Updated: Aug 15, 2023, 08:04 IST

କାଳିଆ ଆଗରେ ଚାଲିଛି ଏମିତି ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଦୃଶ୍ୟ ହେଉଛି VIRAl

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଜଗନ୍ନାଥଙ୍କୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସିଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଜଗନ୍ନାଥଙ୍କୁ ଖୁବ୍ ଅସମ୍ମାନ ହେଉଥିବାର ଖବର ସାମ୍ନାକୁ ଆସିଥାଏ।
ତେବେ ବନ୍ଧୁଗଣ ସାଢେ଼ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ଟିକିଏ ଝଲକ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତ ମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି। 
Viral
କେବଳ ସେତିକି ନୁହେଁ ବିବାହ, ବ୍ରତଘର, ଶୁଭ କାର୍ଯ୍ୟ ସହ ବିଭିନ୍ନ ବୈଠକରେ ମଧ୍ୟ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଞ୍ଚ ଉପରେ ରଖାଯାଇଥାଏ।
ବନ୍ଧୁଗଣ ଆପଣମାନେ ଜାଣିଥିବେ କିଛିଦିନ ପୂର୍ବରୁ ଜଳେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଅସମ୍ମାନଜନକ ଢଙ୍ଗରେ ପଛରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ଯେତେବେଳେ ଭକ୍ତି ଭାବର କଥା ଆସେ, ସେତେବେଳେ ଆଖି ସାମ୍ନାରେ ନାଚି ଉଠେ କାଳିଆର ମୁହଁ। କୋଟି ଆରାଧ୍ୟର ଦେବତା ପ୍ରଭୁଙ୍କ ପାଦ ତଳେ ସମସ୍ତେ ନତ ମସ୍ତକ।
ତେବେ ଵନ୍ଧୁଗଣ ସଂସ୍କୃତି ଭବନରେ ଚାଲିଛି ଅପସଂସ୍କୃତିର ପ୍ରଚାର ପ୍ରଭୁ ଜଗନ୍ନାଥଙ୍କ ଆଗରେ ଛୋଟ ଛୋଟ ପୋଷାକ ପିନ୍ଧି ଆଧୁନିକ ଗୀତରେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ। ବ୍ରହ୍ମପୁର ଟେଣ୍ଡ ସପ୍ଲ୍ୟାର ଅସୁସେଶନର ସାଧାରଣ ବୈଠକ ପରେ ଏଭଳି ଅଶ୍ଳିଳ ନୃତ୍ୟର ଆୟୋଜନ କରିଥିଲେ କର୍ମକର୍ତ୍ତା ମାନେ। 
ତେବେ କର୍ମକର୍ତ୍ତା ମାନେ ଚାହିଁଥିଲେ ଏମିତି ବି କରି ପାରିଥାଆନ୍ତେ, ନାଚ ଗୀତ କାର୍ଯ୍ୟକ୍ରମ ପୂର୍ବରୁ ସେଠାରୁ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଅନ୍ୟ କେଉଁ ସ୍ଥାନକୁ ନେଇଯାଇଥାନ୍ତେ। କିନ୍ତୁ ସେମିତି ନ କରି ପ୍ରଭୁ ଜଗନ୍ନାଥଙ୍କ ଆଗରେ ଅଶ୍ଳିଳ ନୃତ୍ୟ କରି ମଜି ଗଲେ କର୍ମକର୍ତ୍ତା ମାନେ। ଏଠାରେ କାଳିଆ ସାଆନ୍ତଙ୍କୁ ଅସମ୍ମାନ କରାଯାଉଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement