Updated: Aug 29, 2023, 18:15 IST

ମଝି ଚିଲିକାରେ ହଠାତ୍ ଅଟକିଗଲା ଡଙ୍ଗା ଦେଖନ୍ତୁ କଣ ହେଲା ତା ପରେ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମା କାଳୀ ଜାଇ ଙ୍କ ବିଷୟରେ ଶୁଣି ଥିବେ। ଜାଇ ନାମକ ଝିଅ ବାହା ହେବା ପାଇଁ ନଈ ପାର ହେଉଥିବା ବେଳେ ଡଙ୍ଗା ବୁଡି ଯାଇଥିଲା।ସେ ସେଠାରେ ବୁଡି କୁଆଡେ ଚାଲି ଯାଇଥିଲା।
ଏହା ପରେ ତାକୁ ମା କାଳୀ ଜାଇ ବୋଲି କୁହା ଯାଇଥାଏ।ଆଜି ମଧ୍ୟ ସେହି ମା କାଳୀ ଜାଇ ଙ୍କ ବିଷୟ ରେ ଅନେକ ଲୋକ କଥା ଶୁଣା ଯାଏ।କୁହା ଯାଏ ଜାଇ ଏବେ ମଧ୍ୟ ମା କାଳୀ ଜାଇ ମନ୍ଦିର ରେ ବସି କାନ୍ଦୁଚି।ରାତି ହେଲେ ସେହି ପୀଠ କୁ କେହି ଯାଆନ୍ତି ନାହିଁ।ଏହା ଏବେ ଚିଲିକା ରେ ଥିବା ମା କାଳୀ ଜାଇ ନାମ ରେ ପ୍ରସିଦ୍ଧ ଅର୍ଜନ କରିଛି।
Viral news
ଚିଲିକା ମଧ୍ୟସ୍ଥ ଏକ ଦ୍ଵୀପ ରେ ମା କାଳୀ ଜାଇ ଅଛନ୍ତି।ଲୋକ ମାନେ ତାଙ୍କ ମନ୍ଦିର କୁ ସବୁ ବେଳେ ଯାଆନ୍ତି।ସେହି ଭଳି ଏକ ଶୁଭ ମୂହୁର୍ତ୍ତ ରେ ଯାଉଥିଲା ଏକ ଡଙ୍ଗା।ହଟାତ ମଝି ନଈ ରେ ଚାରି ଆଡ଼େ ଅନ୍ଧାର ହୋଇ ଗଲା।
ଡଙ୍ଗା ଟି ଅଧା ନଈ ମଝିରେ ଅଟକି ଗଲା।ଲୋକ ମାନେ ଡଙ୍ଗା ରେ ଖାଲି ମା କାଳୀ ଜାଇ ଙ୍କୁ ଡ଼ାକୁ ଥିଲେ।ଡଙ୍ଗା ସେମିତି ରହି ଥାଏ।ଆଗକୁ ଯାଉ ନଥିଲା।ଲୋକ ମାନେ ଭୟଭିତ ହୋଇ ଯାଇଥିଲେ।ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସାତପଡା ରୁ କାଳୀ ଜାଇ ଯାଉଥିବା ଏକ ଡଙ୍ଗା ସହ।
Kali jai
ଡଙ୍ଗା ରେ ୫୦ ରୁ ଅଧିକ ଯାତ୍ରୀ ଥିଲେ। ସାତପଡ଼ା ରୁ ଜହ୍ନି କୁଦା ଯାତ୍ରା କରୁଥିଲେ ସେମାନେ।ହେଲେ ଏପରି କିଛି ଘଟଣା ଘଟିବ।ସେମାନେ କେବେ ବି ଭାବି ନ ଥିଲେ।
ସେମାନେ ଖାଲି ମା ଙ୍କୁ ଡାକୁ ଥିଲେ।ଏହା ଛଡା ଡଙ୍ଗା ରେ ବସିଥିବା କୌଣସି ବି ଯାତ୍ରୀ ଲାଇଭ ଜ୍ୟାକେଟ ପିନ୍ଧି ନ ଥିଲେ।ଡଙ୍ଗା ବୁଡି ଯାଇଥିଲେ ସବୁ କିଛି ଅନିଷ୍ଟ ହୋଇ ଯାଇଥାନ୍ତା।ଚାରି ଆଡେ଼ ଅନ୍ଧାର ଘୋଟି ସାରି ଥିଲା।ଏହା ପରେ ଅନ୍ୟ ଗୋଟିଏ ଡଙ୍ଗା ଯାଇ ସେମାନଙ୍କୁ ଉଦ୍ଧାର କରିଥିଲା।
ଯାହା ହେଉ ଡଙ୍ଗା ରେ ଥିବା ସମସ୍ତ ଯାତ୍ରୀ ବଞ୍ଚି ଯାଇଥିଲେ।ମା ତାଙ୍କୁ ସାହା ହେଲେ।କାହାରି କୌଣସି ପ୍ରକାର କ୍ଷତି ହୋଇ ନାହିଁ।ଏହି ଘଟଣା ଟି ଦେଖିଲା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କଣ ପାଇ ଚିଲିକା ରେ ଏଭଳି ଘଟଣା ବାରମ୍ବାର ଘଟୁଛି।ତାହା କେହି ଜାଣି ପାରି ନାହାନ୍ତି।ଯାହାକି ଏ ଯାଏଁ ରହସ୍ୟ ହୋଇ ରହିଛି।

Advertisement