Nov 1, 2023, 13:26 IST

ନିଜ ରୋଗୀ ମା ବେଡ ରେ ଟିକେ ପରିସ୍ରା କରିଦେଲା ବୋଲି ବିଧା ଗୋଇଠା ରେ ମା କୁ ପୋତି ପକାଇଲା ପୁଅ, cctv ରେ ହେଲା ସବୁ କୟଦ

Special report

ନମସ୍କାର ପାଠକ ବନ୍ଧୁ।ମା ଶବ୍ଦ ରେ ଥାଏ ପବିତ୍ରତା।ମା ନିଜ ପିଲାଙ୍କୁ ଅନେକ କଷ୍ଟ ସହି ଜନ୍ମ ଦିଏ।ଜୀବନ ସାରା ନିଜ ପିଲା ର ଭଲ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରେ।ହେଲେ ଯେତେବେଳେ ସେହି ପୁଅ ବଡ ହୋଇ ଯାଏ।ମା ତାକୁ ଗୋଟିଏ ବୋଝ ଭଳି ଲାଗି ଥାଏ।
Special report
କେମିତି ସେ ମା କୁ ନିଜ ଘରୁ ବାହାର କରିବ ସେହି କଥା ସବୁବେଳେ ଭାବି ହେଉ ଥାଏ।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ।ପଞ୍ଜାବ ରାଜ୍ୟ ର ଚଣ୍ଡିଗଡ ଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ସେଠାରେ ଆଶା ରାଣୀ ନାମକ ଜଣେ ବୃଦ୍ଧା ଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିଲେ।ପୁଅ ଅଙ୍କିତ ସହିତ ତାର ମା ରହୁଥିଲା।ସାଙ୍ଗ ରେ ବୋହୂ ଓ ନାତି ମଧ୍ୟ ଥିଲେ।ହେଲେ ଆଶା ଙ୍କୁ ତାଙ୍କ ପୁଅ ସବୁବେଳେ ମାର ପିଟ କରନ୍ତି।
କେବଳ ପୁଅ ନୁହେଁ ବୋହୂ ଓ ନାତି ମଧ୍ୟ ବୃଦ୍ଧା ଜଣକୁ ସବୁଦିନ ନିର୍ଯ୍ୟାତନା ଦିଅନ୍ତି।ଏହାକୁ ସହି ପାରୁ ନ ଥିଲେ ଆଶାରାଣୀ।ହେଲେ କାହାକୁ କିଛି କହି ପାରୁ ନ ଥିଲେ ମଧ୍ୟ।ନିଜ କଷ୍ଟ କୁ ସେ ଏପରି ସବୁଦିନ ସହି ଯାଉଥିଲେ।
Special report
ଦିନେ ତାଙ୍କ ଝିଅ ଯେତେବେଳେ ତାଙ୍କ ଘର କୁ ମା କୁ ଦେଖିବା ପାଇଁ ଆସି ଥିଲେ।ସେତେବେଳେ ତାଙ୍କ ଝିଅ ପାଖରେ ସେ ସବୁ କଥା କହିଲେ।ଝିଅ ଟି ପ୍ରମାଣ ଯୋଗାଡ କରିବା ପାଇଁ ସେହି ଘର ଭିତରେ କାହାକୁ ନ ଜଣାଇ ଏକ କ୍ୟାମେରା ଲଗାଇ ଦେଲେ।
ଏହା ପରେ ସେ ଘର କୁ ଯାଇ ଦେଖିଲେ କି ତାଙ୍କ ଭାଇ ଭାଉଜ ମା ଙ୍କୁ ଜୋରେ ପିଟୁ ଛନ୍ତି।ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗଲେ।ସଙ୍ଗେ ସଙ୍ଗେ ପୋଲିସ ରେ ଏ ବିଷୟ ରେ ଖବର ଦେଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ଙ୍କୁ ଉଦ୍ଧାର କଲେ।
ଓ ତାଙ୍କୁ ମେଡିକାଲ ରେ ଭର୍ତି କଲେ।ପୁଅ ବୋହୁ ଙ୍କୁ ଏବେ ଗିରଫ କରା ଯାଇଛି।୨୦୨୦ ମସିହା ରୁ ସେମାନେ ତାଙ୍କ ମା ଙ୍କ ଉପରେ ଅତ୍ୟାଚାର କରି ଆସୁ ଥିଲେ।ଏହା ଦିନ କୁ ଦିନ ବଢ଼ିବାରେ ଲାଗି ଥିଲା।ନିଜ ମା କୁ ଏପରି ମାରିବାକୁ ଗୋଟେ ପୁଅ କିପରି ସାହାସ କରିପାରିଲା ବୋଲି ଏବେ ସମସ୍ତେ ପ୍ରଶ୍ନ ଉଠାଇ ଛନ୍ତି।

Advertisement