ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ଆପଣ ସର୍ବଦା ଭଗବାନ ଶିବଙ୍କ ମନ୍ଦିରରେ ଦେଖିଥିବେ କିମ୍ବା ଆପଣ ବି ନିଜେ ବି ଏମିତି କରିଥିବେ ଭଗବାନ ଶିବଙ୍କ ସାମ୍ନାରେ ବସିଥିବା ତାଙ୍କର ବାହନ ନନ୍ଦିଙ୍କ କାନରେ ନିଜର ମନ କଥା କହିଥାନ୍ତି।
କୁହାଯାଏ ଯେ ନନ୍ଦି ପୂର୍ବ ଜନ୍ମରେ ସିଲାଦ ଋଷି ଥିଲେ ଯିଏ ହଜାର ବର୍ଷ ପର୍ଯ୍ୟନ୍ତ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ତାଙ୍କ ଠାରୁ ଏହି ବରଦାନ ପାଇଲେ ଯେ ସେ ସର୍ବଦା ତାଙ୍କ ପାଖରେ ରହିବେ।
ସିଲାଦ ୠଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କ ବାହନ ରୂପରେ ସର୍ବଦା ନିଜର ପାଖରେ ରହିବାର ବଚନ ଦେଲେ। ସେବେ ଠାରୁ ହିଁ ଭଗବାନ ଶିବଙ୍କ ପାଖରେ ନନ୍ଦି ବାହନ ରୂପରେ ରହିଛନ୍ତି।
ତ ଶିବ ମହା ପୁରାଣ ଅନୁସାରେ ଭଗବାନ ଶିବ ସର୍ବଦା ହିଁ ତପସ୍ୟାରେ ଲିନ ରହିଥାନ୍ତି ଆଉ ସେ ବନ୍ଦ ଆଖିରେ ବି ସମ୍ପୂର୍ଣ୍ଣ ଜଗତର ସଞ୍ଚାଳନରେ ସହଯୋଗ କରିଥାନ୍ତି କିନ୍ତୁ ଯିଏ ନନ୍ଦି ମହାରାଜ ଅଛନ୍ତି ସେ ଚୈତନ୍ୟଙ୍କ ପ୍ରତୀକ ଅଟନ୍ତି। ଯିଏ ଖୋଲା ଆଖି ଖୋଲା କାନରେ ବ୍ୟକ୍ତ ଅବ୍ୟକ୍ତ କଥାକୁ ବୁଝିନିଅନ୍ତି।
ଏହା ସହିତ ପୁରାଣରେ ଏହା କୁହାଯାଇଛି ଭଗବାନ ଶିବଙ୍କ ତପସ୍ୟାରେ କୌଣସି ପ୍ରକାରର ବିଘ୍ନ ନହେଉ ଏଥିପାଇଁ ନନ୍ଦି ଚୈତନ୍ୟଙ୍କ ଅବସ୍ଥାରେ ତାଙ୍କର ତପସ୍ୟା ସ୍ଥାନରେ ବାହାରେ ରହିଥାନ୍ତି।
ତେବେ ଯେଉଁ ବି ଭକ୍ତ ଭଗବାନ ଶିବଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇଥାଏ ନନ୍ଦି ତାଙ୍କୁ ସେହିଠାରେ ଅଟକାଇ ଦିଅନ୍ତି ଏବଂ କୌଣସି ବାହାର ବିଘ୍ନରୁ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ ନହେଉ ତ ଏଥିପାଇଁ ଭକ୍ତ ବି ନିଜର କଥା ନନ୍ଦିଙ୍କ କାନରେ କହିଥାନ୍ତି ତ ଭଗବାନ ଶିବ ତପସ୍ୟାରୁ ବାହାରିବା ପରେ ନନ୍ଦି ତାଙ୍କୁ ଭକ୍ତଙ୍କ ସବୁ କଥା କହି ଦିଅନ୍ତି।
ଆଉ ଭକ୍ତଙ୍କୁ ଏହା ବି ବିଶ୍ୱାସ ବି ହୋଇଥାଏ କି ନନ୍ଦି ମହାରାଜ ତାଙ୍କର କଥା ଭଗବାନ ଶିବଙ୍କ ପାଖରେ ଅବଶ୍ୟ ପହଞ୍ଚାଇ ଦେବେ। ତେବେ କିଛି ନିୟମ ଥାଏ ନନ୍ଦିଙ୍କ କାନରେ କହିବାର।
ତେବେ ଆପଣ ମହା ଶିବରାତ୍ରି ଦିନ ଦିନ ଯାଇ ଆପଣ ଭଗବାନ ଶିବଙ୍କର ପୂଜା କରନ୍ତୁ ବିଧି ବିଧାନ ସହିତ ମନ୍ତ୍ର ସହିତ ପୂଜା କରନ୍ତୁ। ଭଗବାନ ଶିବଙ୍କୁ କ୍ଷୀର ଦହି ଚିନିର ସ୍ନାନ କରନ୍ତୁ ଏବଂ ଚାଉଳ ଚନ୍ଦନ ଫୁଲ ବେଲପତ୍ର ଚଢାଇ ଏହା ପରେ ଆଳତି କରନ୍ତୁ। ଏହା ପରେ ନନ୍ଦିର ମଧ୍ୟ ଆଳତି କରନ୍ତୁ ଏବଂ ନନ୍ଦି ଆଗରେ ଗୋଟେ ଦୀପ ଜଳାନ୍ତୁ।
ଏହାପରେ ଆପଣଙ୍କର ମନସ୍କାମନାକୁ କହିବା ଆଗରୁ ଆପଣ ଭଗବାନ ଶିବଙ୍କ ଆଗରେ ୩ ଥର ତାଳି ମାରନ୍ତୁ ତାଳି ମାରିବା ପରେ ନନ୍ଦିର ଦୁଇ ସିଙ୍ଗ ଉପରେ ନିଜର ତର୍ଜନୀ ଏବଂ କନିଷ୍ଠା ଆଙ୍ଗୁଳିକୁ ଉପରେ ରଖନ୍ତୁ।
ଏହା ପରେ ନନ୍ଦିର କାନରେ ଏହି ମନ୍ତ୍ରକୁ କହିଦିଅନ୍ତି। ମନ୍ତ୍ରଟି ହେଉଛି “ଓଁ ତତପୁରୁଷାୟ ବିଦମହେ ମହାଦେବାୟ ଧିମହି ତନୋ ରୁଦ୍ର ପ୍ରଚୋଦୟାତ”। ଏହି ମନ୍ତ୍ର କହିବା ପରେ ଚମତ୍କାର ଦେଖିବେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।