ୍କ ପରିବାର ରେ କଳହ ଲାଗି ରହିଛି ବୋଲି ସେ କହିଥିଲେ।
ଓ ହଟାତ ଯାଇ ନଦୀ କୁ ଡେଇଁ ପଡିଲେ ମହିଳା ଜଣକ।ଏହା ପରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ମହିଳା ଙ୍କୁ ବଞ୍ଚାଇବା ପାଇଁ ମହାନଦୀ ଭିତରକୁ ଡେଇଁ ପଡିଲେ।ଗୋଟିଏ କୋଣ କୁ ନେଇ ତାଙ୍କୁ ଧରି କରି ରଖିଲେ।
Special report
ଏହା ପରେ ଲୋକ ମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳ ରେ ପୋଲିସ ଆସି ପହଞ୍ଚିଛି।ଏ ପର୍ଯ୍ୟନ୍ତ ମହିଳା ଙ୍କ ବିଷୟ ରେ କୌଣସି ସୂଚନା ମିଳି ପାରି ନାହିଁ।ମହିଳା ଜଣକ ଙ୍କ ର ନାମ ଠିକଣା ବିଷୟ ରେ ଜଣା ପଡ଼ି ନାହିଁ।ଏବେ ଅଗ୍ନିଶମ ବିଭାଗ ଝିଅ କୁ ବଞ୍ଚାଇବା ପାଇଁ ଲାଗି ପଡ଼ି ଛନ୍ତି।
ସିଢ଼ୀ ମାଧ୍ୟମ ରେ ଝିଅ ଓ ସେ ବଞ୍ଚାଇ ଥିବା ଲୋକ ଙ୍କୁ ଏବେ ଉଦ୍ଧାର କରା ଯାଇଛି।ଏହା ପରେ ମହିଳା ଜଣ କୁ ସିଧା ସଳଖ ମେଡିକାଲ ରେ ଭର୍ତି କରା ଯାଇଛି।ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଖରାପ ରହିଛି।
ତାଙ୍କର ହୋସ ଆସିବା ପରେ ପୋଲିସ ଏ ବିଷୟ ରେ ତାଙ୍କୁ ପଚରା ଉଚରା କରିବେ।ତାଙ୍କ ପରିବାର କୁ ଏ ବିଷୟ ରେ ଖବର ଦିଆ ଯିବ।ସୂଚନା ଅନୁସାରେ ଘଟଣା ଟି କଟକ ମହାନଦୀ ରେ ଘଟିଛି।ଖୁବ ଶୀଘ୍ର ମହିଳା ଙ୍କ ବିଷୟ ରେ ଅଧିକ ରୁ ଅଧିକ ଖବର ନିଆ ଯିବ।

Advertisement