Apr 22, 2024, 02:17 IST

ଫେସବୁକ୍ ରେ ପୁଅ କୁ ଦେଖି ଭଲ ପାଇଥିଲା..ଏବେ ରାସ୍ତା ରେ ଗଡି ଗଡ଼ି କାନ୍ଦୁଚି ବଢ଼ିଲା ଝିଅ

Ku

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଫେସବୁକ୍ ରେ ଗପି ଗପି ପ୍ରେମ ହେବା ପରେ ମନ୍ଦିରରେ ମଧ୍ୟ ଯାଇ ବାହା ହୋଇଥିଲେ। ହେଲେ ଏବେ ଶାଶୁ ଘରକୁ ନେଇଯିବା ବଦଳରେ ସେହି ଫେସବୁକ୍ ପ୍ରେମିକ ତାଙ୍କୁ ଅଧା ରାସ୍ତାରେ ଛାଡ଼ି କେଉଁଆଡେ ଚାଲି ଯାଇଛି।
ସ୍ତ୍ରୀ ସ୍ଵାମୀ ସ୍ଵାମୀ କହି ଖୋଜି ବୁଲୁଥିବା ବେଳେ ସେପଟେ ସ୍ଵାମୀ ଘର ଲୋକଙ୍କ କଥାରେ ରାଜି ହୋଇ ଦ୍ଵିତୀୟ ବିବାହ କରିବାକୁ ବସିଥିଲା। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
Ku
ଯୁବତୀ ଜଣକ ଆସି ନିଜ ପ୍ରେମିକ ଘର ସାମ୍ନାରେ ଛିଡା ହେବା ସହ ବାରମ୍ବାର ତାଙ୍କୁ ଭିତରକୁ ମଧ୍ୟ ନେବା ପାଇଁ ନେହୁରା ହେଉଛନ୍ତି। ହେଲେ ନା ସେହି ଘରୁ କେହି ବାହାରକୁ ବାହାରିଛନ୍ତି ନା କେହି ତାଙ୍କୁ ଘର ଭିତରକୁ ନେଉଛି।
ଯାହାକୁ ଦେଖିବା ପରେ କାନ୍ଦି କାନ୍ଦି ଘର ସାମ୍ନାରେ ବସି ରହିଛନ୍ତି ସେହି ଯୁବତୀ ଜଣକ। ଯୁବତୀଙ୍କ କହିବା ଅନୁସାରେ ସେ ଫେସବୁକ୍ ରେ ହିଁ ଯୁବକ ପ୍ରେମରେ ପଡି ଯାଇଥିଲେ। ଆଉ ଅନେକ ସମୟରେ ସେହି ଯୁବକ ତାଙ୍କୁ ଦେଖା କରିବା ପାଇଁ ମଧ୍ଯ ଆସୁଥିଲେ।
ଏଭଳି କି ଦୁହେଁ ବିବାହ କରି ଏକାଠି ରହିବା ପାଇଁ କଥା ଦେଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହୁଥିଲା। ଏହାପରେ କିଛି ଦିନ ପରେ ଦୁହେଁ ବିବାହ ମଧ୍ୟ କରିଥିଲେ।
Hb
କିନ୍ତୁ ବାହାଘରର ତିନିଦିନ ବିତି ଯାଇଥିଲେ ମଧ୍ୟ ଯୁବକ ଜଣକ ତାଙ୍କୁ ଘରକୁ ନେବେ କଣ ତାଙ୍କୁ ତାଙ୍କର ଭଡ଼ାଘରେ ଛାଡ଼ି ଦେଇ କେଉଁ ଆଡେ଼ ଚାଲି ଯାଇଥିଲେ। ଏପଟେ ଯୁବତୀ ଜଣକ ସ୍ଵାମୀଙ୍କ ସହ ଯୋଗାଯୋଗ କରିବା ପାଇଁ ଅନେକ ସମ୍ପର୍କ କରିଥିଲେ।
ହେଲେ ତାଙ୍କର କୌଣସି ଖବର ମିଳି ନଥିଲା। ଯାହାକୁ ନେଇ ସ୍ବାମୀଙ୍କୁ ଖୋଜି ଖିଯି ଯୁବତୀ ଜଣକ ତାଙ୍କର ଶାଶୁ ଘର ପାଖରେ ଯାଇ ପହଞ୍ଚି ଥିଲେ। ଏପଟେ ତାଙ୍କର ଶାଶୁଘର ଲୋକେ ମଧ୍ୟ ତାଙ୍କୁ ବୋହୂ
ଭାବରେ ସ୍ୱୀକାର କରିବା ପାଇଁ ସଂପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ। ଏହାପରେ ଯୁବତୀ ଜଣକ ତାଙ୍କ ଶାଶୂ ଘର ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳି ଥିଲା। ଏବେ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement