Updated: Sep 17, 2023, 10:00 IST

ସମୁଦ୍ର ଭିତରେ ଦ୍ବାରିକା ସ୍ଵତନ୍ତ୍ର ଖୋଜ ଦେଖନ୍ତୁ କଣ ସବୁ ମିଳିଲା ପ୍ରମାଣ ଏବେବି ସମୁଦ୍ର ମଧ୍ୟରେ ଜୀବନ୍ତ ପ୍ରଭୁ ଶ୍ରୀକୃଷ୍ଣ !

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ବିଷୟ ରେ।ସେ ତ ସୃଷ୍ଟି କର୍ତ୍ତା।ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠୁଚି କାହିଁକି ଭଗବାନ ଶ୍ରୀକୃଷ୍ଣ ଦ୍ବାରିକା କୁ ସମୁଦ୍ର ଭିତରେ ବୁଡ଼ି ଯିବାରୁ ରକ୍ଷା କରି ପାରିଲେ ନାହି? ନିଜେ ଭଗବାନ ହୋଇ ଥିଲେ ସୁଦ୍ଧା ତାଙ୍କୁ କାହିଁକି ଏତେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିଥିଲା ?
Lord Krishna
ସେ ଏ ମଣିଷ ଜାତି କୁ ଶିକ୍ଷା ଦେଇ ଗଲେ କି ଯେଉଁ ମାନେ ବି ଧରା ପୃଷ୍ଠ ରେ ଜନ୍ମ ହୋଇଛନ୍ତି ସମସ୍ତଙ୍କୁ କଷ୍ଟ ଭୋଗ କରିବାକୁ ପଡିବ।ସେ ଭଗବାନ ହୁଅନ୍ତୁ କି ସାମାନ୍ୟ ମଣିଷ ହେଉ।ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ହଜାର ହଜାର ବର୍ଷ ପୂର୍ବେ ଗୋଟିଏ ନଗରୀ ଥିଲା ଯାହାର ନାଁ ହେଉଛି ଦ୍ବାରିକା।
ସେଠାରେ ଭଗବାନ ଶ୍ରୀକୃଷ୍ଣ ରହୁଥିଲେ।ଯାହାକି ଏବେ ସମୁଦ୍ର ଭିତରେ ଲୀନ ହୋଇ ଯାଇଚି।ଆପଣ ମାନେ ଜାଣି ଛନ୍ତି କି ଏହି ଦ୍ବାରିକା ନଗରୀ ସମୁଦ୍ର ଭିତରେ କାହିଁକି ଲୀନ ହେଲା।ଆଜି ଆମେ ସେହି ବିଷୟ ରେ କହିବାକୁ ଯାଉଛୁ।
Viral
ସୂଚନା ଅନୁସାରେ ପାଣ୍ଡବ ମାନେ ମହାଭାରତ ଯୁଦ୍ଧ ରେ କୌରବ ମାନଙ୍କୁ ହରାଇ ଦେଇଥିଲେ।ଏହା ଦ୍ବାରା ଗାନ୍ଧାରୀ ଙ୍କ ଶତ ପୁତ୍ର ଙ୍କୁ ପାଣ୍ଡବ ମାନେ ହ-ତ୍ୟା କରି ତାଙ୍କ ବଂଶ ବୁଡାଇ ଦେଇଥିଲେ।ଏହାକୁ ସହି ପାରି ନ ଥିଲେ ତାଙ୍କ ମାତା ଗାନ୍ଧାରୀ। ସେ ସାଙ୍ଗେ ସାଙ୍ଗେ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ କି ତମେ ଯେଭଳି ଭାବେ ମୋ ବଂଶ ବୁଡାଇ ଦେଇଚ ସେମିତି ତମ ବଂଶ ଦିନେ ନା ଦିନେ ବୁଡ଼ିଯିବ।
ଯାହାକି ପରବର୍ତ୍ତୀ ସମୟ ରେ ସତ ହୋଇ ଥିଲା।ସବୁଦିନ ପାଇଁ ଶ୍ରୀକୃଷ୍ଣ ଙ୍କ ଦ୍ବାରିକା ନଗରୀ ସମୁଦ୍ର ଭିତରେ ବୁଡ଼ି ଯାଇଥିଲା।ଏହାକୁ ନେଇ ଆଉ ଏଇ ଲୋକ କଥା ଶୁଣା ଯାଇଥାଏ।
ଶ୍ରୀକୃଷ୍ଣ ଙ୍କ ପୁଅ ଶାମ୍ବ ଙ୍କ ପାଇଁ ମଧ୍ୟ ଦ୍ବାରିକା ନଗରୀ ସମୁଦ୍ର ରେ ବୁଡି ଯାଇଥିଲା।ଗୋଟେ ସମୟ ରେ ବହୁ ଋଷି ମାନଙ୍କ ଦ୍ଵାରା ଶ୍ରୀକୃଷ୍ଣ ଙ୍କ ପୁଅ ଶାମ୍ବ ଙ୍କୁ ବହୁ ଅଭିଶାପ ମିଳି ଥିଲା।ସେ ସମୟ ରେ ଦ୍ବାରିକା ରେ ବହୁ ଅଶାନ୍ତି ଲାଗି ରହିଥିଲା।ଏହାକୁ ଦୂର କରିବା ପାଇଁ ମହର୍ଷି ବିଶ୍ୱାମିତ୍ର ଅନ୍ୟ ଋଷି ମାନଙ୍କ ସହିତ ଦ୍ବାରିକା ଆସିଥିଲେ।
ହେଲେ ସେଠାରେ ଶାମ୍ବ ଙ୍କ ସହିତ ଅନ୍ୟ ମାନେ ତାଙ୍କର ବହୁତ ମଜାକ ଉଡ଼ାଇ ଥିଲେ।ସେଥିପାଇଁ ଋଷି ମାନେ ଯଦୁ ବଂଶ କୁ ଅଭିଶାପ ଦେଇଥିଲେ।ଯାହା ଫଳ ରେ ଯଦୁ ବଂଶ ସମୁଦ୍ର ଗର୍ଭ ରେ ବୁଡି ଯାଇଥିଲା।ତେବେ ଏହି ଦୁଇଟି ଅଭିଶାପ ପାଇଁ ଦ୍ବାରିକା ନଗରୀ ସମୁଦ୍ର ରେ ବୁଡି ଗଲା।ଓ ଯଦୁ ବଂଶ ଲୋପ ପାଇଲା।

Advertisement